Court Escape Attempt ଜେଲଦଣ୍ଡ ଶୁଣି କୋର୍ଟ ପରିସରରୁ ଫେରାର୍‌ ହେଉଯାଉଥିଲେ କଏଦୀ, ଗୋଡ଼ାଇ ଧରିଲା ପୁଲିସ

Oct 01, 2026 - 18:23
Court Escape Attempt ଜେଲଦଣ୍ଡ ଶୁଣି କୋର୍ଟ ପରିସରରୁ ଫେରାର୍‌ ହେଉଯାଉଥିଲେ କଏଦୀ, ଗୋଡ଼ାଇ ଧରିଲା ପୁଲିସ

"ସୁନ୍ଦରଗଡ଼:  ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି କୋର୍ଟ ଅଭିଯୁକ୍ତ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ଦଣ୍ଡାଦେଶ ଶୁଣିବା ପରେ କୋର୍ଟ ପରିସରରୁ କଏଦୀ ଫେରାର୍‌ ହୋଇଯାଉଥିଲେ।

ତେବେ ଏହି ଯୋଜନାରେ ସେମାନେ ସକ୍ଷମ ହୋଇପାରିନଥିଲେ।

ସେଠାରେଥିବା ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଛି।

ଏଭଳି    ଘଟଣା ସୁନ୍ଦରଗଡ଼ କୋର୍ଟ ପରିସରରେ ଘଟିଛି।

Advertisment POCSO case Verdict ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା, ୨ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡ ତଳସରା ଥାନା ଅଞ୍ଚଳରେ ୨୧ ଅପ୍ରିଲ୍‌ ୨୦୨୫ରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ସହ ଦୁଷ୍କର୍ମ ହୋଇଥିଲା।

ଏହି ମାମଲାର ବିଚାର କରି  ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ଜ୍ଞାନରଞ୍ଜନ ପଟ୍ଟନାୟକ  ୨ ଅଭିଯୁକ୍ତ ଅଙ୍କିତ ଆପଟ ଓ ଲୁଲେନ୍ଦୁ ନାଏକ (ଲୁଲୁ)ଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ସେମାନଙ୍କୁ  ଆଜୀବନ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ କରିଥିଲେ।

Judgement: ନାବାଳକ ସହିତ ଦୁଷ୍କର୍ମ, ଦୋଷୀକୁ ୨୦ ବର୍ଷ ଜେଲ୍‌ ଜିଲ୍ଲା କାରାଗାରରୁ ସୁରକ୍ଷା ବଳୟରେ କୋର୍ଟକୁ ଅଣାଯାଇଥିବା ଏ ଦୁଇ କଏଦୀଙ୍କୁ ଶୁଣାଣି ପରେ ପୁଲିସ ବସ ପାଖକୁ ନିଆଯାଉଥିଲା।

ଏ ସମୟରେ ଦୁଇ କଏଦୀ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ବ୍ଲକ୍ କଲୋନି ରାସ୍ତାରେ ଦୌଡ଼ି ପଳାଉଥିଲେ।

ପୁଲିସ ପଛରୁ ଗୋଡ଼ାଇ ସେମାନଙ୍କୁ ଧରିଥିଲା ।

ଏହା ପରେ କାରାଗାରକୁ ନିଆ ଯାଇଥିଲା।

ଏନେଇ ସେମାନଙ୍କ ନାମରେ ଆଉ ନୂଆ ମାମଲା ରୁଜୁ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।