CPI to Intensify Protests ଗଞ୍ଜାମରେ ଆନ୍ଦୋଳନ ତୀବ୍ର କରିବ ସିପିଆଇ: ଡିସେମ୍ବର ୧ରୁ ଜେଲ୍‌ ଭରୋ ଆନ୍ଦୋଳନ

Oct 14, 2026 - 18:27
CPI to Intensify Protests ଗଞ୍ଜାମରେ ଆନ୍ଦୋଳନ ତୀବ୍ର କରିବ ସିପିଆଇ:  ଡିସେମ୍ବର ୧ରୁ ଜେଲ୍‌ ଭରୋ ଆନ୍ଦୋଳନ

"ଛତ୍ରପୁର( ବସନ୍ତ କୁମାର ମହାରଣା):  ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଗଞ୍ଜାମ ଜିଲ୍ଲା ପରିଷଦ ବୈଠକ ପୂର୍ବତନ ସରପଞ୍ଚ ସିମାଞ୍ଚଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଆଗାମୀ ଡିସେମ୍ବର ୧, ୨ ଓ ୩ ତାରିଖରେ  ଜେଲ୍‌ ଭରା ଆନ୍ଦୋଳନ ନେଇ ଆଲୋଚନା କରାଯାଇଥିଲା।

ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ଜିଲ୍ଲାରେ ସାଙ୍ଗଠନିକ ପ୍ରସ୍ତୁତି ଓ ଜନସମ୍ପର୍କ ଅଭିଯାନକୁ ଜୋରଦାର କରିବାକୁ ନେତାମାନେ ଆହ୍ୱାନ ଦେଇଛନ୍ତି।

Advertisment CPIM: ଇସିଆଇ ସ୍ପଷ୍ଟୀକରଣକୁ ସିପିଆଇଏମ୍‌ର ପ୍ରତ୍ୟାଖ୍ୟାନ: ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିଏଥିରେ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଆଶିଷ କୁମାର କାନୁନଗୋ ଓ ପ୍ରକାଶ ପାତ୍ର, ପୂର୍ବତନ ବିଧାୟକ ଏନ୍‌.

ନାରାୟଣ ରେଡ୍ଡୀ, ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ, ଜିଲ୍ଲା ସହସମ୍ପାଦକ ନୀଳକଣ୍ଠ ଦାଶ ଓ ପ୍ରଦୀପ କୁମାର ସେଠୀ, ପ୍ରବୀଣ କୁମାର ଦାଶ, ବରିଷ୍ଠ ନେତା ଗୋକୁଳ ଚନ୍ଦ୍ର ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସିଏଚ୍‌.

ଜନାର୍ଦ୍ଦନ ରେଡ୍ଡୀ ଓ ରାଜୀବ ଲୋଚନ ପଣ୍ଡା, ନାରୀନେତ୍ରୀ ଏନ୍‌.

ଭାନୁମତି ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି.

ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍‌.

ଗିରିଜା ପ୍ରସାଦ ରେଡ୍ଡୀ, ସହସମ୍ପାଦକ ଗୁରୁନାଥ ପ୍ରଧାନ, କାମଦେବ ନାହାକ, ଏନ.

ସୁକାନ୍ତ ଆଚାରୀ, ରଙ୍କନାଥ ସ୍ୱାଇଁ, ସତ୍ୟ ମହାପାତ୍ର, ବିଦେଶୀ ନାହାକ, ଦୁର୍ଗା ଚରଣ ପାତ୍ର, ଆଦିତ୍ୟ ମିଶ୍ର, ଅନୁରାଗ ମିଶ୍ରପ୍ରମୁଖଯୋଗ ଦେଇଥିଲେ।

କେନ୍ଦ୍ର ଓ ରାଜ୍ୟର ଡବଲ୍‌ ଇଞ୍ଜିନ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ ନେଇ ନେତାମାନେ ତୀବ୍ର ସମାଲୋଚନା କରିଥିଲେ।

ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନୀତିକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବାକୁ ମତ ପ୍ରକାଶ ପାଇଥିଲା।

Chhatrapur Politics ଛତ୍ରପୁରରେ ତେଜିଲା ବିରୋଧୀ ରାଜନୀତି: ଗାନ୍ଧୀମୂର୍ତ୍ତି ଠାରେ ଏକାଠି ହେଲେ ସିପିଆଇ, କଂଗ୍ରେସ ଓ ବିଜେଡି ନେତା ବିଶେଷକରି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ପ୍ରତ୍ୟାହାର ଆଦି ଦାବି ନେଇ ଆଗାମୀ ଦିନରେ ଆନ୍ଦୋଳନ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ଚିହ୍ନଟ କରି ସେଗୁଡ଼ିକର ସମାଧାନ ଦାବିରେ ଗଣଆନ୍ଦୋଳନ ଗଢ଼ି ତୋଳିବାକୁ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ଦଳକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ପାଇଁ ବ୍ରାଞ୍ଚ ସମ୍ମିଳନୀ ଆୟୋଜନ, ସଭ୍ୟ ନବୀକରଣ ଓ ଗଣପାଣ୍ଠି ଆଦାୟ ଅଭିଯାନକୁ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ହୋଇଥିଲା।

ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ନେଇ ଧାରାବାହିକ ଭାବେ ଆନ୍ଦୋଳନ କରାଯିବ ବୋଲି ଦଳୀୟ ନେତାମାନେ କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।