Crocodile Attack: କୁମ୍ଭୀର ଆକ୍ରମଣରେ ମହିଳା ମୃତ
"ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖରିନାସି ଗ୍ରାମରେ ଆଜି ସକାଳେ ଏକ ଦୁଖଃଦ ଘଟଣା ଘଟିଛି | ମହାନଦୀର ଶାଖା ଗଳିଆ ନଦୀରେକୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି | ମୃତା ହେଉଛନ୍ତି ଖରିନାସି ଗ୍ରାମର ସ୍ବର୍ଗତ ସମର ଦାସଙ୍କ ପତ୍ନୀ ହେମଲତା ଓରଫ ବିନ୍ଦୁ(୫୬) |Advertisment ସୂଚନାଯୋଗ୍ୟ ଆଜି ସକାଳ ପ୍ରାୟ ୮ଟା ସମୟରେ ହେମଲତା ଗ୍ରାମ ନିକଟ ଚାଷ ଜମିକୁ ଯାଇଥିଲେ | ସମ୍ଭବତଃ ଶୌଚ ହେବା ନିମନ୍ତେ ଗଳିଆ ନଦୀକୁ ଯାଇଥିବା ବେଳେ କୁମ୍ଭୀରଟି ତାଙ୍କୁ ଆକ୍ରମଣ କରି ଗଭୀର ପାଣିକୁ ଟାଣି ନେଇଥିଲା | ସ୍ଥାନୀୟ ଲୋକମାନେ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ରାମନଗର ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ | ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ.
କୁମ୍ଭୀରଟି ତାଙ୍କ ବାମ ଗୋଡ଼ ଆଣ୍ଠୁ ତଳକୁ କାମୁଡ଼ିଥିବା ଦେଖିବାକୁ ମିଳିଛି | ଦୁଖଃଦ ଘଟଣାକୁ ନେଇ ଖରିନାସି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | Union Bank: ୟୁନିୟନ ବ୍ୟାଙ୍କରେ ଡକାୟତି ବେଳେ ଚଢ଼ାଉ, କାର୍ରେ ଖସୁଥିବା ଗ୍ୟାଙ୍ଗକୁ ଗୋଡ଼ାଇ ଧରିଲା ପୁଲିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।