11 OCTOBER 2026

Welcome!

Unlock your personalized experience.
Sign Up

Court: ଆଇନଅଦାଲତ: ଜାମିନ ସର୍ତ୍ତ ଫେରାଇ ନେଲେ ଅଦାଲତ

Oct 11, 2026 - 07:46
Court: ଆଇନଅଦାଲତ: ଜାମିନ ସର୍ତ୍ତ ଫେରାଇ ନେଲେ ଅଦାଲତ

କୌଣସି ମାମଲା ବିଚାର କଲାବେଳେ ବିଚାରପତିମାନେ କେବେ କେମିତି ଅତି ବିଚିତ୍ର ରାୟ  ଦେଇଥାଆନ୍ତି। ୬ ବର୍ଷ ତଳେ ଏକ ଧାର୍ମିକ ଅବମାନନା ମାମଲାରେ ଜାମିନ ଆବେଦନ ବିଚାର କରି ରାଞ୍ଚି‌ର ଏକ ଅଦାଲତ ସେମିତି ଏକ ଅଜବ ସର୍ତ୍ତ ରଖିଲେ। ତେଣୁ, ମାମଲା ସୁପ୍ରିମକୋର୍ଟ ଯାଏ ଯିବା ପରିସ୍ଥିତି ହେଲା। ଶେଷରେ ଅଦାଲତ ସେ ସର୍ତ୍ତ ଫେରାଇ ନେଲେ ।

ଫେସ୍‌ବୁକ୍‌ରେ ବିବାଦୀୟ ପୋଷ୍ଟ୍‌
୨୦୧୯ ମସିହା ଜୁଲାଇ ୧୩ ତାରିଖ ଶନିବାର ରାତିରେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପୁଲିସ ଜଣେ ୧୯ ବର୍ଷୀୟା ଝିଅକୁ ଗିରଫ କରିଥିଲା। ତାଙ୍କ ନାଅଁା ଋଚା ଭାରତୀ। ସେ ସ୍ଥାନୀୟ କଲେଜରେ ବି. କମ୍‌. ପ୍ରଥମ ବର୍ଷ ଛାତ୍ରୀ। ସେ ଫେସ୍‌ବୁକ୍‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଧର୍ମବିଶ୍ବାସକୁ ବାଧିବା ଭଳି କଣ୍ଟେଣ୍ଟ୍‌ ପୋଷ୍ଟ୍‌ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଅଞ୍ଜୁମନ୍‌ କମିଟି ତାଙ୍କ ନଁା’ରେ ପିଥୋରା ଥାନାରେ ଏତଲା ଦେଇଥିଲା। କଣ୍ଟେଣ୍ଟ୍‌ ପୋଷ୍ଟ୍‌ କରିବାର ମାତ୍ର ୩ ଘଣ୍ଟା ମଧ୍ୟରେ ଏତେସବୁ କାମ ହୋଇଯାଇଥିଲା। ନିୟମ ଅନୁସାରେ ପୁଲିସ ତାଙ୍କୁ ରାଞ୍ଚିରେ ଥିବା ସ୍ଥାନୀୟ ଅଦାଲତରେ ହାଜର କରିଥିଲା। ଆଡ୍‌ଭୋକେଟ୍‌ ରାମପ୍ରବେଶ ସିଂହଙ୍କ ଜରିଆରେ ଋଚାଙ୍କ ବାପାମାଆ ପ୍ରକାଶ ଓ ନୀଳିମା ଦେବୀ ତା’ର ଜାମିନ ପାଇଁ ସେଠାରେ ଆବେଦନ କରିଥିଲେ।

