Cricket: ଚମିକଲେ ଶ୍ରୀ ଚରଣୀ; ଭାଙ୍ଗିଲେ ଅଷ୍ଟ୍ରେଲିଆର ଖେଳାଳିଙ୍କ ରେକର୍ଡ
"ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ଯୁବ ସ୍ପିନର ଶ୍ରୀ ଚରଣୀ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ମହିଳା ଟି୨୦ ବୋଲିଂ ରାଙ୍କିଙ୍ଗ୍ରେ ଚରଣୀ ଏକ ରେକର୍ଡ ହାସଲ କରିଛନ୍ତି।
ଏହି ରେକର୍ଡ ପୂର୍ବରୁ ଅନ୍ୟ ଜଣେ ବୋଲରଙ୍କ ନାମରେ ଥିଲା।
ସେ ୮୧୭ ରେଟିଂ ପଏଣ୍ଟ ସହିତ ମହିଳା ଟି୨୦ ଅନ୍ତର୍ଜାତୀୟ ରାଙ୍କିଙ୍ଗ ଇତିହାସରେ ସର୍ବାଧିକ ରେଟିଂ ହାସଲ କରିଥିବା ବୋଲର ହୋଇପାରିଛନ୍ତି।
Advertisment ଶ୍ରୀ ଚରଣୀ ଏହି ମାମଲାରେ ଅଷ୍ଟ୍ରେଲିଆର ଷ୍ଟାର ବୋଲର ମେଗନ ଶୁଟ୍ଙ୍କ ରେକର୍ଡ ଭାଙ୍ଗିଛନ୍ତି।
ଶୁଟ୍ ୨୦୧୮ ନଭେମ୍ବରରେ ଆଇସିସିର ମହିଳା ଟି୨୦ ବୋଲିଂ ରାଙ୍କିଙ୍ଗରେ ୮୦୬ ପଏଣ୍ଟ ହାସଲ କରିଥିଲେ।
ଚରଣୀଙ୍କ ବର୍ତ୍ତମାନ ରେଟିଂ ୧୧ ଅଙ୍କ ଅଧିକ ହୋଇପାରିଛି।
ଜାପାନର ଆଇଚି-ନାଗୋୟାରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ଭଲ ପ୍ରଦର୍ଶନ ପରେ ତାଙ୍କର ନାମରେ ଆଉ ଏକ ଐତିହାସିକ ରେକର୍ଡ ଯୋଡ଼ି ହୋଇଛି।
ଶ୍ରୀ ଚରଣୀ ଏସୀୟ କ୍ରୀଡ଼ାରେ ଶ୍ରୀଲଙ୍କା ବିପକ୍ଷରେ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ।
ସେ ୧୩ ରନ୍ ଦେଇ ୨ ୱିକେଟ୍ ହାସଲ କରିଥିଲେ।
ଭାରତ ଏହି ମୁକାବିଲାରେ ଶ୍ରୀଲଙ୍କାକୁ ୧୪୭ ରନ୍ରେ ପରାସ୍ତ କରିଥିଲା ଏବଂ ସ୍ବର୍ଣ୍ଣ ପଦକ ହାସଲ କରିଥିଲା।
ଭାରତର ବିଜୟରେ ଚରଣୀ ବଡ଼ ଭୂମିକା ତୁଲାଇବା ସହିତ ନିଜର ରାଙ୍କକୁ ମଧ୍ୟ ଉପରକୁ ଉଠାଇ ପାରିଛନ୍ତି।
କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରିବା ଫଳରେ ଶ୍ରୀ ଚରଣୀ ମହିଳା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ନିଜର ସ୍ଥିତି ମଜବୁତ କରିପାରିଛନ୍ତି।
ଇଂଲଣ୍ଡ ବିପକ୍ଷ ଲଡ୍ର୍ସ ଟେଷ୍ଟରେ ଶ୍ରୀ ଚରଣୀଙ୍କୁ ମିଳିଲା ଡେବ୍ୟୁ ସୁଯୋଗ କେବଳ ଶ୍ରୀ ଚରଣୀ ନୁହଁନ୍ତି; ବରଂ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କୁ ଲାଭ ହୋଇଛି।
ଫାଇନାଲରେ ଭଲ ପ୍ରଦର୍ଶନ କରିବା ସହିତ ଅର୍ଦ୍ଧଶତକ ହାସଲ କରିଥିବା ସ୍ମୃତି ମନ୍ଧାନା ଗୋଟିଏ ପାଦ ଉପରକୁ ଉଠିଛନ୍ତି।
ସେ ଟି୨୦ ଅନ୍ତର୍ଜାତୀୟ ବ୍ୟାଟିଂ ରାଙ୍ଗିଙ୍ଗ୍ର ଶ୍ରେଷ୍ଠ ୫ଜଣିଆ ତାଲିକାରେ ସ୍ଥାନ ପାଇପାରିଛନ୍ତି।
ମନ୍ଧାନା ୪୬ଟି ବଲ୍ ଖେଳି ୭୯ ରନ୍ର ବିସ୍ଫୋରକ ବ୍ୟାଟିଂ କରିଥିଲେ।
ତାଙ୍କର ବ୍ୟାଟିଂରୁ ୫ଟି ଚୌକା ଏବଂ ୭ଟି ଛକା ଆସିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।