Cop Shot Dead on Duty: କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା, ପରିବାରକୁ ମିଳିବ ୨ କୋଟି ଟଙ୍କାର ସହାୟତା ରାଶି

Sep 18, 2026 - 13:37
Cop Shot Dead on Duty: କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା, ପରିବାରକୁ ମିଳିବ ୨ କୋଟି ଟଙ୍କାର ସହାୟତା ରାଶି

ପଞ୍ଜାବର ଅମୃତସରରେ କାର୍ଯ୍ୟରତ ଜଣେ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ହରଜିତ ସିଂହଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ତାଙ୍କ ପରିବାର ପାଇଁ ଏକ କୋଟି ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଏହାସହ ଏକ ବ୍ୟାଙ୍କ ତରଫରୁ ମଧ୍ୟ ଅତିରିକ୍ତ ୧ କୋଟି ଟଙ୍କାର ବୀମା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ୩୦ରେ ଅମୃତସରର ଗେଟ୍ ହାକିମା ଅଞ୍ଚଳରେ ଡ୍ୟୁଟି କରୁଥିଲେ ପ୍ରାୟ ୫୦ ବର୍ଷ ବୟସ୍କ ଏଏସଆଇ (ASI) ହରଜିତ ସିଂହ। ଠିକ୍ ସେହି ସମୟରେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ଟାର୍ଗେଟ୍ କରି ତିନିଥର ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। 

ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଜୋରଦାର କରିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ୍ସରେ ପୋଷ୍ଟ କରି ହରଜିତ ସିଂହଙ୍କ ସାହସ ଓ କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରିଛନ୍ତି ଏବଂ ପରିବାର ପ୍ରତି ସରକାର ସବୁପ୍ରକାର ସହଯୋଗ ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପଞ୍ଜାବ ପୋଲିସ ଡିଜିପି ଗୌରବ ଯାଦବ ମଧ୍ୟ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।