Vedanta: ଶହେ ମହିଳାଙ୍କୁ ମାଣ୍ଡିଆ ଉଦ୍ୟୋଗୀ ତାଲିମ ଦେଲା ବେଦାନ୍ତ ଆଲୁମିନିୟମ

୫ ଖଣ୍ଡ ମୁସ୍‌ଲିମ୍‌ ଧର୍ମଗ୍ରନ୍ଥ ବାଣ୍ଟ
ଜୁଲାଇ ୧୫ ତାରିଖ ଦିନ ଜାମିନ ଶୁଣାଣି ହେଲା। ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ମନୀଷ କୁମାର ଋଚା ଭାରତୀଙ୍କୁ ନିର୍ଦ୍ଦେଶ ଦେଲେ ଯେ ସେ ୫ ଖଣ୍ଡ ‘କୋରାନ୍ ସରିଫ୍‌’ ବାଣ୍ଟନ୍ତୁ। ଏହା ହେଉଛି ଫେସ୍‌ବୁକ୍‌ରେ ଏଭଳି ପୋଷ୍ଟ୍‌ କରିଥିବାଜନିତ ଦଣ୍ଡ ଏବଂ ଜାମିନ ପାଇବା ପାଇଁ ସର୍ତ୍ତ। ଫାଷ୍ଟ୍‌ କ୍ଲାସ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ତାଙ୍କୁ କହିଲେ ଯେ ସେ ଖଣ୍ଡିଏ ଗ୍ରନ୍ଥ ଅଞ୍ଜୁମନ୍‌ ଇସ୍‌ଲାମିଆ କମିଟିରେ ଦାଖଲ କରିବେ। ବାକି ୪ ଖଣ୍ଡ ସେ ବିଭିନ୍ନ ସ୍କୁଲ୍‌ ଓ କଲେଜ୍‌ରେ ଥିବା ଲାଇବ୍ରେରିରେ ଦାନ କରିବେ। ଏଥିପାଇଁ କୋର୍ଟ ଋଚାଙ୍କୁ ୧୫ ଦିନ ସମୟ ଦେଇଥିଲେ। ଏହାଛଡ଼ା, ୭ ହଜାର ଟଙ୍କିଆ ଦୁଇଟି ମୁଚାଲିକା ଜମା କରିବା ପାଇଁ ବି ଅଦାଲତ ଋଚାଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏ ନିର୍ଦ୍ଦେଶ ମାନିବି ନାହିଁ
ଛାତ୍ରୀ ଗିରଫ ହୋଇଥିବା ଖବର ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ନିନ୍ଦା କ‌ଲେ। ତାଙ୍କୁ ଜଲ୍‌ଦି ଛାଡ଼ିଦିଆଯାଉ ବୋଲି କେତେଗୁଡ଼ିଏ ଧାର୍ମିକ ସଙ୍ଗଠନ ବିକ୍ଷୋଭ ପ୍ରଦର୍ଶନ କ‌େଲ। ଗ୍ରାମାଞ୍ଚଳ ଏସ୍‌ପି ଆଶୁତୋଷ ଶେଖର ବୁଝାଶୁଝା କରାଇବାରୁ ବିକ୍ଷୋଭ ବନ୍ଦ ହେଲା। ଋଚା ଅଦାଲତଙ୍କ ଏଭଳି ନିର୍ଦ୍ଦେଶ ପାଳିବାକୁ ଅରାଜି ହେଲେ। ସାମ୍ବାଦିକମାନଙ୍କୁ ସେ କହିଲେ- ଅନ୍ୟ ସମ୍ପ୍ରଦାୟ ମଧ୍ୟ ଏଭଳି ପୋଷ୍ଟ୍‌ କରୁଛନ୍ତି। ତାଙ୍କୁ କେବେ ହନୁମାନ ଚାଳିଶା ପଢ଼ିବାକୁ ଓ ମନ୍ଦିର ଯିବାକୁ କୁହାଯାଇଛି କି? ଆଜି ମତେ ସେମାନଙ୍କ ଧର୍ମଗ୍ରନ୍ଥ ବାଣ୍ଟିବାକୁ କୁହାଯାଇଛି। କାଲି ହୁଏତ ମତେ ଧର୍ମ ପରିବର୍ତ୍ତନ କରିବାକୁ କୁହାଯାଇ ପାରେ। ଏଇଟା ଅବିଚାର। ମୁଁ ଏ ପୋଷ୍ଟ୍‌ ଲେଖି ନ ଥିଲି। ଅନ୍ୟଜଣକ ପୋଷ୍ଟ୍‌ରୁ କଟ୍‌-ପେଷ୍ଟ୍‌ କରିଥିଲି। ଉପର କୋର୍ଟରେ ମୁଁ ତଳ କୋର୍ଟଙ୍କ ରାୟ ବିରୁଦ୍ଧରେ ଆବେଦନ କରିବି।

