Cricket: କ୍ରିକେଟ୍ ପାଇଁ ନାନାଙ୍କ ପାଗଳପଣ; ବିରାଟ ଆଉଟ୍ ହେଲେ ଛାଡ଼ି ଦେଉଥିଲେ ଖାଇବା
"ମୁମ୍ବାଇ: ବଲିଉଡ୍ର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ସାରା ଦେଶ ଶୋକାକୁଳ।
୭୫ ବର୍ଷ ବୟସରେ ଗୋଆସ୍ଥିତ ବାସଭବନରେ ତାଙ୍କର କାର୍ଡିଆକ୍ ଆରେଷ୍ଟ୍ ହୋଇଥିଲା।
ହସ୍ପିଟାଲ୍ରେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସକାଳ ପ୍ରାୟ ୫ଟା ୨୦ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
Advertisment ନାନା ପାଟେକରଙ୍କ ପରିଚୟ ଜଣେ ଦମଦାର ଅଭିନେତା ଭାବେ ପରିଚିତ ଥିଲେ ମଧ୍ୟ ତାଙ୍କ ମନରେ କ୍ରିକେଟ୍ ପାଇଁ ଏକ ଭିନ୍ନ ସ୍ଥାନ ଥିଲା।
୨୦୧୫ର ଏକ ସାକ୍ଷାତକାରରେ ସେ ନିଜ ପିଲାଦିନର କ୍ରିକେଟ୍ ଦିନକୁ ମନେ ପକାଇ କହିଥିଲେ ଯେ, ସେ ଜଣେ ଅଫ୍-ସ୍ପିନ୍ ବୋଲର ଥିଲେ।
ଆର୍ଥିକ ସ୍ଥିତି ଭଲ ନଥିବାରୁ ନାନାଙ୍କ ପାଇଁ ନିୟମିତ କ୍ରିକେଟ୍ କୋଚିଂ ନେବା ସହଜ ନଥିଲା।
ତେଣୁ ସେ ମୁମ୍ବାଇର ଶିବାଜୀ ପାର୍କକୁ ଯାଉଥିଲେ ଏବଂ ସେଠାରେ ନେଟ୍ ପ୍ରାକ୍ଟିସ୍ କରୁଥିବା ଖେଳାଳିଙ୍କ ପାଇଁ ବୋଲିଂ କରୁଥିଲେ।
ଏହି ସ୍ମୃତି ତାଙ୍କ ଜୀବନରେ କ୍ରିକେଟ୍ର ଗଭୀର ଛାପକୁ ଦର୍ଶାଏ।
ମନରେ କ୍ରିକେଟ୍ ପାଇଁ ଏକ ଭିନ୍ନ ସ୍ଥାନ ସମୟ ବଦଳିଲା, ନାନା ସିନେମାରେ ନିଜର ଅଲଗା ପରିଚୟ ଗଢ଼ିଲେ।
କିନ୍ତୁ କ୍ରିକେଟ୍ ପ୍ରତି ତାଙ୍କ ଭଲପାଇବା କମିନଥିଲା।
ସେ ଏକ ସାକ୍ଷାତକାରରେ ଏପରିକି କହିଥିଲେ ଯେ ପ୍ରାୟ ୧୦ ଦିନ ଅଭ୍ୟାସ କଲେ ସେ ଆଜି ବି ଭଲ ବୋଲିଂ କରିପାରିବେ।
ତାଙ୍କ କଥାରୁ ବୁଝାପଡ଼ୁଥିଲା, ତାଙ୍କ ଭିତରେ ଥିବା କ୍ରିକେଟର କେବେ ମରିନଥିଲା।
ଆଉ ଜଣେ ଖେଳାଳିଙ୍କ ପ୍ରତି ନାନାଙ୍କ ଭଲପାଇବା ଥିଲା ଅଧିକ ଚର୍ଚ୍ଚିତ ସେ ହେଉଛନ୍ତି ବିରାଟ କୋହଲି।
ନାନା ବିରାଟଙ୍କୁ ନିଜର ପସନ୍ଦର କ୍ରିକେଟର ବୋଲି କହିଥିଲେ।
ଏପରିକି ବିରାଟ ଶୀଘ୍ର ଆଉଟ୍ ହୋଇଗଲେ ତାଙ୍କର ଖାଇବାକୁ ମଧ୍ୟ ଇଚ୍ଛା ହୁଏନାହିଁ ବୋଲି ସେ କହିଥିଲେ।
ଏହି କଥା ପରେ ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ଚର୍ଚ୍ଚା ହୋଇଥିଲା।
କ୍ରିକେଟ୍ ଓ ଅଭିନୟ ମଧ୍ୟରେ ମଧ୍ୟ ନାନା ଏକ ସୁନ୍ଦର ସମ୍ପର୍କ ଦେଖୁଥିଲେ।
ତାଙ୍କ ମତରେ, ଉଭୟ କ୍ଷେତ୍ରରେ ଶେଷରେ ପରୀକ୍ଷା ଦେବାକୁ ପଡ଼େ ଏବଂ ଅନ୍ତିମ ନିଷ୍ପତ୍ତି ଦର୍ଶକ ବା ଲୋକଙ୍କ ହାତରେ ଥାଏ।
ଆଜି ତାଙ୍କ ବିଦାୟ ପରେ ତାଙ୍କ ଅଭିନୟ ସହ ଏହି ଅଜଣା କ୍ରିକେଟ୍ ପ୍ରେମ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱର ଏକ ସ୍ନେହଭରା ଅଧ୍ୟାୟ ଭାବେ ମନେ ରହିବ।
ସମସ୍ତଙ୍କ ପାଇଁ ସ୍ମୃତି ପାଲଟିଗଲେ ସେ ଆଜି "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।