Crematorium Faces Firewood Shortage କେନ୍ଦୁଝର ଶ୍ମଶାନରେ ଦାହ ପାଇଁ ମିଳୁନି କାଠ

Nov 01, 2026 - 18:19
Crematorium Faces Firewood Shortage କେନ୍ଦୁଝର ଶ୍ମଶାନରେ ଦାହ ପାଇଁ ମିଳୁନି କାଠ

କେନ୍ଦୁଝର (ଜିତେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝରରେ ଥିବା ଆଦର୍ଶ ଶ୍ମଶାନରେ ଶବଦାହ ନିମନ୍ତେ ଯୋଗାଯାଉଥିବା କାଠରେ ବ୍ୟାପକ କଳାବଜାରି ହେଉଛି।

ଶ୍ମଶାନରେ ଦାହ ନିମନ୍ତେ କାଠ ମିଳୁନଥିବା ବେଳେ ଏହି କାଠ ଖୋଲାବଜାରରେ ଚଢ଼ାଦରରେ ବିକ୍ରି ହେଉଛି।

ଏହା ପଛରେ କେତେକ ଦୁର୍ନୀତିଗ୍ରସ୍ତ ବନ ବିଭାଗ କର୍ମଚାରୀଙ୍କ ହାତ ଥିବା ଜଣାଯାଇଛି।

Advertisment Family Denied Village Cremation ବାସନ୍ଦ ହୋଇ ଅର୍ଥଦଣ୍ଡ ଦେଇପାରିନଥିଲେ ପରିବାର, ଶବ ପଚିଗଲା କିନ୍ତୁ ମିଳିଲା ନାହିଁ ଗାଁ ଶ୍ମଶାନ ଶ୍ମଶାନରେ ଶବଦାହ ନିମନ୍ତେ ଆବଶ୍ୟକ କାଠ ଯୋଗାଇଦେବାକୁ ବନ ନିଗମ ଦାୟିତ୍ବ ନେଇଛି।

କେନ୍ଦୁଝରରେ ଖଣିଖାଦାନ, ରାସ୍ତାଘାଟ, ରେଲୱେ ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ପାଇଁ ହଜାର ହଜାର ଗଛ କଟାଯାଉଛି।

ଏହି କାଠଗୁଡ଼ିକୁ କେନ୍ଦୁଝର ସହରରେ ପୁରୁଣାବଜାର, କାଳୀପଡ଼ିଆ, କଲେଜରୋଡରେ ଆଦି ସ୍ଥାନରେ ଥିବା ବନ ନିଗମର ଡିପୋ ରହିଛି।

ଏହି ଡିପୋଗୁଡ଼ିକୁ ସହର ଉପକଣ୍ଠ ନରଣପୁରରେ ନିଗମର କାଠ ଗୋଦାମରୁ କାଠ ଯୋଗାଇଦିଆଯାଇଥାଏ।

ଏହି କ୍ରମରେ ଡିପୋଗୁଡ଼ିକରୁ କାଠ ନିୟମିତ ବ୍ୟବଧାନରେ ଶ୍ମଶାନକୁ ଶବଦାହ ନିମନ୍ତେ ସରକାରୀ ଦରରେ କାଠ ଆସିଥାଏ।

କିନ୍ତୁ କାଠର ଅଭାବ ଦର୍ଶାଇ ଶବଦାହ ନିମନ୍ତେ ଡିପୋରୁ ପର୍ଯ୍ୟାପ୍ତ କାଠ ଦିଆଯାଉନଥିବା ବେଳେ ବ୍ୟାପକ ପରିମାଣରେ ଏହି କାଠ ଖୋଲା ବଜାରରେ କଳାବଜାରି ହେଉଛି।

Baunsiapada village: ବାଉଁଶିଆପଡ଼ା ଗାଁ ଶ୍ମଶାନକୁ ନାହିଁ ରାସ୍ତା: ଭରା କେନାଲ୍‌ ପାର ହୋଇ ଶବ ନିଆଗଲା ଶ୍ମଶାନରେ ଯେଉଁ ଦରରେ କାଠ ବିକ୍ରି ହେଉଛି, ତା'ର ୩ରୁ୪ଗୁଣ ଅଧିକ ଦରରେ ସେହି କାଠକୁ ବିକ୍ରି କରାଯାଉଛି।

