Cricket: ରଗ୍‌ବି କିଂବଦନ୍ତି ମିଲାମୁଙ୍କୁ ଭେଟିଲେ ଗିଲ୍‌, କୋହଲି, ରୋହିତ

Nov 04, 2026 - 13:29
Cricket: ରଗ୍‌ବି କିଂବଦନ୍ତି ମିଲାମୁଙ୍କୁ ଭେଟିଲେ ଗିଲ୍‌, କୋହଲି, ରୋହିତ

ଅକ୍‌ଲାଣ୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ବୁଧବାର ପ୍ରଥମ ଦିନିକିଆ ପୂର୍ବରୁ ଭାରତୀୟ ଅଧିନାୟକ ଶୁବମନ ଗିଲ୍‌ ଙ୍କ ସହ ବ୍ୟାଟିଂ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ରଗ୍‌ବି କିଂବଦନ୍ତି କେଭେନ ମିଲାମୁଙ୍କୁ ଭେଟିଛନ୍ତି।

ଏହି ଅବସରରେ ମିଲାମୁ ଉପହାର ସ୍ବରୂପ ଏହି ତିନି ଭାରତୀୟ କ୍ରିକେଟର୍‌ଙ୍କୁ ସେମାନଙ୍କ ନାମ ଲେଖାଥିବା ସ୍ୱତନ୍ତ୍ର ଜର୍ସି ପ୍ରଦାନ କରିଛନ୍ତି।

ନ୍ୟୁଜିଲାଣ୍ଡ ଜାତୀୟ ରଗ୍‌ବି ଦଳ ପକ୍ଷରୁ ମିଲାମୁ ୧୩୨ ମ୍ୟାଚ୍‌ ଖେଳିଛନ୍ତି।

Advertisment ଭାରତୀୟ କ୍ରିକେଟର୍‌ଙ୍କୁ ମିଲାମୁଙ୍କ ଉପହାର ସେ ଅଲ୍‌ବ୍ଲାକ୍ସ ଇତିହାସରେ ସବୁଠୁ ଅଧିକ ମ୍ୟାଚ୍‌ ଖେଳିଥିବା ଖେଳାଳି।

ସେ ମଧ୍ୟ ଏହି ଦଳର ଅଧିନାୟିକ ଦାୟିତ୍ବ ତୁଲାଇଛନ୍ତି।

୨୦୧୧ ଓ ୨୦୧୫ ରଗ୍‌ବି ବିଶ୍ବକପ୍‌ ବିଜୟୀ ଦଳରେ ସେ ଗୁରୁତ୍ବପୂର୍ଣ୍ଣ ଖେଳାଳି ଥିଲେ।

ଏହି ଭେଟଘାଟର ଏକ ଛୋଟ ଭିଡିଓ ବିସିସିଆଇ 'ଏକ୍ସ' ପୃଷ୍ଠାରେ ପୋଷ୍ଟ ହୋଇଛି।

ଏଥିରେ ମିଲାମୁ କହିଛନ୍ତି, ''ଆପଣମାନଙ୍କୁ ଏଠାରେ ପାଇବା ସମ୍ମାନର ବିଷୟ।

ଆପଣଙ୍କ ପାଖରେ ନିଶ୍ଚିତ ଅନେକ ଜର୍ସି ଥିବ।

କିନ୍ତୁ ଅପାଣମାନଙ୍କୁ 'ମାନା' (ମାଉରି ଭାଷାରେ ସମ୍ମାନ ବାଣ୍ଟିବା) ବାଣ୍ଟିବାର ଏହା ବଡ଼ ସୁଯୋଗ।

ଏହା ଆପଣମାନଙ୍କୁ ଶକ୍ତି ଯୋଗାଇବ''।

ବିଶ୍ବ ଟୁର୍‌ ଫାଇନାଲ୍‌ସ ଜିତିବାକୁ ସକ୍ଷମ ହୋଇଛନ୍ତି ସିନ୍ଧୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।