Love Affair Turns Deadly: ଝିଅ ସହ ରୁମ୍‌ରେ ଦେଖିଦେଲେ ମାଲିକ, ଯୁବ କର୍ମଚାରୀଙ୍କୁ ପିଟିପିଟି ହତ୍ୟା!

Nov 05, 2026 - 11:58
Love Affair Turns Deadly: ଝିଅ ସହ ରୁମ୍‌ରେ ଦେଖିଦେଲେ ମାଲିକ, ଯୁବ କର୍ମଚାରୀଙ୍କୁ ପିଟିପିଟି ହତ୍ୟା!

ନିଜ ଝିଅ ସହ ଘର ଭିତରେ ଯୁବ କର୍ମଚାରୀଙ୍କୁ ଦେଖିଦେଲେ ବାପା।

ଏହାପରେ ରାଗରେ ନିଆଁବାଣ ହୋଇଗଲେ।

ଯୁବକଙ୍କୁ ଏମିତି ନିର୍ଧୁମ ମାଡ଼ ମାରିଲେ ଯେ, ଶେଷରେ ଚାଲିଗଲା ଜୀବନ।

କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ଏଭଳି ଏକ ଭୟଙ୍କର ଘଟଣା ବେଙ୍ଗାଲୁରୁର ୟେଲହଙ୍କା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏହି ଘଟଣାରେ ୪୫ ବର୍ଷୀୟ ବ୍ୟବସାୟୀ ଆନନ୍ଦରାଜଙ୍କୁ ପୋଲିସ ଗିରଫ କରିଛି।

Advertisment ମୃତ ଯୁବକଙ୍କ ନାଁ କିରଣ।

ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା।

ସେ କେରଳର ପଲକ୍କଡ ଜିଲ୍ଲାର ବାସିନ୍ଦା।

ବେଙ୍ଗାଲୁରୁରେ ଆନନ୍ଦରାଜଙ୍କ କାରଖାନାରେ ଦୀର୍ଘଦିନ ଧରି କାମ କରୁଥିଲେ।

ଏହି କାରଖାନାରେ ସୁଇଟ୍ କର୍ଣ୍ଣ ତିଆରି ମେସିନ୍ ଓ ଠେଲାଗାଡ଼ି ପ୍ରସ୍ତୁତ ହୁଏ।

ଝିଅ ସହ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଆନନ୍ଦରାଜ ନିଜ ୧୯ ବର୍ଷୀୟା ଝିଅ ଓ କିରଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ।

ଝିଅ ଅନ୍ୟ ସହରରେ ପାଠ ପଢ଼ୁଥିବାବେଳେ ଛୁଟିରେ ଘରକୁ ଆସିଥିଲା।

Advertisment ସକାଳେ ଆନନ୍ଦରାଜ ଓ ତାଙ୍କ ସ୍ତ୍ରୀ ଘରୁ ବାହାରକୁ ଯାଇଥିଲେ।

ଦିନସାରା ଫେରିବେନି ବୋଲି ଝିଅକୁ କହିଥିଲେ।

କିନ୍ତୁ କିଛି ଘଣ୍ଟା ପରେ ଘରକୁ ଫେରି ଝିଅ ସହ କିରଣଙ୍କୁ ଗୋଟିଏ ରୁମ୍‌ରେ ଦେଖିଥିବା ଅଭିଯୋଗ ହୋଇଛି।

ଏହାପରେ ଆନନ୍ଦରାଜ ଝିଅକୁ ଚିକ୍କାବଲ୍ଲାପୁରରେ ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇଦେଇଥିଲେ।

ପରେ କିରଣଙ୍କୁ ନିର୍ଧୁମ ମାଡ଼ ମାରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି।

ଗୁରୁତର ଆହତ ହୋଇ ବେହୋସ ହୋଇପଡ଼ିଥିବା କିରଣଙ୍କୁ ହସ୍ପିଟାଲ ନିଆଯାଇଥିଲା।

ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୂର୍ବରୁ ହୋଇଥିଲା କି ହତ୍ୟାର ଷଡ଼ଯନ୍ତ୍ର?

ଏହି ଘଟଣାକୁ ନେଇ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି କିରଣଙ୍କ ସମ୍ପର୍କୀୟ ଭାଇ ପ୍ରସାଦ।

ତାଙ୍କ ଦାବି ଅନୁସାରେ, ଏହା ଏକ ପୂର୍ବ ଯୋଜନାବଦ୍ଧ ହତ୍ୟା।

ଘଟଣାର କିଛିଦିନ ପୂର୍ବରୁ କିରଣଙ୍କ ଭାଇଙ୍କୁ ଡେଲିଭରି କାମରେ ଉତ୍ତରପ୍ରଦେଶ ପଠାଇ ଦିଆଯାଇଥିଲା।

ଯାହାଦ୍ୱାରା ଘଟଣା ସମୟରେ କିରଣଙ୍କ ପାଖରେ କେହି ନଥିବେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ କେହି ଆସିପାରିବେ ନାହିଁ ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି।

ନର୍ଥ ଇଷ୍ଟ ଡିଭିଜନ୍ ଡିସିପି ଜି.କେ.

ମିଥୁନ କୁମାର କହିଛନ୍ତି, ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି।

ପ୍ରାଥମିକ ତଦନ୍ତରେ ଜାଣିଶୁଣି କିରଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି।

ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।