Diwali: ଆଗକୁ ଦୀପାବଳି: ସବୁଜ ବାଣକୁ ଗୁରୁତ୍ବ, ଗ୍ରିନ୍‌ କ୍ରାକର୍‌ କେମିତି ଚିହ୍ନିବେ?

Nov 07, 2026 - 04:28
Diwali: ଆଗକୁ ଦୀପାବଳି: ସବୁଜ ବାଣକୁ ଗୁରୁତ୍ବ, ଗ୍ରିନ୍‌ କ୍ରାକର୍‌ କେମିତି ଚିହ୍ନିବେ?

ଭୁବନେଶ୍ବର: ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କମିସନରେଟ୍‌ ପୁଲିସ ମିଳିତ ଭାବେ ଅଣ୍ଟା ଭିଡ଼ିଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ମୁତାବକ କେବଳ ଗ୍ରିନ୍ କ୍ରାକର(ସବୁଜ ବାଣ) ବିକ୍ରି ଓ ଫୁଟାଇବାକୁ ଅନୁମତି ଦିଆଯିବ।

ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭୁବନେଶ୍ବରରେ ବାୟୂ ପ୍ରଦୂଷଣ ଦିନକୁ ଦିନ ବଢ଼ୁଛି।

ବିଶେଷକରି ଦୀପାବଳିର ବାଣଫୁଟା ଗୋଟିଏ ଦିନରେ ହିଁ ବାୟୁର ଗୁଣବତ୍ତାକୁ ବହୁ ଖରାପ କରି ଦେଇଥାଏ।

ପରିଣାମ ସ୍ବରୂପ ବାୟୂ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ସାଂଘାତିକ ସ୍ଥିତି ସୃଷ୍ଟି କରେ।

ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।

ବ୍ୟବସାୟୀମାନେ ଗ୍ରିନ୍‌ କ୍ରାକର ବିକ୍ରି କରୁଛନ୍ତି ନା ନାହିଁ ଓ ନିୟମ ମୁତାବକ ଦୋକାନ କରିଛନ୍ତି କି ନାହିଁ ଯାଞ୍ଚ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି।

ପ୍ରଦୂଷଣ ବୋର୍ଡର କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ମିଳିତ ଭାବେ ବାଣ ବଜାରଗୁଡ଼ିକ ଉପରେ ନଜର ରଖିବେ।

ଏହାବ୍ୟତୀତ ନିଜ ଅଞ୍ଚଳ ଉପରେ ନଜର ରଖିବାଲାଗି ପ୍ରତି ଥାନାକୁ ସତର୍କ ରହିବାକୁ କୁହାଯାଇଛି।

Advertisment ଗ୍ରିନ୍‌ କ୍ରାକର୍‌ କେମିତି ଚିହ୍ନିବେ?

Horoscope 2026 November 07: ଜାଣନ୍ତୁ ଆଜିର ରାଶିଫଳ ...

ଗ୍ରିନ୍‌ କ୍ରାକର କ'ଣ?

କିପରି ଏହାକୁ ଚିହ୍ନଟ କରିବେ?

ଏନେଇ ଅନେକ ଲୋକଙ୍କ ମନରେ ମାଳ ମାଳ ପ୍ରଶ୍ନ ରହିଛି।

ପରିବେଶବିତ୍‌ଙ୍କ ମତରେ, ସବୁଜ ବାଣରେ ଅପେକ୍ଷାକୃତ ସ୍ୱଳ୍ପ ପ୍ରଦୂଷଣକାରୀ କଞ୍ଚାମାଲ ବ୍ୟବହାର ହୋଇଥାଏ।

ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ୍‌ ଓ ବେରିୟମ୍‌ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ ରାସାୟନିକ ପଦାର୍ଥ ମିଶୁଥିବା ବେଳେ ସବୁଜ ବାଣରେ ଏସବୁ ନଥାଏ।

ସବୁଜ ବାଣରେ ଆଲୁମିନିୟମ୍‌, ଲିଡ୍ ଓ କାର୍ବନ ଥାଏ।

ଏହା ଫୁଟିବା ବେଳେ କମ୍‌ ଅଙ୍ଗାରକାମ୍ଳ ନିର୍ଗତ କରିଥାଏ।

ପାରମ୍ପରିକ ବାଣର ଶବ୍ଦ ତୀବ୍ରତା ୧୬୦ ଡେସିବେଲ୍‌ ପାଖାପାଖି ଥିବାବେଳେ ସବୁଜ ବାଣରେ ଏହା ୧୧୦ରୁ ୧୨୫ ଡେସିବେଲ୍‌ ମଧ୍ୟରେ ରୁହେ।

ସେହିପରି ସବୁଜବାଣ ପ୍ୟାକେଟରେ ସବୁଜ ଲୋଗୋ ଥାଏ।

ଫଳରେ ଏହାକୁ ସହଜରେ ଚିହ୍ନଟ କରା ଯାଇପାରେ।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳ, ପାର୍କ ଓ ଉଦ୍ୟାନ ନିକଟରେ ବାଣ ଫୁଟାଇବାକୁ ବାରଣ ହୋଇଛି।

ଗ୍ରିନ୍ କ୍ରାକର୍ସ(ସବୁଜ ବାଣ) ବ୍ୟତୀତ ଅନ୍ୟ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ କଟକଣା ଲାଗିଛି।

ସବୁଜ ଦୀପାବଳି ପାଇଁ ଦିଅନ୍ତୁ ପରିବେଶ ଅନୁକୂଳ ଉପହାର...

ଗ୍ରିନ୍ କ୍ରାକର୍ସ କିଣିବା ସମୟରେ ପ୍ୟାକେଟ୍‌ରେ ସିଏସ୍‌ଆଇଆର୍‌-ଏନଇଇଆର୍‌ଆଇର ସବୁଜ ଲୋଗୋ ଓ କ୍ୟୁଆର୍‌ କୋଡ୍‌ ଯାଞ୍ଚ କରନ୍ତୁ।

କେବଳ ଅନୁମୋଦିତ ବିକ୍ରେତାଙ୍କଠାରୁ ବାଣ କିଣିବାକୁ ବୋର୍ଡ ପରାମର୍ଶ ଦେଇଛି।

ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ ଓଡ଼ିଶା ଆତସବାଜି ଓ ଲାଉଡ୍‌ସ୍ପିକର(ନିୟନ୍ତ୍ରଣ) ଆଇନ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ବିନିୟମ) ନିୟମାବଳୀ, ୨୦୦୦ ଅନୁଯାୟୀ ଦଣ୍ଡବିଧାନ ହୋଇପାରେ।

ଏ ସମ୍ପର୍କିତ ଅଭିଯୋଗ ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ନିକଟରେ ଦାଖଲ କରିବାକୁ ବୋର୍ଡ ପରାମର୍ଶ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।