Court Order: ଏକତରଫା ପ୍ରେମରୁ ହତ୍ୟା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
"ଭୁବନେଶ୍ବର: ଭୁବନେଶ୍ବର ଭୀମଟାଙ୍ଗୀରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ।
୨୦୨୧ ମସିହା ଜୁଲାଇ ମାସରେ ଭୁବନେଶ୍ୱରର ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିରେ ପ୍ରିୟଙ୍କାଙ୍କୁ ବୀଭତ୍ସ ହତ୍ୟା କରିଥିଲା ପ୍ରେମିକ ଜଗନ୍ନାଥ ପ୍ରଧାନ ।
ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଏକ ଏକତରଫା ପ୍ରେମକୁ ନେଇ ପୂର୍ବ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟିଥିଲା ।
ଏ ମାମଲାରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।
ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ପୂର୍ବରୁ ବିବାହିତ ଥିଲେ ।
ନିଜ ସ୍ୱାମୀ ଏବଂ ୩ ବର୍ଷର ପୁଅ ସହ ଭୀମଟାଙ୍ଗୀରେ ରହୁଥିଲେ ।
ଜଗନ୍ନାଥ ପ୍ରଧାନ ନାମକ ଜଣେ ଯୁବକ ଯାହାଙ୍କ ଘର ଯାଜପୁର ଅଞ୍ଚଳରେ ସେ ପ୍ରିୟଙ୍କାଙ୍କୁ ପୂର୍ବରୁ ଜାଣିଥିଲେ ଏବଂ ତାଙ୍କୁ ଏକତରଫା ଭଲ ପାଉଥିଲେ ।Advertisment ୪ଦିନ ପୂର୍ବରୁ ଯୋଜନା ପ୍ରସ୍ତୁତ ଅଭିଯୁକ୍ତ ଜଗନ୍ନାଥ ହତ୍ୟାକାଣ୍ଡର ପ୍ରାୟ ୪ଦିନ ପୂର୍ବରୁ ହିଁ ଯୋଜନା ପ୍ରସ୍ତୁତ କରିଥିଲା ।
ଘଟଣା ଦିନ ସକାଳ ପ୍ରାୟ ୯ଟା ସମୟରେ, ଯେତେବେଳେ ପ୍ରିୟଙ୍କାଙ୍କ ସ୍ୱାମୀ ଅଫିସ ଯାଇଥିଲେ, ସେ ସୁଯୋଗ ଦେଖି ଛୁରୀ ଏବଂ ବିଷ ଧରି ପ୍ରିୟଙ୍କାଙ୍କ ଘରେ ପଶିଥିଲା ।
ଜଗନ୍ନାଥ ପ୍ରିୟଙ୍କାଙ୍କୁ ନିଜ ସହ ଫେରାର ହୋଇଯିବାକୁ ଏବଂ ବିବାହ କରିବାକୁ ବାଧ୍ୟ କରିଥିଲା, କିନ୍ତୁ ପ୍ରିୟଙ୍କା ସଫା ସଫା ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଓ ଧସ୍ତାଧସ୍ତି ହୋଇଥିଲା ।
ରାଗ ଜର୍ଜରିତ ହୋଇ ଜଗନ୍ନାଥ ଛୁରୀରେ ପ୍ରିୟଙ୍କାଙ୍କ ବେକ କାଟି ନିର୍ମମ ଭାବେ ହତ୍ୟା କରିଥିଲା ।
ସେହି ସମୟରେ ପ୍ରିୟଙ୍କାଙ୍କ ୩ ବର୍ଷର ପୁଅ ଘର ଭିତରେ ଶୋଇଥିବାରୁ ବଞ୍ଚି ଯାଇଥିଲା ।
Theft Case: କେବୁଲ ଚୋରଙ୍କୁ କାବୁ କଲେ ଲୋକେ: ନାବାଳକଙ୍କ ସମେତ ଥାନାରେ ୨ ଅଟକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।