ଯଦି ସରକାରୀ ଡିପୋରେ କାଁ ଭାଁ କେତେବେଳେ କାଠ ମିଳୁଛି ତେବେ ଗୋଟିଏ ଶବଦାହ ପାଇଁ ମାତ୍ର ୩ କ୍ୱିଣ୍ଟାଲ କାଠ ଦେଉଛନ୍ତି।

ଶ୍ମଶାନ ପରିଚାଳକ ସିଦ୍ଧେଶ୍ୱର ନାୟକ କହିଛନ୍ତି, ୩ କ୍ବିଣ୍ଟାଲ୍‌ କାଠ ସାଧାରଣ ଓଜନ ଥିବା ମୃତଦେହ ନିମନ୍ତେ ଯଥେଷ୍ଟ ନୁହେଁ।

ଏଣୁ ଲୋକମାନେ ଦୁଇଟି ଶବର ଦାହ ନିମନ୍ତେ କାଠ କିଣୁଛନ୍ତି।

ଏଥିପାଇଁ ମିଥ୍ୟା ମୃତ୍ୟୁର ତଥ୍ୟ ଦାଖଲ କରାଯାଉଛି।

Gas prices: ଗ୍ୟାସ୍‌ ଦରବୃଦ୍ଧିର ପ୍ରଭାବ: ବଢ଼ିଲା ଶବଦାହ ଖର୍ଚ୍ଚ, ଧର୍ମବିହାର ଓ ଆଇଗିଣିଆରେ ୩୦୦୦ ଗ୍ରାଉଣ୍ଡ୍‌ ଜିରୋ ଅନୁସନ୍ଧାନରୁ ଜଣାଯାଇଛି, ସରକାରୀ ଦରରେ କାଠ କ୍ୱିଣ୍ଟାଲ ପ୍ରତି ୪୬୦ ଟଙ୍କା ହୋଇଥିବା ବେଳେ ବେସରକାରୀ ବଜାରରେ ସେହି କାଠ ୧୦୦୦ ରୁ ୧୫୦୦ ଟଙ୍କାରେ ବିକ୍ରି ହେଉଛି।

ସ୍ଥାନୀୟ କାଉନ୍‌ସିଲର ଶରତ କୁମାର ସାହୁ ଓ ସହରର ଅନେକ ବୁଦ୍ଧିଜୀବୀ ପ୍ରଶ୍ନପଚାରିଛନ୍ତି, ଯଦି କାଠ ଅଭାବ ପାଇଁ ସରକାରୀ ଡିପୋରେ କାଠ ମିଳୁ ନାହିଁ ତେବେ ସେଇ କାଠ ବାହାର ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି କିପରି ।

ଏଥିରୁ ସ୍ପଷ୍ଟ ବାରିହେଉଛିଯେ ସରକାରୀ ଗୋଦାମରୁ କାଠ କଳାବଜାରି ହେଉଛି।

Puri Swargadwar: ପୁରୀ ସ୍ୱର୍ଗଦ୍ୱାରରେ କାଠ ସଙ୍କଟ; ଶବଦାହ ପାଇଁ ୭ ଘଣ୍ଟା ଅପେକ୍ଷା ଏହି ଘଟଣାରେ ଓଡ଼ିଶା ବନ ଉନ୍ନୟନ ନିଗମ, କେନ୍ଦୁଝର ଜିଲ୍ଲା ପରିଚାଳକ ସୁରେଶ ଚନ୍ଦ୍ର ମଲ୍ଲିକ ସଫେଇ ଦେଇଛନ୍ତି, ବର୍ଷାଋତୁରେ କାଠ ସଂଗ୍ରହ କମି ଯାଇଥିବାରୁ ଶବଦାହ କାଠ ଯୋଗାଇବାରେ ନିଗମ ସକ୍ଷମ ହେଉନଥିବା କହିବାସହ ସରକାରଙ୍କ ରାଜସ୍ୱ ପାଇଁ କିଛି ଲାଇସେନ୍ସ ପ୍ରାପ୍ତ ଘୋରୋଇ ସଂସ୍ଥାକୁ କାଠ ଦିଆଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।