Cricket: ବାଉଣ୍ଡରି ବାହାରେ ପଡ଼ିଲା ବାଉନ୍ସର, ମିଳିଲା ୫ ରନ୍
"ଟରଣ୍ଟୋ: କାନାଡାର ପ୍ରମୁଖ ଟି-୧୦ କ୍ରିକେଟ୍ ଲିଗ୍ର ସେମିଫାଇନାଲ ମ୍ୟାଚ୍ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।
ଟରଣ୍ଟୋ ସିକ୍ସର୍ସ ଓ ମିସିସାଗା ମାଷ୍ଟର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକାର ଦ୍ରୁତ ବୋଲର ଅଲି ଖାନଙ୍କ ଏକ ବଲ୍ ସିଧା ବାଉଣ୍ଡରି ବାହାରେ ପଡ଼ିଥିଲା।
ତେବେ ଅମ୍ପାୟାର ଟୋରଣ୍ଟୋକୁ ୫ ରନ୍ ପ୍ରଦାନ କରିଥିଲେ।Advertisment ବଲ୍ଟି ବ୍ୟାଟ୍ରେ ବାଜିନଥିଲା ଟରଣ୍ଟୋ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୪ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା।
କିରନ୍ ପୋଲାର୍ଡ ମାତ୍ର ୧୬ ବଲ୍ରୁ ୪୦ ରନ୍ର ଦ୍ରୁତ ଇନିଂସ ଖେଳିଥିଲେ।
ଇନିଂସର ନବମ ଓଭରରେ ଅଲି ଖାନ୍ ପୋଲାର୍ଡଙ୍କୁ ଏକ ବାଉନ୍ସର୍ ପକାଇଥିଲେ।
ବଲ୍ଟି ବ୍ୟାଟର ଓ ୱିକେଟ୍କିପରଙ୍କ ମୁଣ୍ଡ ଉପର ଦେଇ ଯାଇ ସିଧା ବାଉଣ୍ଡାରି ପାର୍ କରି ବିଜ୍ଞାପନ ଷ୍ଟାଣ୍ଡ ନିକଟରେ ପଡ଼ିଥିଲା।
ବଲ୍ଟି ବ୍ୟାଟ୍ରେ ଆଦୌ ବାଜିନଥିଲା।
ଏହା ଦେଖି ଦର୍ଶକ ଓ ଭାଷ୍ୟକାରମାନେ ପ୍ରଥମେ ଏହାକୁ ୱାଇଡ୍ ଏବଂ ଛଅ ରନ୍ ବୋଲି ଭାବିଥିଲେ।
କିନ୍ତୁ ଅମ୍ପାୟାର ଟୋରଣ୍ଟୋକୁ ମୋଟ ୫ ରନ୍ ଦେଇଥିଲେ।
Cricket: ଫୁଟବଲ ମ୍ୟାଚ୍ ପୂର୍ବରୁ କ୍ରିକେଟ୍ ଖେଳିଲା ଉରୁଗୁଏ ଦଳ ଏହା ପଛରେ ରହିଛି କ୍ରିକେଟ୍ର ନିୟମ।
ଏମସିସି ନିୟମ ଅନୁଯାୟୀ, ବଲ୍ଟି ବ୍ୟାଟ୍ରେ ବାଜି ବାଉଣ୍ଡାରି ପାର୍ କଲେ ହିଁ ଛଅ ରନ୍ ଦିଆଯାଇଥାଏ।
ବ୍ୟାଟ୍ରେ ନବାଜି ବଲ୍ ସିଧାସଳଖ ବାଉଣ୍ଡାରି ପାର୍ କଲେ, ୱାଇଡ୍ ସହିତ ବାଉଣ୍ଡାରି ପାଇଁ ମୋଟ ୫ ରନ୍ ମିଳେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।