Cricket: ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ହେନରି ବାଦ୍
ଖ୍ରୀଷ୍ଟଚର୍ଚ୍ଚ: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଅବଶିଷ୍ଟ ମ୍ୟାଚ୍ରୁ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ମ୍ୟାଟ୍ ହେନରି ବାଦ୍ ପଡ଼ିଛନ୍ତି।
ସଂପ୍ରତି ଏହି ଶୃଙ୍ଖଳାରେ ୨-୦ରେ ପଛୁଆ ଥିବା ନ୍ୟୁଜିଲାଣ୍ଡ ଦ୍ରୁତ ବୋଲରଙ୍କ କାର୍ଯ୍ୟଭାର କମାଇବା ଲାଗି କରିଥିବା ଅଦଳବଦଳ ନୀତି ଅନୁଯାୟୀ ହେନରିଙ୍କୁ ବାଦ୍ ଦିଆଯାଇଛି।
Advertisment ସେ ମଧ୍ୟ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ତାଙ୍କ ପେଣ୍ଡା ଟାଣ ହୋଇଯିବାରୁ ସେ ଏହି ମ୍ୟାଚ୍ରେ ମାତ୍ର ୨ ଓଭର ବୋଲିଂ କରିପାରିଥିଲେ।
ନଭେମ୍ବର ୨ ତାରିଖରୁ ଅକ୍ଲାଣ୍ଡରେ ଆରମ୍ଭ ହେଉଥିବା ଦିନିକିଆ ଶୃଙ୍ଖଳା ବେଳେ ହେନରି ଦଳରେ ଯୋଗଦେବ।
ସେହିପରି ଲୋକି ଫର୍ଗୁସନ୍ ତୃତୀୟ ଟ୍ବେଣ୍ଟି-୨୦ ଖେଳିବେନି।
ଦଳରେ ଯୋଗଦେବେ ହେନରି ହେଲେ ଶେଷ ଦୁଇ ମ୍ୟାଚ୍କୁ ଫେରିବେ।
ଶୃଙ୍ଖଳାରେ ଏପର୍ଯ୍ୟନ୍ତ ଖେଳି ନଥିବା କାଇଲ ଜାମିସନ୍ ଶେଷ ୨ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତ।
ସେ କାଣ୍ଟରବରି ପକ୍ଷରୁ ଫୋର୍ଡ ଟ୍ରଫିରେ ଖେଳିବେ।
ଏହାପରେ ଦିନିକିଆ ଶୃଙ୍ଖଳା ଳାଗି ଦଳରେ ଯୋଗଦେବେ।
ବ୍ଲେୟର ଟିକନର ଶେଷ ୩ ଏବଂ ଜୋସ୍ କ୍ଲାର୍କସନ୍ ଶେଷ ୨ ମ୍ୟାଚ୍ ପାଇଁ ଦଳରେ ସାମିଲ ହୋଇଛନ୍ତି।
ଜାତୀୟ ଲନ୍ବଲ୍ ଦ୍ବିତୀୟ ଦିନ: ଶୁଭ୍ରାଂଶୁ, ରୋଶନୀ, ସୀମାଙ୍କ କ୍ରମାଗତ ବିଜୟ ଆହତ ଯୋଗୁଁ ଦଳରୁ ବାଦ୍ ପଡ଼ିଥିବା ଜାକ୍ ଫୋଲ୍କସ୍ ଓ ମାର୍କ ଚାପମ୍ୟାନ୍ଙ୍କ ସ୍ଥାନରେ ଏହି ଦୁଇ ଖେଳାଳିଙ୍କୁ ୧୬ ଜଣିଆ ଦଳରେ ସାମିଲ କରାଯାଇଛି।
ତୃତୀୟ ମ୍ୟାଚ୍ ପାଇଁ ମ୍ୟାଟ୍ ଫିସର୍ ମଧ୍ୟ ଦଳ ସହିତ ୱେଲିଂଟନ୍ ଯାତ୍ରା କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।