Cow Sale Argument Ends in Tragedy: ଗାଈ ବିକ୍ରିକୁ ନେଇ ଝଗଡ଼ା, ସ୍ତ୍ରୀଙ୍କ ଉପରେ ଚଢ଼ାଇଦେଲେ ପିକ୍ଅପ୍!
ଗୋଟିଏ ଗାଈ ବିକ୍ରିକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ, ଆଉ ଶେଷରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ।
ଋଣ ସୁଝିବା ପାଇଁ ଗାଈ ବିକିବାକୁ ଚାହୁଁଥିଲେ ସ୍ୱାମୀ।
ହେଲେ ସ୍ତ୍ରୀଙ୍କ ବିରୋଧ ପରେ ରାଗରେ ଅନ୍ଧ ହୋଇ ତାଙ୍କ ଉପରେ ପିକ୍ଅପ୍ ଗାଡ଼ି ଚଢ଼ାଇଦେଲେ।
Advertisment ରାଜସ୍ଥାନର ସିକର ଜିଲ୍ଲା କୋଲିଡ଼ା ଗାଁରେ ବୁଧବାର ଘଟିଛି ଏହି ହତ୍ୟାକାଣ୍ଡ।
ଅଭିଯୁକ୍ତ ୫୬ ବର୍ଷୀୟ ଚୁନ୍ନିଲାଲ କୁମାୱତ ଏବଂ ମୃତ ମହିଳା ହେଉଛନ୍ତି ତାଙ୍କ ୫୨ ବର୍ଷୀୟ ସ୍ତ୍ରୀ ଚୁଙ୍କି ଦେବୀ।
ପ୍ରାଥମିକ ତଦନ୍ତ ଅନୁସାରେ, ଚୁନ୍ନିଲାଲଙ୍କ ଉପରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଋଣ ଥିଲା।
ଏହାକୁ ସୁଝିବା ପାଇଁ ସେ ଗାଈ ବିକିବାକୁ ଚାହୁଁଥିଲେ, କିନ୍ତୁ ସ୍ତ୍ରୀ ଏଥିରେ ରାଜି ହୋଇନଥିଲେ।
ଏହାକୁ ନେଇ ଝଗଡ଼ା ପରେ ଚୁନ୍ନିଲାଲ ନିଜ ପିକ୍ଅପ୍ ଗାଡ଼ିରେ ସ୍ତ୍ରୀଙ୍କୁ ପ୍ରାୟ ୧୦୦ ମିଟର ଦୂରରେ ଧକ୍କା ଦେଇ ଚଢ଼ାଇଦେଇଥିବା ପୋଲିସ କହିଛି।
ଘଟଣା ପରେ ସେ ନିଜେ ଥାନାକୁ ଯାଇ ଅପରାଧ ସ୍ୱୀକାର କରିଥିଲେ।
ପୋଲିସ ତାଙ୍କୁ ଅଟକ ରଖିଛି ଏବଂ ଡାକ୍ତରୀ ପରୀକ୍ଷା ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।