Cricket: ଟିମ୍ ଇଣ୍ଡିଆକୁ ଫେରିବାର ଆଶା ମଉଳିଲା, ଅବସର ନେଲେ ମହମ୍ମଦ ସାମି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
ସୋସିଆଲ ମିଡିଆରେ ସେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭିଡିଓ ଜାରି କରି ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ଟେଷ୍ଟ କ୍ରିକେଟରୁ ଅବସର ନେବାର ନିଷ୍ପତ୍ତି ଘୋଷଣା କରିଛନ୍ତି।
ସେ ଶେଷ ଥର ପାଇଁ ୨୦୨୩ ଜୁନ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଟିମ୍ ଇଣ୍ଡିଆ ପାଇଁ ଏକ ଟେଷ୍ଟ ଖେଳିଥିଲେ।
ବର୍ତ୍ତମାନ ଧଳା ବଲ୍ କ୍ରିକେଟରେ (ଦିନିକିଆ ଏବଂ ଟି୨୦ ଆନ୍ତର୍ଜାତୀୟ) ଟିମ୍ ଇଣ୍ଡିଆ ପାଇଁ ଉପଲବ୍ଧ ହେବେ।
Advertisment ଟେଷ୍ଟ ଦଳ ପାଇଁ ଶାମିଙ୍କୁ ଲଗାତାର ଅଣଦେଖା କରାଯାଇଥିଲା।
ତଥାପି, ସେ ପୁନରାଗମନ ଆଶାରେ ବେଙ୍ଗଲ ପାଇଁ ଲଗାତାର ରଣଜୀ ଟ୍ରଫି ଖେଳୁଥିଲେ।
ସେ ଗତ ସିଜିନରେ ରଣଜୀ ଟ୍ରଫିରେ ଚମତ୍କାର ବୋଲିଂ କରିଥିଲେ ଏବଂ ୩୬ ୱିକେଟ୍ ନେଇଥିଲେ।
ସେ ଏହି ରଣଜୀ ସିଜିନରେ ମଧ୍ୟ ବେଙ୍ଗଲ ପାଇଁ ପଡ଼ିଆରେ ଥିଲେ।
ତିନୋଟି ମ୍ୟାଚ୍ରେ ୧୪ ୱିକେଟ୍ ନେଇଥିଲେ।
ଦୀପାବଳିର ଶୁଭେଚ୍ଛା ସାମି ଭିଡିଓ ସେୟାର କରି ପ୍ରଥମେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଏବଂ ପରେ କ୍ୟାପସନରେ ଲାଲ ବଲ୍ କ୍ରିକେଟରୁ ତାଙ୍କର ଅବସର ବିଷୟରେ ଉଲ୍ଲେଖ କରିଛନ୍ତି।
ସେ ଲେଖିଛନ୍ତି, ମୁଁ ଧଳା ଜର୍ସିକୁ ବିଦାୟ ଦେଉଛି।
କିନ୍ତୁ ଏହା ସହିତ ଜଡିତ ସ୍ମୃତିକୁ କେବେ ବି ନୁହେଁ।
ଯେତେବେଳେ ମୁଁ ପ୍ରଥମେ ଭାରତୀୟ ଜର୍ସି ପିନ୍ଧିଥିଲି, ମୋର କେବଳ ଗୋଟିଏ ସ୍ୱପ୍ନ ଥିଲା: ଭାରତ ପାଇଁ କିଛି କରିବା।
ଏହା ପରେ ପ୍ରତ୍ୟେକ ୱିକେଟ୍, ପ୍ରତ୍ୟେକ ସଂଘର୍ଷ, ପ୍ରତ୍ୟେକ ଆଘାତ ଏବଂ ପ୍ରତ୍ୟେକ ପ୍ରତ୍ୟାବର୍ତ୍ତନ ମୋତେ କିଛି ଶିଖାଇଛି।
Supreme Court notice to Shami: ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ହୃଦୟରୁ ଧନ୍ୟବାଦ ଜଣାଉଛି ଭାରତୀୟ ବୋଲର ଆହୁରି ଲେଖିଛନ୍ତି, ଟେଷ୍ଟ କ୍ରିକେଟ୍ ମୋ ପାଇଁ କେବଳ ଏକ ଫର୍ମାଟ୍ ନୁହେଁ।
ଏହା ମୋ ଜୀବନର ଏକ ବିଶେଷ ଅଂଶ ହୋଇଛି।
ଆଜି ଭାରୀ ହୃଦୟ ଏବଂ ସୁନ୍ଦର ସ୍ମୃତି ସହିତ ମୁଁ ଟେଷ୍ଟ କ୍ରିକେଟ୍ରୁ ଅବସର ନେବାକୁ ନିଷ୍ପତ୍ତି ନେଉଛି।
ଏହି ଯାତ୍ରାରେ ମୋତେ ସମର୍ଥନ କରିଥିବା ଏବଂ ଭଲ ଏବଂ କଷ୍ଟକର ସମୟରେ ମୋ ଉପରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ସାଥୀ, ପ୍ରଶିକ୍ଷକ, ପରିବାର ଏବଂ ଲକ୍ଷ ଲକ୍ଷ ଭାରତୀୟଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି।
View this post on Instagram ବିସିସିଆଇକୁ କ'ଣ କହିଲେ?
ସାମି ଲେଖିଛନ୍ତି, ମୋ ପ୍ରତିଭାରେ ବିଶ୍ୱାସ କରିବା, ମୋତେ ବୃଦ୍ଧି ପାଇବାର ସୁଯୋଗ ଦେବା ଏବଂ ମୋର କ୍ରିକେଟ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ବିସିସିଆଇ ଏବଂ କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (CAB)କୁ ମୋର ହୃଦୟରୁ ଧନ୍ୟବାଦ।
ଆପଣଙ୍କ ସମର୍ଥନ ଏବଂ ବିଶ୍ୱାସ ସର୍ବଦା ମୋ ପାଇଁ ସ୍ୱତନ୍ତ୍ର ରହିବ।
ମୋର ଶେଷ ଟେଷ୍ଟ ବଲ୍ ବୋଲ୍ ହୋଇଥାଇପାରେ।
କିନ୍ତୁ ଭାରତ ପାଇଁ ଖେଳିବାର ଗର୍ବ ସବୁବେଳେ ମୋ ହୃଦୟରେ ବଞ୍ଚି ରହିବ।
ମହମ୍ମଦ ଶାମିଙ୍କ ଟେଷ୍ଟ କ୍ୟାରିଅର ସୂୂଚନାଯୋଗ୍ୟ, ମହମଦ ସାମି ତାଙ୍କ ଟେଷ୍ଟ କ୍ୟାରିଅର ୬୪ ମ୍ୟାଚ୍ ସହିତ ଶେଷ କରିଥିଲେ।
୧୨୨ ଇନିଂସରେ ବୋଲିଂ କରି ସେ ୨୭.୭୧ ହାରରେ ୨୨୯ ୱିକେଟ୍ ନେଇଥିଲେ, ଯାହାର ଶ୍ରେଷ୍ଠ ମ୍ୟାଚ୍ ଚିତ୍ର ୯/୧୧୮ ଥିଲା।
ସାମି ଛଅ ଥର ପାଞ୍ଚ ୱିକେଟ୍ ନେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।