Cricket:ଭାରତ ପାଇଁ କର ବା ମର; ଫେରିପାରନ୍ତି ସାମ୍‌ସନ୍‌

Jul 08, 2026 - 16:09
Cricket:ଭାରତ ପାଇଁ କର ବା ମର; ଫେରିପାରନ୍ତି ସାମ୍‌ସନ୍‌

"ବ୍ରିଷ୍ଟଲ: ୟୁକେ ଗସ୍ତରେ ବିଜୟ ପାଇଁ ସଂଘର୍ଷ କରୁଥିବା ଶ୍ରେୟସ ଆୟରଙ୍କ ଭାରତୀୟ ଦଳ ଗୁରୁବାର ଏଠାରେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟ୍ବେଣ୍ଟି-୨୦ ଖେଳିବ।

ଆୟର୍ଲାଣ୍ଡଠୁ ୦-୨ରେ ଶୃଙ୍ଖଳା ହାରିବା ପରେ ଇଂଲଣ୍ଡ ଗସ୍ତ କରିଥିଲା ଭାରତ।

ଘରୋଇ ଦଳ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ଅଧାରୁ ବାତିଲ ହୋଇଥିଲା ବେଳେ ପରବର୍ତ୍ତୀ ୨ ମ୍ୟାଚ୍‌ରେ ଭାରତ ହାରିଯାଇଥିଲା।

ଫଳରେ ଏହି ଶୃଙ୍ଖଳାରେ ଭାରତ ୦-୨ ପଛରେ ରହିଛି।

ତେଣୁ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଲଜ୍ୟାଜନକ ୧୨୫ ରନ୍‌ ହାରିଥିବା ଭାରତ ପାଇଁ ଶୃଙ୍ଖଳାକୁ ଜୀବିତ ରଖିବା ଲାଗି ଚତୁର୍ଥ ମ୍ୟାଚ୍‌ କର ବା ମର ସଦୃଶ ହୋଇଯାଇଛି ।Advertisment ଆହୁରି ପଢନ୍ତୁ :Ayodhya:ଚାରି ଦଶନ୍ଧି ତଳେ କାଶୀ ବିଶ୍ବନାଥ ମନ୍ଦିରରେ ହୋଇଥିଲା ଚୋରି ୟୁକେ ଗସ୍ତର ପ୍ରଥମ ୩ ମ୍ୟାଚ୍‌ରେ ସଂଜୁ ସାମ୍‌ସନ୍‌ ବିଫଳ ହେବାରୁ ତାଙ୍କ ସ୍ଥାନରେ ୧୫ ବର୍ଷୀୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଓ ତୃତୀୟ ଟ୍ବେଣ୍ଟି-୨୦ରେ ଖେଳାଯାଇଥିଲା।

ଏହି ଦୁଇ ମ୍ୟାଚ୍‌ରେ ସୂର୍ଯ୍ୟବଂଶୀ ୧୪ ଓ ୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଏବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଚତୁର୍ଥ ମ୍ୟାଚ୍‌ରେ ସଂଜୁଙ୍କୁ ଫେରାଇବାକୁ ଚିନ୍ତା କରୁଛନ୍ତି।

ଆହୁରି ପଢନ୍ତୁ :Heavy rainfall:ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଟ୍ରେଣ୍ଟ ବ୍ରିଜ୍‌ରେ ଘରୋଇ ଦଳ ସମ୍ମୁଖରେ ଆଶ୍ଚର୍ଯ୍ୟଜନକ ଭାରତଆତ୍ମସମର୍ପଣ କରି ଦେଇଥିଲା।

ଏହି ମ୍ୟାଚ୍‌ରେ ଜୋଫ୍ରା ଆର୍ଚର ଓ ଜୋସ୍‌ ଟଙ୍ଗ୍‌ଙ୍କ ବୋଲିଂକୁ ସାମ୍ନା କରି ନପାରି ଭାରତ ମାତ୍ର ୭୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଏହି ପ୍ରଦର୍ଶନ ଯୋଗୁଁ ଲଗାତାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଭାରତ ସମାଲୋଚନାର ଶିକାର ହୋଇଛି।

ଏବେ ଦଳ ଚତୁର୍ଥ ଟ୍ବେଣ୍ଟି-୨୦ ଜିତିବାକୁ ନୂଆ କୌଶଳ ସହ ପଡ଼ିଆକୁ ଓହ୍ଲାଇବାକୁ ଚିନ୍ତା କରୁଛି।

ଦ୍ରୁତ ଆରମ୍ଭ ପାଇଁ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ପୂର୍ବ ପରି ଓପନିଂ କରିବେ।

ଉପଅଧିନାୟକ ତିଳକ ବର୍ମା ବିଫଳ ହେଉଥିବାରୁ ତାଙ୍କୁ ନେଇ ଦଳ ଚିନ୍ତାରେ ରହିଛି।

ସାମ୍‌ସନ୍‌ ଫେରିଲେ ମଧ୍ୟକ୍ରମରେ ଅଦଳବଦଳ ହେବ।

ଦ୍ରୁତ ବୋଲିଂ ବାହିନୀ ଭଲ କରୁଥିଲା ବେଳେ ସ୍ପିନର୍‌ ପ୍ରଦର୍ଶନ ଭଲ ରହିନି।

ଏଥିରେ କିଛି ମଧ୍ୟ ବଦଳାଇପାରେ ଭାରତୀୟ ମାନେଜ୍‌ମେଣ୍ଟ।

ଅନ୍ୟପକ୍ଷରେ ବିଜୟ ଜାରି ରଖିଥିବାରୁ ପୂର୍ବ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନପାରେ ଘରୋଇ ଦଳ।

ଆହୁରି ପଢନ୍ତୁ :Heavy rainfall:ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ସମ୍ଭାବ୍ୟ ଭାରତୀୟ ଦଳ: ବୈଭବ ସୂର୍ଯ୍ୟବଂଶୀ, ଅଭି‌ଷେକ ଶର୍ମା, ଈଶାନ କିଶନ (ୱିକେଟ୍‌ରକ୍ଷକ), ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା (ଉପଅଧିନାୟକ)/ସଞ୍ଜୁ ସାମ୍‌ସନ୍‌, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ବରୁଣ ଚକ୍ରବର୍ତ୍ତୀ।

ଆହୁରି ପଢନ୍ତୁ :Liquor Seized: ଲଇକେରା ପୁଲିସର ବଡ଼ ସଫଳତା : ୩୨୦ ଲିଟର ଚୋରା ଦେଶୀ ମଦ ଜବତ, ଜଣେ ଗିରଫ ସମ୍ଭାବ୍ୟ ଇଂଲଣ୍ଡ ଦଳ: ଫିଲ୍‌ ସଲ୍ଟ, ଜୋସ୍‌ ବଟଲର (ୱିକେଟ୍‌ରକ୍ଷକ), ହାରି ବ୍ରୁକ୍‌ (ଅଧିନାୟକ), ଜ୍ୟାକବ୍‌ ବେଥେଲ, ଟମ୍‌ ବାଣ୍ଟନ, ସାମ୍‌ କରନ, ୱିଲ୍‌ ଜ୍ୟାକ୍ସ, ଲିଅମ ଡ"ସନ୍‌, ଜୋଫ୍ରା ଆର୍ଚର, ଜୋସ ଟଙ୍ଗ, ଆଦିଲ ରସିଦ।

ପ୍ରସାରଣ: ସୋନି ସ୍ପୋର୍ଟସ, ‌ସୋନି ଲିଭ୍‌ ସମୟ: ରାତି ୧୦.୦୦ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।