Cricket" ପୁରୁଷ କ୍ରିକେଟର୍ଙ୍କ ସହ ଖେଳି ଇତିହାସ ରଚିଲେ ଦିୟା, ଭଦ୍ରା
ମାଲାପୁରମ୍: କ୍ରିକେଟ୍ ପଡ଼ିଆରେ ଲିଙ୍ଗଗତ ପ୍ରତିବନ୍ଧକ ଭାଙ୍ଗି ଇତିହାସ ରଚିଛନ୍ତି କେରଳର ଦୁଇ ଝିଅ ଦିୟା ଓ ଭଦ୍ରା।
ମାଲାପୁରମ୍ ଜିଲ୍ଲାରେ ଆୟୋଜିତ ନଡୁଭାଥ ପ୍ରିମିୟର ଲିଗ୍ (ଏନ୍ପିଏଲ୍)ର ଷଷ୍ଠ ସଂସ୍କରଣରେ ସେମାନେ ପୁରୁଷ କ୍ରିକେଟରଙ୍କ ସହ ପଡ଼ିଆକୁ ଓହ୍ଲାଇଛନ୍ତି।
Advertisment ଏହି ପ୍ରତିଯୋଗିତାରେ ପଦାର୍ପଣ କରିଥିବା ଦିୟା ଓ ଭଦ୍ରା ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ପରାକ୍ରମ ଦେଖାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
ବିଶେଷ କରି ଦିୟାଙ୍କ ବୋଲିଂ ଦର୍ଶକଙ୍କୁ ବେଶି ଆକର୍ଷିତ କରିଛି।
ସେ ନିଜର ପ୍ରଥମ ବଲ୍ରେ ବିପକ୍ଷ ଦଳର ଜଣେ ମୁଖ୍ୟ ବ୍ୟାଟର୍ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।
Cricket: କ୍ରିକେଟ୍ ପାଇଁ ନାନାଙ୍କ ପାଗଳପଣ; ବିରାଟ ଆଉଟ୍ ହେଲେ ଛାଡ଼ି ଦେଉଥିଲେ ଖାଇବା ଏମାନଙ୍କ ଏହି ପ୍ରଦର୍ଶନ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ମ୍ୟାଚ୍ ପରେ ଭଦ୍ରା କହିଛନ୍ତି, ''ମାଗଣା ଗ୍ରୀଷ୍ମକାଳୀନ ଶିବିରରୁ ମୁଁ ଖେଳିବା ଆରମ୍ଭ କରିଥିଲି।
ଏହାପରେ ଏକାଡେମିରେ ଯୋଗ ଦେଲି।
ଏକାଡେମିରେ ଦିୟାଙ୍କ ସହ ମୋର ବନ୍ଧୁତା ହୋଇଥିଲା।
ମୋତେ ଏନ୍ପିଏଲ୍ରେ ଖେଳିବାର ସୁଯୋଗ ମିଳିବାରୁ ଦିୟାଙ୍କୁ ଏହି ପ୍ରତିଯୋଗିତାରେ ଖେଳିବାକୁ କହିଲି।
ଉଭୟ ଏଠାରେ ଖେଳୁଛୁ''।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।