01 NOVEMBER 2026

Welcome!

Unlock your personalized experience.
Sign Up

Iran UK tensions: ବ୍ରିଟେନର ନୌସେନା ଓ ବାୟୁସେନାକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ଇରାନ

Nov 01, 2026 - 17:15
Iran UK tensions: ବ୍ରିଟେନର ନୌସେନା ଓ ବାୟୁସେନାକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ଇରାନ

ତେହେରାନ: ଇରାନ ଓ ବ୍ରିଟେନ ମଧ୍ୟରେ ଉତ୍ତେଜନା ତୀବ୍ର ହୋଇଛି। ବ୍ରିଟେନ ଆମେରିକାକୁ ଇରାନ ବିରୋଧରେ ଏହାର ସାମରିକ ଘାଟି ଓ ଲଜିଷ୍ଟିକ୍‌ ସୁବିଧା ପ୍ରଦାନ କରିବା ପରେ ଇରାନ ପ୍ରତିଶୋଧମୂଳକ ପଦକ୍ଷେପ ଭାବରେ ବ୍ରିଟେନର ରୟାଲ ନୌସେନା ଓ ରୟାଲ ବାୟୁସେନାକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି ଓ ଏହାର ବିଦେଶୀ ଗୁଇନ୍ଦା ସଂସ୍ଥା ଏମ୍‌ଆଇ୬କୁ ଶତ୍ରୁ ସଙ୍ଗଠନ ଭାବରେ ବର୍ଗୀକୃତ କରିଛି। ଇରାନ ବିରୋଧରେ ଆମେରିକା-ଇସ୍ରାଏଲ ସାମରିକ ଅଭିଯାନକୁ ନେଇ ଚାଲିଥିବା ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଏହି ନିଷ୍ପତ୍ତି ବ୍ରିଟେନର ସାମରିକ ଓ ଗୁଇନ୍ଦା ପ୍ରତିଷ୍ଠାନଗୁଡ଼ିକୁ ଇରାନ ସୁରକ୍ଷା ଆଇନର ନଜରକୁ ଆଣିଛି।

ଇରାନର ବୈଦେଶିକ ମନ୍ତ୍ରଣାଳୟ ରବିବାର ଏହି ପଦକ୍ଷେପ ଘୋଷଣା କରିଛି। ମନ୍ତ୍ରଣାଳୟ ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (ଆଇଆର୍‌ଜିସି)କୁ ବ୍ରିଟେନ ଏହାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ୨୦୨୬ ଆଇନ ଅଧୀନରେ ଆଣିବା ପାଇଁ ଜୁଲାଇରେ ବ୍ରିଟେନର ନିଷ୍ପତ୍ତିକୁ ମଧ୍ୟ ଉଦ୍ଧୃତ କରିଛି। ଏହି ପଦକ୍ଷେପକୁ ଇସଲାମିକ୍ ଗଣରାଜ୍ୟ ବିରୋଧରେ ଲଣ୍ଡନର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତିରେ ତେହେରାନ ବିରୋଧରେ ବ୍ରିଟେନର କାର୍ଯ୍ୟାନୁଷ୍ଠାନକୁ ଶତ୍ରୁତାପୂର୍ଣ୍ଣ ଓ ବେଆଇନ ବୋଲି ବର୍ଣ୍ଣନା କରିଛି। ବ୍ରିଟେନ ଜାତିସଂଘ ଚାର୍ଟର ଓ ଅନ୍ତର୍ଜାତୀୟ ଆଇନର ନୀତି ଉଲ୍ଲଂଘନ କରୁଥିବା ମଧ୍ୟ ଅଭିଯୋଗ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।