Cricketer Marriage: ବିବାହ ବନ୍ଧନରେ ଭାରତୀୟ କ୍ରିକେଟର

Aug 08, 2026 - 14:38
Cricketer Marriage: ବିବାହ ବନ୍ଧନରେ ଭାରତୀୟ କ୍ରିକେଟର

"ମୁମ୍ବାଇ: ଭାରତୀୟ କ୍ରିକେଟ ଜଗତରୁ ଏକ ଖବର ସାମ୍ନାକୁ ଆସିଛି।

ଯୁବ କ୍ରିକେଟର ରମଣଦୀପ ସିଂ ଗୁପ୍ତ ଭାବେ ଜଣାଶୁଣା ଟିଭି ଅଭିନେତ୍ରୀ ଚାର୍ଲି ଚୌହାନଙ୍କ ସହ ବିବାହ କରିଛନ୍ତି।

ଏହି ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ଓ ଉତ୍ସୁକତା ଦେଖାଦେଇଛି।

ରମଣଦୀପ ସିଂ ଘରୋଇ କ୍ରିକେଟରେ ପଞ୍ଜାବ ପାଇଁ ଖେଳୁଥିବା ବେଳେ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ପରିଚିତ।

ସେ ଏବେ ଅଭିନେତ୍ରୀ ଚାର୍ଲି ଚୌହାନଙ୍କୁ ଜୀବନସଙ୍ଗିନୀ ଭାବେ ବାଛିନେଇଛନ୍ତି।

ଚାର୍ଲି ଅନେକ ରିଆଲିଟି ଶୋ ଓ ଧାରାବାହିକରେ ଅଭିନୟ କରି ପ୍ରଶଂସା ଅର୍ଜନ କରିଛନ୍ତି।Advertisment ସୀମିତ ଅତିଥିଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ବିବାହଟି ବହୁତ ନିଜସ୍ୱ ଓ ସୀମିତ ଅତିଥିମାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।

ତେବେ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସମସ୍ତଙ୍କୁ ଏହି ଖବର ଜଣାପଡ଼ିଥିଲା।

ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ଇନଷ୍ଟାଗ୍ରାମରେ ଦୁହେଁଙ୍କ ଫଟୋ ସେୟାର କରି ନବଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବିବାହ ଅବସରରେ ଚାର୍ଲି ଲାଲ୍ ରଙ୍ଗର ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ବେଳେ ରମଣଦୀପ ସୁବର୍ଣ୍ଣ ଶେରୱାନୀରେ ଖୁବ ଆକର୍ଷଣୀୟ ଲାଗୁଥିଲେ।

ବିବାହ ପୂର୍ବରୁ ପ୍ରି-ୱେଡିଂ ସେଲିବ୍ରେସନର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖାଯାଇଥିଲା।

ଏହି ଖବର ଚାର୍ଲିଙ୍କ ପ୍ରସଂଶକମାନଙ୍କ ପାଇଁ ଅଧିକ ଆଶ୍ଚର୍ଯ୍ୟକର, କାରଣ ସେ ପୂର୍ବରୁ ଅଭିନେତା କୁନୱର ଅମରଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ।ଚାର୍ଲି ଚୌହାନ କିଏ?ଚାର୍ଲି ଚୌହାନ ଟିଭି ଜଗତର ଜଣେ ପରିଚିତ ମୁହଁ। "ବେଷ୍ଟ ଫ୍ରେଣ୍ଡସ୍ ଫରେଭର" ଓ "କୈସି ୟେ ୟାରିୟାଁ" ଭଳି ଲୋକପ୍ରିୟ ଶୋ"ରେ ଅଭିନୟ କରି ସେ ଖ୍ୟାତି ଅର୍ଜନ କରିଛନ୍ତି।

ସେ "ଏମଟିଭି ରୋଡିଜ୍ ସିଜନ୍ ୭"ରେ ଭାଗ ନେଇଥିବା ସହ "ନାଚ ବଲିଏ"ରେ ମଧ୍ୟ ଦେଖାଯାଇଥିଲେ।

ଏହା ସହିତ ସେ କିଛି କ୍ଷୁଦ୍ର ଚଳଚ୍ଚିତ୍ର ଓ ସଙ୍ଗୀତ ଆଲବମରେ ମଧ୍ୟ କାମ କରିଛନ୍ତି।

ସେ ଜଣେ ଗୀତିକାର ଭାବେ ମଧ୍ୟ ପରିଚିତ।ରମଣଦୀପଙ୍କ କ୍ୟାରିୟରରମଣଦୀପ ସିଂ ନଭେମ୍ବର ୨୦୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ।

ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୨ଟି ମ୍ୟାଚ୍ ଖେଳି ୧୫ ରନ୍ କରିବା ସହ ଗୋଟିଏ ୱିକେଟ୍ ନେଇଛନ୍ତି।

ଆଇପିଏଲରେ ସେ ୩୯ଟି ମ୍ୟାଚ୍ ଖେଳି ୨୯୯ ରନ୍ ସହ ୭ଟି ୱିକେଟ୍ ନେଇଛନ୍ତି ଓ ଦଳ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଛି।

Sita: ସୀତାଙ୍କ ସମର୍ଥନରେ ସୀତା!

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।