Cremation Ground Mystery: ଶ୍ମଶାନରୁ ଗାୟବ ହେଉଛି ଶବ! ଦୁଇ ଦିନରେ ୩ ଶବ ଗାୟବ, ବଢ଼ିଲା ସନ୍ଦେହ

Aug 11, 2026 - 17:22
Cremation Ground Mystery: ଶ୍ମଶାନରୁ ଗାୟବ ହେଉଛି ଶବ! ଦୁଇ ଦିନରେ ୩ ଶବ ଗାୟବ, ବଢ଼ିଲା ସନ୍ଦେହ

ଶ୍ମଶାନରୁ ଗାୟବ ହେଉଛି ଶବ! ଗତ ଦୁଇ ଦିନରେ ୩ଟି ମୃତଦେହ ଗାୟବ ହୋଇଥିବା ଅଭିଯୋଗ ପରେ ରହସ୍ୟ ଘେରରେ ଭଦ୍ରକ ଭଣ୍ଡାରିପୋଖରୀ ମଣିନାଥପୁର ଶ୍ମଶାନ। ସୂଚନା ଅନୁସାରେ, ବୈତରଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ପରେ ଶ୍ମଶାନରୁ ମୃତଦେହ ଗାୟବ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ହେଉଛି, ୨୦୧୬ରୁ ଏଯାଏଁ ଏହି ଶ୍ମଶାନରୁ ୩୦ରୁ ଅଧିକ ମୃତଦେହ ଗାୟବ ହୋଇଛି। 

ମୃତଦେହ ପୋତିବାର ପ୍ରାୟ ୧୦ ଦିନରୁ ୩ ମାସ ମଧ୍ୟରେ ସମାଧିରୁ ଶବ ଗାଏବ ହେଉଥିବା ନେଇ ରହିଛି ସଙ୍ଗୀନ ଅଭିଯୋଗ। ପୂର୍ବରୁ ମଧ୍ୟ ଏଭଳି ଘଟଣାକୁ ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ କରିଛି। କିନ୍ତୁ ଏଯାଏଁ ଘଟଣା ପଛର ସତ ସାମ୍ନାକୁ ଆସିନାହିଁ। ଏବେ ପୁଣି ତିନିଟି ଶବ ଗାୟବ ଅଭିଯୋଗ ପରେ ବଢ଼ିଛି ଚିନ୍ତା। ଶ୍ମଶାନରୁ ଶବ ଗାଏବ ହେଉଛି କାହିଁକି? ଏହା ପଛରେ କଣ ରହିଛି କାରଣ ତାକୁ ନେଇ ଏବେ ବି ଚର୍ଚ୍ଚା।...

ଶ୍ମଶାନରୁ ଶବ ଗାୟବ!

ଭଦ୍ରକ ମଣିନାଥପୁର ଶ୍ମଶାନରୁ ଗାୟବ ହେଉଛି ଶବ!
ଦୁଇ ଦିନରେ ୩ ଶବ ଗାୟବ, ବଢ଼ିଲା ସନ୍ଦେହ
୨୦୧୬ରୁ ୩୦ରୁ ଅଧିକ ଶବ ଗାୟବ ଅଭିଯୋଗ
ବୈତରଣୀ ବନ୍ୟା ପରେ ପୁଣି ଶବ ଗାୟବ
ପୋଲିସ ତଦନ୍ତ ସତ୍ତ୍ୱେ ଖୋଲୁନି ଶବ ଗାୟବ ରହସ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।