Leopard Skins Seized During Wildlife Trafficking Operation: ବସଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ
ବସଷ୍ଟାଣ୍ଡରୁ ଜବତ ହେଲା କଲରାପତରିଆ ବାଘ ଛାଲ। କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡରେ ବାଘ ଛାଲ ଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ବାଲିଗୁଡା ବସଷ୍ଟାଣ୍ଡ ଦେଇ କଲରାପତରିଆ ବାଘ ଛାଲ ଚାଲାଣ ହେଉଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହାପରେ ବନ ବିଭାଗର ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲା।
ଚଢ଼ାଉ ବେଳେ ଦୁଇଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ବାଘ ଛାଲକୁ ବନ ବିଭାଗ ନିଜ ହେପାଜତରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ବାଘ ଛାଲ କେଉଁଠାରୁ ଆସିଥିଲା, ସେ ନେଇ ତଦନ୍ତ ଚାଲିଛି। ଏହାସହ ଏହି ଚୋରା କାରବାରରେ ଆଉ କେତେଜଣ ସାମିଲ ଅଛନ୍ତି, ତାହା ମଧ୍ୟ ଖୋଳତାଡ଼ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।