India-New Zealand: ଭାରତ-ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ
"ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ଚୂଡ଼ାନ୍ତ ହୋଇଛି।
ଆସନ୍ତା ଅକ୍ଟୋବର ୨୦ରୁ ଏହା କାର୍ଯ୍ୟକାରୀ ହେବ।
ଏହା ଫଳରେ ନ୍ୟୁଜିଲ୍ୟାଣ୍ଡ ବଜାରରେ ଭାରତର ୧୦୦% ରପ୍ତାନି ସାମଗ୍ରୀ ଶୁଳ୍କମୁକ୍ତ ପ୍ରବେଶ ସୁବିଧା ପାଇବ।
ଉଭୟ ଦେଶ ଗତଏପ୍ରିଲ ୨୭ରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ।
ନ୍ୟୁଜିଲ୍ୟାଣ୍ଡ ସଂସଦରେ ଚୁକ୍ତିକୁ ଅନୁମୋଦନ ମିଳିବା ପରେ ଉଭୟ ଦେଶ ଏହାକୁ ଲାଗୁ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟା ଶେଷ କରିଛନ୍ତି।Advertisment ଅକ୍ଟୋବର ୨୦ରୁ ହେବ ଲାଗୁ ଏହି ରାଜିନାମାରୁ ଭାରତର ବୟନ ଓ ପୋଷାକ, ଚମଡ଼ା ଓ ଜୋତା, ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ, କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଭଳି କ୍ଷେତ୍ର ଲାଭ ପାଇବ।
ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ କିଛି ଭାରତୀୟ ରପ୍ତାନି ସାମଗ୍ରୀ ଉପରେ ୧୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରୁଥିଲା।
ଏହି ଚୁକ୍ତି ପରେ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଖର୍ଚ୍ଚ କମିବା ସହ ବଜାର ପ୍ରବେଶ ସହଜ ହେବ।ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଅନୁସାରେ, ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ସାମଗ୍ରୀ ଓ ସେବା ବାଣିଜ୍ୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରହିଛି।
ଏହି ରାଜିନାମାସେଥିରେ ସହାୟକ ହେବ।
ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ କହିଛନ୍ତି ଯେ ଏହି ରାଜିନାମା ଦୁଇ ଦେଶର ବାଣିଜ୍ୟ ଓ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବ।
ରାଜିନାମା ଲାଗୁ ହେବା ସହ ଦୁଇ ଦେଶର ବ୍ୟବସାୟୀ ଓ ରପ୍ତାନିକାରୀଙ୍କ ପାଇଁ ନୂଆ ବଜାର ସୁଯୋଗ ଖୋଲିବ।
ରାଜିନାମା ଅନୁସାରେ ନ୍ୟୁଜିଲ୍ୟାଣ୍ଡ ଭାରତରେ ୧୫ ବର୍ଷ ମଧ୍ୟରେ ୨୦ ବିଲିଅନ ଡଲାର ନିବେଶ କରିବା ନେଇ ପ୍ରତିବଦ୍ଧତା ପ୍ରକାଶ କରିଛି।
ଏହା ବ୍ୟତୀତ ସେବା, ପ୍ରଯୁକ୍ତି, ନବସୃଜନ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ।
ଭାରତୀୟ ଛାତ୍ର ଓ ପେସାଦାରଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ।
ପ୍ରତିବର୍ଷ ୫,୦୦୦ ଦକ୍ଷ ଭାରତୀୟ କର୍ମଚାରୀଙ୍କ ପାଇଁ ସାମୟିକ ନିଯୁକ୍ତି ପ୍ରବେଶ ଭିସା ବ୍ୟବସ୍ଥା ରହିବ।
ଏହାସହ ପ୍ରତିବର୍ଷ ୧,୦୦୦ ଯୁବ ଭାରତୀୟଙ୍କ ପାଇଁ କାର୍ଯ୍ୟ ଛୁଟିଦିନ ସୁବିଧା ରହିବ।
ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।