Orangutan Mystery: ଓରାଙ୍ଗଉଟାନ ଘଟଣାରେ ଦୋଷୀଙ୍କୁ ଧରାଯିବ, କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Sep 18, 2026 - 16:35
Orangutan Mystery: ଓରାଙ୍ଗଉଟାନ ଘଟଣାରେ ଦୋଷୀଙ୍କୁ ଧରାଯିବ, କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଓଡ଼ିଶାରେ ଓରାଙ୍ଗଉଟାନ ଦେଖାଯିବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । କହିଲେ, ଓରାଙ୍ଗଉଟାନ ଓଡ଼ିଶା ଆସିବାରେ ଇଣ୍ଟରନ୍ୟାସନାଲ ଲିଙ୍କ ଥିବାର ସନ୍ଦେହ କରାଯାଉଛି । ତେଣୁ ବିଭିନ୍ନ ରାଜ୍ୟରେ ଏହାର ତଦନ୍ତ ଚାଲିଛି। ଏସଟିଏଫ ଓ WCCB ପୁଙ୍ଖାନୁପୁଙ୍ଖ ଭାବେ ଏହାର ତଦନ୍ତ କରୁଛନ୍ତି । ଏହି ତଦନ୍ତ ପାଇଁ ମାସେରୁ ଅଧିକ ସମୟ ମଧ୍ୟ ଲାଗିପାରେ।

ଖୁବଶୀଘ୍ର ଦୋଷୀ ଧରାପଡିବ। ପ୍ରାଥମିକ ସ୍ତରରେ ରାଜ୍ୟରେ ଯେଉଁମାନେ ଏଥିରେ ଜଡିତ ଥିଲେ ଧରାପଡିଛନ୍ତି। ତାଙ୍କର ଲିଙ୍କ କେତେ ଦୂର ଯାଏଁ ଥିଲା ତାହାର ଖୋଳତାଡ଼ ଚାଲିଛି। ସେପଟେ ସମସ୍ତ ଓରାଙ୍ଗଉଟାନ ସବୁ ସୁସ୍ଥ ଅଛନ୍ତି। ଆମେ ତାଙ୍କର ପୁରା ଯତ୍ନ ନେଉ ନେଉଛୁ।...

ଓଡ଼ିଶାରେ ଓରାଙ୍ଗଉଟାନ ମିଳିବା ଘଟଣା 
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପ୍ରତିକ୍ରିୟା 
କହିଲେ, ବିଭିନ୍ନ ରାଜ୍ୟରେ ତଦନ୍ତ ଚାଲିଛି
ଏସଟିଏଫ ଓ WCCB କରୁଛନ୍ତି ତଦନ୍ତ 
ଖୁବଶୀଘ୍ର ଦୋଷୀ ଧରାପଡିବେ 
ସମସ୍ତ ଓରାଙ୍ଗଉଟାନ ସବୁ ସୁସ୍ଥ ଅଛନ୍ତି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।