ମନ୍ତ୍ରୀ, ଓକିଲ ସଂଘ ଓ ମହିଳା କମିସନ୍‌ଙ୍କ ହସ୍ତକ୍ଷେପ
ଅଦାଲତଙ୍କ ଏଭଳି ନିର୍ଦ୍ଦେଶ ଶୁଣି ସ୍ଥାନୀୟ ଲୋ‌େକ ଓ ରାଜନେତାମାନେ ଅସନ୍ତୁଷ୍ଟ ହେଲେ। ଝାଡ଼ଖଣ୍ଡ ସରକାରରେ ମନ୍ତ୍ରୀ ଥିବା ସି. ପି. ସିଂହ କହିଲେ ଋଚା ଭାରତୀଙ୍କୁ ମୁଁ ଆର୍ଥିକ ଓ ନୈତିକ ସାହାଯ୍ୟ କରିବି। ଏଭଳି ଅବିଚାର ବିରୁଦ୍ଧରେ ଯଦି ସେ ସୁପ୍ରିମ୍‌କୋର୍ଟ ଯାଆନ୍ତି, ମୁଁ  ସାଧ୍ୟମତେ ତାଙ୍କୁ ସାହାଯ୍ୟ କରିବି। ଜାମିନ ପାଇଁ ଅଜବ ସର୍ତ୍ତ ଶୁଣି ରାଞ୍ଚି ଡିଷ୍ଟ୍ରିକ୍ଟ୍‌ ବାର୍‌ ଆସୋସିଏସନ୍‌ ମଧ୍ୟ ଜଜ୍‌ କୋର୍ଟ ବର୍ଜନ କଲା। ବାର୍‌ ଆସୋସିଏସନ୍‌ ସଦସ୍ୟମାନେ ଜୁଡିସିଆଲ୍‌ କମିସନର୍‌ ନବନୀତ କୁମାରଙ୍କ ପାଖରେ ଲିଖିତ ଅଭିଯୋଗ ଦାଖଲ କଲେ।
ଝାଡ଼ଖଣ୍ଡ ରାଜ୍ୟ ମହିଳା କମିସନ୍‌ ଅଧ୍ୟକ୍ଷା କଲ୍ୟାଣୀ ଶରଣ ଯାଇ ଋଚା ଭାରତୀଙ୍କ ବୟାନ ରେକର୍ଡ କଲେ। ସେ ମଧ୍ୟ ସରକାରଙ୍କୁ ଜଣାଇଲେ ଯେ ପିଥୋରିଆ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେ କହିଲେ- ସୂର୍ଯ୍ୟାସ୍ତ ପରେ ଜଣେ ଝିଅକୁ ଗିରଫ କରିବା ପୁଲିସ ପ୍ରଶାସନର ଭୁଲ୍‌। ପୁଣି ତାଙ୍କୁ କୈଫିୟତ୍‌ ଦେବାକୁ ସୁଯୋଗ ନ ଦେଇ ଜେଲ୍‌ରେ ପୂରାଇବା ବି ଭୁଲ୍‌।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

ସର୍ତ୍ତ ଫେରାଇନେଲେ ଅଦାଲତ
ଶେଷରେ ତଦନ୍ତକାରୀ ପୁଲିସ ଅଧିକାରୀ ତଥା ପିଥୋରିଆ ଥାନା ଭାରପ୍ରାପ୍ତ ଅଧିକାରୀ ରାଞ୍ଚି ତଳ କୋର୍ଟରେ ପହଞ୍ଚି ଦରଖାସ୍ତ ଦେ‌ଲେ ଯେ, ଋଚା ଭାରତୀଙ୍କ ଜାମିନ ପାଇଁ ରଖାଯାଇଥିବା ଧର୍ମଗ୍ରନ୍ଥ ବଣ୍ଟନ ସର୍ତ୍ତ ଉଠାଇ ନିଆଯାଉ। ଏବେ ଅବସ୍ଥା ଯାହା ହେଲାଣି ଜାମିନ ପାଇଁ ଏଭଳି ସର୍ତ୍ତ କାର୍ଯ୍ୟକାରୀ କରାଇବା ସହଜ ନୁହେଁ। ଜୁଲାଇ ୧୯ ତାରିଖ ଦିନ ରାଞ୍ଚି ତଳ କୋର୍ଟର ଫାଷ୍ଟ୍‌-କ୍ଲାସ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ମନୀଷ କୁମାର ସିଂହ ଜାମିନ ସର୍ତ୍ତ ଫେରାଇ ନେଲେ।
ଶେଷରେ ୭୦୦୦ ଟଙ୍କାର ଦୁଇଟି ମୁଚାଲିକା ଗ୍ରହଣ କରି ତଳ କୋର୍ଟ ଋଚାଙ୍କୁ ଜାମିନ ମଞ୍ଜୁର କଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।