Cricket: ହର୍ଷିତଙ୍କ ସ୍ଥାନରେ ଭାରତୀୟ ଦଳରେ ୟଶ୍‌ ଠାକୁର

Sep 10, 2026 - 14:38
Cricket: ହର୍ଷିତଙ୍କ ସ୍ଥାନରେ ଭାରତୀୟ ଦଳରେ ୟଶ୍‌ ଠାକୁର

"ନୂଆଦିଲ୍ଲୀ: ଆହତ ଯୋଗୁଁ ଭାରତୀୟ ଦ୍ରୁତ ବୋଲର ହର୍ଷିତ ରାଣା ଆଗାମୀ ଆଫ୍‌ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଏବଂ ଏସୀୟ କ୍ରୀଡ଼ା ଦଳରୁ ବାଦ୍‌ ପଡ଼ିଛନ୍ତି।

ବେଙ୍ଗାଲୁରୁସ୍ଥିତ ‌ବିସିସିଆଇ ଉତ୍କର୍ଷ କେନ୍ଦ୍ରରେ ପୁନର୍ବାସରେ ଥିବା ହର୍ଷିତ ଏକ ଅଭ୍ୟାସ ମ୍ୟାଚ୍‌ରେ ବୋଲିଂ କରୁଥିବା ବେଳେ ଜଙ୍ଘ ମାଂସପେସୀ ଟାଣି ହୋଇ ଯାଇଛି।

ଫଳରେ ସେ ଆଗାମୀ ମ୍ୟାଚ୍‌ରେ ଖେଳିପାରିବେନି ବୋଲି ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ତାଙ୍କ ସ୍ଥାନରେ ଜିମ୍ବାୱେ ବିପକ୍ଷ ଶୃଙ୍ଖଳାରେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବିଦର୍ଭ ଦ୍ରୁତ ବୋଳର ୟଶ୍‌ ଠାକୁରଙ୍କୁ ଦଳରେ ନିଆଯାଇଛି।

Advertisment ହାମ୍‌ଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ଦଳରୁ ବାଦ୍‌ ପଡ଼ିଥିଲେ ହର୍ଷିତ ହର୍ଷିତ ଶେଷ ଥର ଲାଗି ଭାରତ ପକ୍ଷରୁ ନଟିଂହାମ୍‌ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ରେ ଖେଳିଥିଲେ।

ଏହା ପରେ ହାମ୍‌ଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ଦଳରୁ ବାଦ୍‌ ପଡ଼ିଥିଲେ।

ଏହାପରେ ଆଣ୍ଠୁ ଯନ୍ତ୍ରଣା ଯୋଗୁଁ କୋଲ୍‌କାତା ନାଇଟ୍‌ ରାଇଡର୍ସ ପକ୍ଷରୁ ପୂରା ଆଇପିଏଲ୍‌ ୨୦୨୬‌ରେ ଖେଳି ପାରି ନଥିଲେ।

ଜିମ୍ବାୱେ ଗସ୍ତରେ ୟଶ୍‌ ୨ଟି ମ୍ୟାଚ୍‌ ଖେଳି ୪ ୱିକେଟ୍‌ ନେଇଥିଲେ।

ଶ୍ରୀଲଙ୍କାରେ ଭାରତୀୟ-ଏ ଦଳ ପକ୍ଷରୁ ବହୁଦିବସୀୟ ଓ ଦିନିକିଆ ଶୃଙ୍ଖଳାରେ ଖେଳିଥିଲେ।

ଏହି ଦ୍ରୁତବୋଲର ପୂର୍ବାଞ୍ଚଳ ବିପକ୍ଷ ଦଲୀପ ଟ୍ରଫି ସେମିଫାଇନାଲ୍‌ରେ କେନ୍ଦ୍ରାଞ୍ଚଳ ପକ୍ଷରୁ ଖେଳି ୪ ୱିକେଟ୍‌ ନେବା ସହ ଅପରାଜିତ ୩୦ ରନ୍‌ କରିଥିଲେ।

Football Match: ଭାରତ ଆସିବେ ଭିନିସିଅସ୍‌ ଜୁନିୟର, ରାଫିନା; କୋଲ୍‌କାତା ମ୍ୟାଚ୍‌ ଲାଗି ବ୍ରାଜିଲ୍‌ ଦଳ ଘୋଷିତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।