Pakistan Iran Border: ଆମେରିକାର ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଆର୍ଥିକ ଆକ୍ରମଣ କଲା ପାକିସ୍ତାନ: ସ୍ଥଳ ସୀମା ସିଲ୍

Oct 18, 2026 - 12:22
Pakistan Iran Border: ଆମେରିକାର ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଆର୍ଥିକ ଆକ୍ରମଣ କଲା ପାକିସ୍ତାନ: ସ୍ଥଳ ସୀମା ସିଲ୍

"ଇସଲାମାବାଦ: ପାକିସ୍ତାନ ପକ୍ଷରୁ ଇରାନ ସହିତ ସୀମା ସିଲ୍ କରାଯାଇଛି ଏବଂ ଭୂମି ବାଣିଜ୍ୟ ବନ୍ଦ କରିଦିଆଯାଇଛି।

ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ଏଭଳି କରାଯାଇଥିବା ପାକିସ୍ତାନ ସଫେଇ ଦେଇଛି।

ପାକିସ୍ତାନ କହିଛି, ଏହି ପଦକ୍ଷେପ "ଅସ୍ଥାୟୀ" କିନ୍ତୁ ସୀମା ପୁଣି ଖୋଲିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଦେଇନାହିଁ।

କିଛି ବିଶ୍ଳେଷକଙ୍କ ଅନୁସାରେ ଏହା ସାଉଦି ଆରବ ଉପରେ ହୁତିଙ୍କ ଆକ୍ରମଣକୁ ନେଇ ଇରାନ ଶାସନ ପ୍ରତି ପାକିସ୍ତାନର ହତାଶା ଭାବର ଏକ ସଙ୍କେତ ହୋଇପାରେ।Advertisment ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି ଯେ ବୈଷୟିକ ସମସ୍ୟା ଏବଂ ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଇରାନ ଏବଂ ପାକିସ୍ତାନ ମଧ୍ୟରେ ସୀମାପାର ଗତିବିଧି ଏବଂ କାରବାରକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି।

ଇରାନୀ ସମାଚାର ଏଜେନ୍ସି ଆଇଆରଏନଏ ଅନୁଯାୟୀ,ବାଘାଇ ନିଶ୍ଚିତ କରିଛନ୍ତି ଯେ,ଉଭୟ ଦେଶର ଅଧିକାରୀମାନେ ବୈଷୟିକ ବାଧାର ସମାଧାନ କରିବା ଏବଂ ଯଥାଶୀଘ୍ର ସମ୍ଭବ ସୀମାପାର ଗତିବିଧିକୁ ସ୍ୱାଭାବିକ କରିବା ପାଇଁ ନିରନ୍ତର ଆଲୋଚନା କରୁଛନ୍ତି।

ପଦକ୍ଷେପ "ଅସ୍ଥାୟୀ": ପାକିସ୍ତାନ ଇରାନ ଏଥିପାଇଁ ବୈଷୟିକ କାରଣକୁ ଦାୟୀ କରିଛି, କିନ୍ତୁ ତୁର୍କୀ ଟୁଡେ ଏହାକୁ ଆମେରିକାର ଚାପ ବୋଲି କହିଛି ।

ରିପୋର୍ଟରେ କୁହାଯାଇଛି, ଆମେରିକା ଇରାନର ସ୍ଥଳ ବାଣିଜ୍ୟ ମାର୍ଗକୁ ବନ୍ଦ କରିବା ପାଇଁ ତୁର୍କୀ ଏବଂ ପାକିସ୍ତାନ ସହିତ ମିଳିତ ଭାବେ କାମ କରୁଛି।

ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଏହାକୁ ତେହେରାନକୁ ସମ୍ପୂର୍ଣ୍ଣ ଭାବରେ ଏକ ଘରିକିଆ କରିବା ପାଇଁ ଏକ ଅଭିଯାନ ବୋଲି କହିଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ଏକ ଭଲ ଅଂଶୀଦାର ହୋଇଛି।

ଓମାନ ମଧ୍ୟ ଏକ ଭଲ ଅଂଶୀଦାର ହୋଇଛି।

ଆମେ ସମସ୍ତ ସ୍ଥଳ ମାର୍ଗ ବନ୍ଦ କରିବା ପାଇଁ ପାକିସ୍ତାନ ଏବଂ ତୁର୍କୀ ସହିତ କାମ କରୁଛୁ।

ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ ଇରାନର ପଡ଼ୋଶୀ ତୁର୍କୀ ଏବଂ ପାକିସ୍ତାନ ବାଣିଜ୍ୟ ପାଇଁ ପ୍ରମୁଖ ସ୍ଥଳ କରିଡର।

ଏହି ଦେଶଗୁଡ଼ିକର ସମର୍ଥନ ସହିତ ଇରାନ ବନ୍ଦରଗୁଡ଼ିକର ଆମେରିକାର ନୌସେନା ଅବରୋଧ ଏବେ ସ୍ଥଳଭାଗ ପର୍ଯ୍ୟନ୍ତ ବିସ୍ତାର କରିବାର ଆଶଙ୍କା ରହିଛି।

ବେସାଣ୍ଟଙ୍କ ମନ୍ତବ୍ୟ ଉପରେ ଆଙ୍କାରା କିମ୍ବା ଇସଲାମାବାଦ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

ବେସାଣ୍ଟ କହିଛନ୍ତି, ୱାସିଂଟନ ଇରାନକୁ କ୍ବାରଣ୍ଟାଇନ୍ କରିଦେଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।