PM Modi Odisha visit: ଆର୍ବିଆଇର ଡାଟା ସେଣ୍ଟର, ସାଇବର୍ ସୁରକ୍ଷା ପ୍ରତିଷ୍ଠାନ ଭେଟିଦେବେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଉତ୍ତରପ୍ରଦେଶର ବାରାଣସୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏକ ସ୍ବତନ୍ତ୍ର ବିମାନବନ୍ଦରରେ ଭୁବନେଶ୍ବରରେ ପହଞ୍ଚିଛନ୍ତି।
ପ୍ରଧାନମନ୍ତ୍ରୀ ଆଜିର ଏହି ଐତିହାସିକ ଦିବସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କରିବେ।
ସେ ଏଠାରେ ପ୍ରାୟ ଅଢ଼େଇ ଘଣ୍ଟା ରହିବେ।
ମୋଦୀଙ୍କ ଗସ୍ତ ପାଇଁ ଭୁବନେଶ୍ବର ଓ ଖୋରଧାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Advertisment ପ୍ରଧାନମନ୍ତ୍ରୀ ମୋଦୀ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି।
ଏହାପରେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ଖୋର୍ଦ୍ଧାସ୍ଥିତ ଆର୍ବିଆଇ ଡାଟା ସେଣ୍ଟରରେ ପହଞ୍ଚିବେ।
ଅପରାହ୍ଣ ୪ଟା୪୫ରୁ ୫ଟା୪୫ ପର୍ଯ୍ୟନ୍ତ ଆର୍ବିଆଇ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ।
୫ଟା ୫୦ରେ ସଡ଼କ ପଥରେ ଭୁବନେଶ୍ବର ବିମାନବନ୍ଦରକୁ ଫେରିବେ।
୬ଟା ୩୫ରେ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଫେରିଯିବେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ବାଂଲାଦେଶରେ ହିଂସା।
ମନ୍ଦିର ଓ ଟ୍ରେନ୍ ଉପରେ ଆକ୍ରମଣ।
୧୦ ମୃତ।
ସୁଦୃଢ଼ ହେବ ପ୍ରଯୁକ୍ତିର ଭିତ୍ତିଭୂମି ଆର୍ବିଆଇର ନୂତନ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାରତର ଆର୍ଥିକ ବ୍ୟବସ୍ଥାରେ ପ୍ରଯୁକ୍ତିର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି କୁହାଯାଉଛି।
ଏଗୁଡ଼ିକ ବ୍ୟାଙ୍କର କମ୍ପ୍ୟୁଟିଂ ଆବଶ୍ୟକତା ପୂରଣ କରିବା ସହ ବ୍ୟାଙ୍କ ଓ ବ୍ୟାପକ ଆର୍ଥିକ କ୍ଷେତ୍ର ପାଇଁ ଏକ ସୁରକ୍ଷିତ, ସ୍ଥିର, କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରଦାନ କରିବା ଭଳି ଡିଜାଇନ୍ କରାଯାଇଥିବା କୁହାଯାଇଛି।
ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ କାର୍ଯ୍ୟ ସାଇବର୍ ସୁରକ୍ଷା ତାଲିମ ପ୍ରତିଷ୍ଠାନ ଆର୍ବିଆଇର କ୍ଷମତା ନିର୍ମାଣକୁ ବୃଦ୍ଧି କରିବ।
ଏହା ସାଇବର୍ ସୁରକ୍ଷା, ଉଦ୍ୟୋଗ-ପ୍ରଯୁକ୍ତିବିଦ୍ୟା ତାଲିମ ସହିତ ଗବେଷଣା ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥାଗତ ପ୍ଲାଟଫର୍ମ ପ୍ରଦାନ କରିବ।
ଏହି ପ୍ରତିଷ୍ଠାନ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା ଏବଂ ଅନ୍ୟାନ୍ୟ ଆଗଧାଡ଼ିର ପ୍ରଯୁକ୍ତିବିଦ୍ୟା ସମେତ ବିଏଫ୍ଏସ୍ଆଇ କ୍ଷେତ୍ର ସହିତ ପ୍ରାସଙ୍ଗିକ ଅତ୍ୟାଧୁନିକ ପ୍ରଯୁକ୍ତି ଉପରେ କାର୍ଯ୍ୟ କରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।