Crackdown on Garbage-Dumping Mall: ଆବର୍ଜନା କରୁଥିବା ମଲ୍ ବିରୋଧରେ କଡ଼ା ଆକ୍ସନ, ମାଲିକ ଭୁଲ୍ ସ୍ୱୀକାର କରି ଦେଲେ ଜରିମାନା
ସମ୍ବଲପୁର ମହାନଗର ନିଗମର ଯେସାକୁ ତେସା ନୀତି। ସହରକୁ ଅଳିଆ, ଆବର୍ଜନା କରୁଥିବା ଲୋକଙ୍କ ବିରୋଧରେ ହେଲା କଡ଼ା ଆକ୍ସନ। ଆବର୍ଜନା ଗଦା କରୁଥିବା ଲୋକଙ୍କ ବିରୋଧରେ କଡ଼ା ଆକ୍ସନ ନେଇଛି ସମ୍ୱଲପୁର ମହାନଗର ନିଗମ। ବ୍ୟସ୍ତବହୁଳ ଗୋଲବଜାର ମାର୍କେଟ୍ ଅଞ୍ଚଳରେ ଥିବା ଏକ ମଲ୍ ଆଗରେ ଦୀର୍ଘଦିନ ଧରି ଜମା ହୋଇ ରହିଥିଲା ଅଳିଆ ଆବର୍ଜନା। ବାରମ୍ବାର କହିବା ସତ୍ତ୍ୱେ ମଲ୍ ମାଲିକ ଏହାକୁ ହଟାଉନଥିଲେ। ଫଳରେ ଅଳିଆରୁ ଦୁର୍ଗନ୍ଧ ବାହାରିବା ସହ ଡ୍ରେନ୍ ମଧ୍ୟ ଅବରୋଧ ହୋଇଥିଲା।
ଶେଷରେ ଆଜି ମଲ୍ ନିକଟରେ ପହଞ୍ଚିଥିଲା ମହାନଗର ନିଗମର ଏନ୍ଫୋର୍ସମେଣ୍ଟ ଟିମ୍। ବୁଲଡୋଜର ଲଗାଇ ଆବର୍ଜନାକୁ ସଫା କରିବା ସହ ମଲ୍ ଆଗରେ ହିଁ ଆବର୍ଜନା ଗଦା କରି ଦେଇଥିଲେ। ପରେ ମଲ୍ ମାଲିକ ଘଟଣାସ୍ଥଳକୁ ଆସି ନିଜ ଭୁଲ୍ ସ୍ୱୀକାର କରିବା ସହ ଜରିମାନା ଦେଇଛନ୍ତି। ଆଗକୁ ସହରକୁ ଅଳିଆ କରୁଥିବା ଲୋକଙ୍କ ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି ।
ମହାନଗର ନିଗମର ଯେସାକୁ ତେସା ନୀତି
ମଲ୍ ଆଗରେ ନେଇ ଗଦା କରିଦେଲେ ଅଳିଆ
ଆବର୍ଜନା ପକାଇଥିଲେ ମଲ୍ କର୍ତ୍ତୃପକ୍ଷ
ବାରମ୍ୱାର କହିବା ପରେ ମଧ୍ୟ ଆବର୍ଜନା ହଟାଉନଥିଲେ
ଶେଷରେ ମଲ୍ ଆଗରେ ଅଳିଆ ଗଦା କରିଦେଲା SMC
ମଲ୍ ଉପରେ ଜୋରିମାନା ଲଗାଇଲେ କର୍ତ୍ତୃପକ୍ଷ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।