Country Liquor Operation Unearthed In Khuntuni Forest: ମାଟି ତଳେ ଲୁଚାଇଥିଲେ ଦେଶୀ ମଦ, ଚଢ଼ାଉ କରି ଜବତ କଲା ପୋଲିସ

Sep 18, 2026 - 13:16
Country Liquor Operation Unearthed In Khuntuni Forest: ମାଟି ତଳେ ଲୁଚାଇଥିଲେ ଦେଶୀ ମଦ, ଚଢ଼ାଉ କରି ଜବତ କଲା ପୋଲିସ

ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ଚୋରା ମଦ ଭାଟି। ଖବର ପାଇ ଚଢ଼ାଉ କରି ମାଡ଼ି ବସିଲା ପୋଲିସ। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଧୀନ ଡାଳୁଆ ସଂରକ୍ଷିତ ଜଙ୍ଗଲରେ ପୋଲିସ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି।

ସୂଚନା ଅନୁସାରେ, ଡାଳୁଆ ସଂରକ୍ଷିତ ଜଙ୍ଗଲରେ ବର୍ଷ ବର୍ଷ ଧରି ଚୋରା ମଦ କାରବାର ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ଏନେଇ ଖବର ପାଇବା ପରେ ପୋଲିସ ଟିମ୍ ଜଙ୍ଗଲରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ମାଟି ତଳେ ଲୁଚାଇ ରଖାଯାଇଥିବା ମଦ ଜାର୍‌ଗୁଡ଼ିକୁ ପୋଲିସ ଠାବ କରିଥିଲା। ସେଠାରୁ ପ୍ରାୟ ୪ ହଜାର ଲିଟର ପୋଚ ନଷ୍ଟ କରାଯାଇଛି । ୧୫୦ ଲିଟର ଦେଶୀ ମଦ ଜବତ କରାଯାଇଛି।

ତେବେ ପୋଲିସ ଚଢ଼ାଉ କରୁଥିବା ଜାଣି ମଦ କାରବାରରେ ସମ୍ପୃକ୍ତ ଲୋକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୋଲିସ ଜବତ ହୋଇଥିବା ପୋଚକୁ ନଷ୍ଟ କରିଛି।

ଏନେଇ ଖୁଣ୍ଟୁଣୀ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଚୋରା ମଦ କାରବାର ପଛରେ କେଉଁମାନେ ରହିଛନ୍ତି, ସେନେଇ ଅଧିକ ତଦନ୍ତ ଜାରି ରହିଛି।

ଜଙ୍ଗଲରେ ଚାଲିଥିଲା ଚୋରା ମଦ କାରଖାନା
ମାଟି ତଳୁ ଦେଶୀ ମଦ ଜବତ
ଖୁଣ୍ଟୁଣୀ ଥାନା ଡ଼ାଳୁଆ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।