Cricket: ଭାରତ-ଜାପାନ ଐତିହାସିକ ଟ୍ବେଣ୍ଟି-୨୦ ମଙ୍ଗଳବାର

Sep 21, 2026 - 14:07
Cricket: ଭାରତ-ଜାପାନ ଐତିହାସିକ ଟ୍ବେଣ୍ଟି-୨୦ ମଙ୍ଗଳବାର

"ସାନୋ: ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ମଙ୍ଗଳବାର ପ୍ରଥମଥର ପାଇଁ ଜାପାନକୁ ଏକ ଟି-୨୦ ଅନ୍ତର୍ଜାତୀୟରେ ଭେଟିବ। "ସୁଜୁକି କପ୍‌" ନାମରେ ନାମିତ ଏହି ମ୍ୟାଚ୍‌ ସାନୋ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତୀୟ ସମୟ ଅନୁସାରେ ସକାଳ ୯ଟା ୩୦ରେ ଆରମ୍ଭ ହେବ।

ଆଇଚି-ନାଗୋୟାରେ ଆୟୋଜିତ ହେବାକୁ ଥିବା ଏସୀୟ କ୍ରୀଡ଼ା-୨୦୨୬ ପୂର୍ବରୁ ଏହା ଉଭୟ ଦଳ ପାଇଁ ଏକ ଶେଷ ପ୍ରସ୍ତୁତିମୂଳକ ମ୍ୟାଚ୍‌ ଭାବେ ସହାୟକ ହେବ।

ଏହି ମ୍ୟାଚ୍‌ ଭାରତ ଓ ଜାପାନ ସରକାରଙ୍କ "ସ୍ପୋର୍ଟ ୭୫" ଅଭିଯାନର ପ୍ରଥମ କାର୍ଯ୍ୟକ୍ରମ ମଧ୍ୟ ହେବ।

Advertisment "ସ୍ପୋର୍ଟ ୭୫" ଅଭିଯାନର ପ୍ରଥମ କାର୍ଯ୍ୟକ୍ରମ ଭାରତ ଓ ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ଆଦାନପ୍ରଦାନ ଓ ସହଯୋଗ ବଢ଼ାଇବା ଏହି ପଦକ୍ଷେପର ଲକ୍ଷ୍ୟ।

ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନିକଟରେ ଆଫଗାନିସ୍ତାନକୁ ୩-୦ରେ ହରାଇ ଉଚ୍ଚ ମନୋବଳ ସହ ଜାପାନକୁ ଆସିଛି।

ଅଭିଷେକ ଶର୍ମା, ସଂଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଶନ, ତିଳକ ବର୍ମାଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ବିଭାଗ ସନ୍ତୁଳିତ ଥିବାବେଳେ ଦ୍ରୁତ ବୋଲିଂ ବିଭାଗରେ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ ଓ ଯଶ ଠାକୁର ରହିଛନ୍ତି।

ଅନ୍ୟପକ୍ଷରେ ବିଶ୍ବର ନଂ୧ ଟ୍ବେଣ୍ଟି-୨୦ ଦଳ ଭାରତ ବିପକ୍ଷରେ ଖେଳିବା ଜାପାନ କ୍ରିକେଟ୍‌ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ହେବ।

କାରଣ ଏହି ମ୍ୟାଚ୍‌ ଜାପାନରେ କ୍ରିକେଟର ଲୋକପ୍ରିୟତା ବୃଦ୍ଧି କରିବାରେ ସହାୟକ ହେବ।

ଭାରତୀୟ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଈଶାନ କିଶନ (ୱିକେଟକିପର), ବୈଭବ ସୂର୍ଯ୍ୟବଂଶୀ, ଶିବମ ଦୁବେ, ତିଳକ ବର୍ମା (ଉପଅଧିନାୟକ), ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ଯଶ ଠାକୁର ଓ ବିପ୍ରଜ ନିଗମ।

ବନ୍ଧୁକଚାଳନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।