Durga Puja: ଦୁର୍ଗାପୂଜାରେ ଏକାଠି ହୁଅନ୍ତି ସବୁ ଧର୍ମର ଲୋକ
"ତାଳଚେର(ବିକାଶ ଚନ୍ଦ୍ର ସାହୁ): ଧର୍ମ ଅଲଗା, ହେଲେ ଭାବନା ଏକ।
ଜାତିଭେଦ ଓ ଧର୍ମର ସୀମା ଡେଇଁ ମା" ଦୁର୍ଗାଙ୍କ ପୂଜାରେ ଏକାଠି ହୁଅନ୍ତି ହିନ୍ଦୁ, ମୁସଲମାନଙ୍କ ସମେତ ବିଭିନ୍ନ ଧର୍ମର ଲୋକ।
ତାଳଚେରର ସାଉଥବଲଣ୍ଡାସ୍ଥିତ ମା" ଦୁର୍ଗାଙ୍କ ମନ୍ଦିର ଆଜି ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବର ଏକ ନିଆରା ଉଦାହରଣ ପାଲଟିଛି।
ଦୀର୍ଘ ବର୍ଷ ଧରି ଏଠାରେ ସମସ୍ତ ଧର୍ମର ଲୋକେ ମିଳିମିଶି ଦୁର୍ଗାପୂଜାର ଆୟୋଜନ କରିଆସୁଛନ୍ତି।Advertisment ଅନୁଗୋଳ ଜିଲ୍ଲାର ଶିଳ୍ପ ସମୃଦ୍ଧ ତାଳଚେର ସହରର ପ୍ରମୁଖ ଅଞ୍ଚଳ ସାଉଥବଲଣ୍ଡାରେ ୧୯୬୨ ମସିହାରେ ପ୍ରଥମେ ମା" ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା।
ପରେ ୨୦୧୪ ମସିହାରେ ଏଠାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଯାଇଥିଲା।
ସେବେଠାରୁ ପ୍ରତିବର୍ଷ ମା"ଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି।
ଭାଇଚାରାର ପ୍ରତୀକମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ବିଶୋଇଙ୍କ କହିବା ଅନୁଯାୟୀ, ଏଠାରେ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଭାଇଚାରାର ଏକ ପ୍ରତୀକ।
ବିଭିନ୍ନ ଧର୍ମର ଲୋକେ ପୂଜା ପାଇଁ ଆର୍ଥିକ ସହଯୋଗ କରିବା ସହ ପୂଜାର୍ଚ୍ଚନା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆଗ୍ରହର ସହ ସାମିଲ ହୋଇଥାନ୍ତି।
ସ୍ଥାନୀୟ ବ୍ୟବସାୟୀ, କ୍ୱାର୍ଟର୍ସ ବାସିନ୍ଦା ଓ କର୍ମଚାରୀମାନଙ୍କ ସହଯୋଗରେ ମା"ଙ୍କ ପୂଜା ଆୟୋଜିତ ହୁଏ।
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ନିୟୋଜିତମନ୍ଦିରରେ ପ୍ରତିଦିନ ମା"ଙ୍କ ନିତ୍ୟପୂଜା ସହ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ଆଳତି ଏବଂ ଭୋଗଲାଗି କରାଯାଏ।
ତେବେ ନବରାତ୍ରୀ ପୂଜା ସମୟରେ ମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ିଥାଏ।
ସପ୍ତମୀ, ଅଷ୍ଟମୀ, ନବମୀ ଓ ଦଶମୀରେ ବିଶେଷ ପୂଜା ସହ ବିଭିନ୍ନ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୁଏ।
ଚଳିତ ବର୍ଷ ମଧ୍ୟ ମୀନାବଜାର, ଦୋଳି ଓ ଭଜନ ସନ୍ଧ୍ୟା ଭଳି କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ନିୟୋଜିତ ହୋଇଛି।
ଏଥିସହ ସୁରକ୍ଷା ଓ ସୁବିଧା ପାଇଁ ସିସିଟିଭି କ୍ୟାମେରା, ସୂଚନା କେନ୍ଦ୍ର ଏବଂ ପ୍ରଶାସନିକ ଗୃହର ବ୍ୟବସ୍ଥା ମଧ୍ୟ କରାଯାଇଛି।ଦୁର୍ଗାପୂଜାରେ ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ଏକ ମୁଖ୍ୟ ଆକର୍ଷଣ।
ସପ୍ତମୀରେ ଭକ୍ତମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ରହିଥିବାବେଳେ ଅଷ୍ଟମୀରେ ଖେଚୁଡ଼ି ଭୋଗ, ନବମୀରେ ଅନ୍ନପ୍ରସାଦ ଏବଂ ଦଶମୀରେ ହାତଭୋଗ ପ୍ରଦାନ କରାଯାଏ।
ଆୟୋଜକଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ୧୦ ହଜାରରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଥାନ୍ତି।
୧୩୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ମନ୍ଦିର କମିଟିଚଳିତ ବର୍ଷ ପୂଜା ପାଇଁ ପ୍ରାୟ ୮ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ମନ୍ଦିରର ସମସ୍ତ ହିସାବ ଓ ପରିଚାଳନା ଦାୟିତ୍ୱ ୧୩୦ ଜଣ ସଦସ୍ୟଙ୍କୁ ନେଇ ଗଠିତ କମିଟି ତୁଲାଉଥିବାବେଳେ କୋଷାଧ୍ୟକ୍ଷ ଦୁଃଖବନ୍ଧୁ ସାହୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି।
ମୁଖ୍ୟ ପୂଜକ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ସହ ପୂଜକ ବିରଞ୍ଚି ଦାସ, ପ୍ରଭାତ ରଞ୍ଜନ ପାଣି ଓ ଉପେନ୍ଦ୍ର ପଣ୍ଡା ପୂଜାର୍ଚ୍ଚନା କରୁଛନ୍ତି।
Maa Charchika Temple: ବାଙ୍କୀର ଅଧିଷ୍ଠାତ୍ରୀ ମା" ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ଶ ପୂଜା, ଷୋଳ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।