Crackdown on Illegal Liquor Trade: ବେଆଇନ ମଦ ଭାଟି ଉପରେ ଚଢାଉ, ନଷ୍ଟ କରାଗଲା ୧୦ ଲକ୍ଷ ଟଙ୍କାର ଦେଶୀ ମଦ
ବେଆଇନ ମଦ ଭାଟି ଉପରେ ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ କରାଯାଇଛି । ଦେଶୀ ବନ୍ଧୁକ ଜବତ କରାଯିବା ସହ ୧୦ ଲକ୍ଷ ଟଙ୍କାର ମଦ ନଷ୍ଟ କରାଯାଇଛି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁରୁଡ଼ା ଗାଁ ନିକଟ ପାହାଡ଼ିଆ ଜଙ୍ଗଲରେ ଚଢ଼ାଉ ହୋଇଥିଲା। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଓ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ରାମଚନ୍ଦ୍ରପୁର, ଗୁରୁଡ଼ା ଓ ଗଙ୍ଗାପୁରର ପାହାଡିଆ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଭାଟିଗୁଡ଼ିକୁ ଠାବ କରାଯାଇ ନଷ୍ଟ କରାଯାଇଛି। ଏଥିସହ ବିପୁଳ ପରିମାଣର ପୋଚ ଓ ଚୋରା ଦେଶୀ ମଦ ନଷ୍ଟ କରାଯାଇଛି।
ଚଢ଼ାଉରେ ୧୩,୨୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ଏକ ହଜାର ୪୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି। ଚଢ଼ାଉ ସମୟରେ ଜରଡ଼ା ଥାନା, ଚିକିଟି ଅବକାରୀ ଥାନା, ବ୍ରହ୍ମପୁର ସଦର ରେଞ୍ଜ, ଦିଗପହଣ୍ଡି ଅବକାରୀ ସମେତ ଅବକାରୀ ଓ ଗୁଇନ୍ଦା ବିଭାଗ କର୍ମଚାରୀ ସାମିଲ ଥିଲେ। ...
ବେଆଇନ ମଦ ଭାଟି ଉପରେ ଚଢାଉ
ଦେଶୀ ବନ୍ଧୁକ ଜବତ, ୧୦ ଲକ୍ଷ ଟଙ୍କାର ମଦ ନଷ୍ଟ
ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ
୧୩ ହଜାରରୁ ଅଧିକ ଲିଟର ପୋଚ ନଷ୍ଟ
୧୪୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ ନଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।