Court: ବାପା-ମାଙ୍କ ଆତ୍ମାକୁ ଶାନ୍ତି ମିଳିବ ନାହିଁ: ଏମିତି କାହିଁକି କହିଲେ କୋର୍ଟ

Oct 14, 2026 - 19:10
Court: ବାପା-ମାଙ୍କ ଆତ୍ମାକୁ ଶାନ୍ତି ମିଳିବ ନାହିଁ: ଏମିତି କାହିଁକି କହିଲେ କୋର୍ଟ

"ନୂଆଦିଲ୍ଲୀ: ଅଦାଲତରେ ମାମଲା ଏବଂ ଶୁଣାଣି ସମୟରେ ଅନେକ ସମୟରେ ଜଜ୍‌ମାନେ ଏପରି କିଛି ଟିପ୍ପଣୀ ଦିଅନ୍ତି, ଯାହା ସମାଜ ପାଇଁ ଏକ ବଡ଼ ଦୃଷ୍ଟାନ୍ତ ପାଲଟିଯାଏ।

ବୁଧବାର ଦିନ ଦେଶର ସର୍ବୋଚ୍ଚ ଅଦାଲତରେ ଏଭଳି ଏକ ପାରିବାରିକ ମାମଲାର ଶୁଣାଣି ଚାଲିଥିବାବେଳେ ସୁପ୍ରିମକୋର୍ଟ ଏକ ମର୍ମସ୍ପର୍ଶୀ ଅପିଲ୍‌ କରିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି।Advertisment ପ୍ରାପ୍ତ ସୂଚନା ଅନୁଯାୟୀ, ଜଷ୍ଟିସ୍‌ ଜେ.ବି.

ପାର୍ଦୀୱାଲା ଏବଂ ଜଷ୍ଟିସ୍‌ କେ.

ବିନୋଦ ଚନ୍ଦ୍ରନ୍‌ଙ୍କ ଖଣ୍ଡପୀଠ ଏକ ପାରିବାରିକ ସମ୍ପତ୍ତି ବିବାଦର ଶୁଣାଣି କରୁଥିଲେ।

ଦୁଇ ଭଉଣୀଙ୍କ ଆବେଦନକୁ ବିରୋଧ କରୁଥିବା ଭାଇକୁ କୋର୍ଟ ବେଶ୍‌ ଭାବପୂର୍ଣ୍ଣ ଢଙ୍ଗରେ ବୁଝାଇଥିଲେ।

ଶୁଣାଣି ସମୟରେ ଜଷ୍ଟିସ୍‌ ପାର୍ଦୀୱାଲା ଭାଇକୁ ଉଦ୍ଦେଶ୍ୟ କରି କହିଥିଲେ, "ଆପଣଙ୍କ ଭଲ ଏଥିରେ ଅଛି ଯେ ଆପଣ ଉଭୟ ଭଉଣୀଙ୍କ ସହିତ ବସି ଏହି ବିବାଦର ସମାଧାନ କରନ୍ତୁ।

ଯଦି କିଛି ଅଧିକ ଦେବାକୁ ମଧ୍ୟ ପଡ଼େ, ତେବେ ଜଣେ ଭାଇ ଭାବରେ ବଡ଼ ହୃଦୟ ରଖି ଦେଇଦିଅନ୍ତୁ।

ଏହି ମାମଲାରେ ଆପଣଙ୍କ ପତ୍ନୀଙ୍କ ସମ୍ମତି ନେବାର କୌଣସି ଆବଶ୍ୟକତା ନାହିଁ।

ଏହା ଅତ୍ୟନ୍ତ ଦୁଃଖଜନକ ଏବଂ ଭଲ ଲାଗୁନାହିଁ।

ଗୋଟିଏ ପଟେ ଭାଇ ଠିଆ ହୋଇଛି ଏବଂ ଅନ୍ୟପଟେ ଭଉଣୀ।

ଏପରି କଲେ ଆପଣଙ୍କ ମାତା-ପିତାଙ୍କ ଆତ୍ମାକୁ ମଧ୍ୟ ସ୍ୱର୍ଗରେ ଶାନ୍ତି ମିଳିବ ନାହିଁ।" ଆହୁରି ପଢନ୍ତୁ: DMRC: ପ୍ରତିବାଦ ବେଳେ କୌଣସି ମେଟ୍ରୋ ସେବା ବାତିଲ ହୋଇନଥିଲା: ସୁପ୍ରିମକୋର୍ଟରେ ଜବାବ ରଖିଲା ଡିଏମ୍‌ଆର୍‌ସି ସୁପ୍ରିମକୋର୍ଟଙ୍କ ଏହି ସମ୍ବେଦନଶୀଳ ଟିପ୍ପଣୀ ପରିବାର ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ଦୂର କରିବା ଏବଂ ପାରିବାରିକ ସମ୍ପର୍କକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏକ ବଡ଼ ବାର୍ତ୍ତା ବୋଲି ଆଇନ ମହଲରେ ଚର୍ଚ୍ଚା ହେଉଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।