Couple Held for Ganja Smuggling: ପତି-ପତ୍ନୀଙ୍କ ଗଞ୍ଜେଇ ଚାଲାଣ; ମାଡି ବସିଲା ପୋଲିସ, ଉଭୟଙ୍କୁ କୋର୍ଟ ଚାଲାଣ

Sep 04, 2026 - 09:43
Couple Held for Ganja Smuggling: ପତି-ପତ୍ନୀଙ୍କ ଗଞ୍ଜେଇ ଚାଲାଣ; ମାଡି ବସିଲା ପୋଲିସ, ଉଭୟଙ୍କୁ କୋର୍ଟ ଚାଲାଣ

ଗଞ୍ଜେଇ ଚୋରା ଚାଲାଣରେ ପତି-ପତ୍ନୀ। କାରରେ କରୁଥିଲେ ଗଞ୍ଜେଇ ଚାଲାଣ, ମାଡି ବସିଲା ବାଣୀଗୋଛା ପୋଲିସ। ପୋଲିସ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ବାଣୀଗୋଛା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ହନୁମାନ ମନ୍ଦିର ନିକଟରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ କଳା ରଙ୍ଗର କାର ଉପରେ ସନ୍ଦେହ ହୋଇଥିଲା। 

ପୋଲିସ କାରଟିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା। ଯାଞ୍ଚ ସମୟରେ କାର ଭିତରୁ ୬୦ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ନୟାଗଡ଼ ଖଣ୍ଡପଡ଼ା ଥାନା ଅଞ୍ଚଳର ଜଣେ ଦମ୍ପତିଙ୍କୁ ବାଣୀଗୋଛା ପୋଲିସ ଗିରଫ କରିଛି। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।