Truck Driver Wins Lottery: ଟ୍ରକ୍ ଚାଳକ ଜିତିଲେ ୧.୩ କୋଟି ଟଙ୍କାର ଲଟେରି

Oct 14, 2026 - 18:27
Truck Driver Wins Lottery: ଟ୍ରକ୍ ଚାଳକ ଜିତିଲେ ୧.୩ କୋଟି ଟଙ୍କାର ଲଟେରି

"ଦୁବାଇ: ଭାଗ୍ୟ ସାଥ୍ ଦେଲେ ଛୋଟିଆ ପ୍ରୟାସ ମଧ୍ୟ ବଡ଼ ଖୁସି ଆଣିଦିଏ।

ଏପରି ଏକ ଘଟଣାପଞ୍ଜାବର ୫୩ ବର୍ଷୀୟ ଟ୍ରକ୍ ଡ୍ରାଇଭର କୁଲୱନ୍ତ ସିଂହଙ୍କ କ୍ଷେତ୍ରରେ ଘଟିଛି।

ଦୀର୍ଘ ୧୮ ବର୍ଷ ଧରି ଦୁବାଇରେ ରହୁଥିବା କୁଲୱନ୍ତ ଆବୁଧାବି ବିଗ୍ ଟିକେଟ୍‌ର ସିରିଜ୍ ୨୯୧ ଡ୍ର"ରେ ୫ ଲକ୍ଷ ଦିରହାମ୍‌ ଅର୍ଥାତ୍ ପ୍ରାୟ ୧.୩ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି।Advertisment ସବୁଠାରୁ ବଡ଼ କଥା ହେଉଛି, କୁଲୱନ୍ତ ଏହି ଟଙ୍କାକୁ ଏକା ରଖିବା ପରିବର୍ତ୍ତେ ନିଜର ୫ ଜଣ ବନ୍ଧୁଙ୍କ ମଧ୍ୟରେ ବାଣ୍ଟି‌ଦେବେ ଏବଂ  ନିଜ ଭାଗର ଟଙ୍କାରେ ପରିବାରର ଖର୍ଚ୍ଚ ତୁଲାଇବା ସହ ଘର ନିର୍ମାଣରେ ଯୋଗଦାନ ଦେବାକୁ ଯୋଜନା କରୁଛନ୍ତି।

ବୋଲି କହିଛନ୍ତି।

ଏହି ବନ୍ଧୁମାନଙ୍କ ସହ ମିଶି ସେ ଗତ ପ୍ରାୟ ଦୁଇ ବର୍ଷ ଧରି ପ୍ରତି ମାସରେ ଲଟେରି ଟିକେଟ୍ କିଣୁଥିଲେ।

କୁଲୱନ୍ତ ସିଂହ ଅନେକ ବର୍ଷ ପୂର୍ବେ ଅନ୍‌ଲାଇନ୍ ଭିଡିଓ ମାଧ୍ୟମରେ ବିଗ୍ ଟିକେଟ୍ ବିଷୟରେ ଜାଣିବାକୁ ପାଇଥିଲେ।

ଏହା ପରେ ପ୍ରାୟ ଦୁଇ ବର୍ଷ ପୂର୍ବେ ସେ ନିଜ ବନ୍ଧୁମାନଙ୍କ ସହ ମିଶି ଟିକେଟ୍ କିଣିବା ଆରମ୍ଭ କରିଥିଲେ।

ଧୀରେ ଧୀରେ ଏହା ସେମାନଙ୍କର ପ୍ରତି ମାସର ଅଭ୍ୟାସରେ ପରିଣତ ହୋଇଥିଲା।

ଏଥର କୁଲୱନ୍ତ କୌଣସି ବିଶେଷ ଯୋଜନା ନକରି ଏକ ଟିକେଟ୍ ନମ୍ବର ବାଛିଥିଲେ।

କିନ୍ତୁ ସେହି ନମ୍ବର ତାଙ୍କ ପାଇଁ ଏତେ ବଡ଼ ଖୁସି ଆଣିଦେବ ବୋଲି ସେ କଳ୍ପନା ମଧ୍ୟ କରି ନଥିଲେ।

ବନ୍ଧୁମାନଙ୍କ ସହ ମିଶି କିଣିଥିଲେ ଟିକେଟ୍ କୁଲୱନ୍ତ ସିଂହ ଦୁବାଇର ଜେବେଲ ଅଲି ଅଞ୍ଚଳରେ ନିଜ ପରିବାର ସହ ରହୁଛନ୍ତି।

ସେ ଓ ତାଙ୍କର ୫ ଜଣ ବନ୍ଧୁ ପ୍ରାୟ ଦୁଇ ବର୍ଷ ପୂର୍ବେ ପ୍ରତି ମାସରେ ଲଟେରି ଟିକେଟ୍ କିଣିବା ଆରମ୍ଭ କରିଥିଲେ।

ଏଥର ସେମାନେ ଆବୁଧାବି ବିଗ୍ ଟିକେଟ୍‌ର ସିରିଜ୍ ୨୯୧ ଡ୍ର"ରେ ଭାଗ ନେଇଥିଲେ।

ପୁରସ୍କାର ଜିତିବା ଖବର ପାଇବା ପରେ କୁଲୱନ୍ତ ବେଶ୍ ଖୁସି ହୋଇଯାଇଛନ୍ତି।

କାରଣ, ତାଙ୍କ ସମସ୍ତ ବନ୍ଧୁ ଦୀର୍ଘ ଦିନ ଧରି ପୁରସ୍କାର ଜିତିବା ଆଶା ରଖିଥିଲେ।

କଳିଙ୍ଗନଗରରେ ଶିଳ୍ପ ମହାସମାରୋହ: ୧୪ ଜିଲ୍ଲା ପାଇଁ ୩୯,୩୮୩ କୋଟିର ୪୬ ପ୍ରକଳ୍ପ, ୪୨ ହଜାରରୁ ଅଧିକ ନିଯୁକ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।