Crocodile Panic In Ganjam Village: ଗାଁ ପୋଖରୀରେ ୪ କୁମ୍ଭୀର! ଭୟରେ ଗ୍ରାମବାସୀ, କେନାଲ ପାଣିରେ ଭାସି ଆସିଥିବା ଅଭିଯୋଗ
ଗାଁ ପୋଖରୀରେ କୁମ୍ଭୀର ଥିବା ଅଭିଯୋଗକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚିନ୍ତା ବଢ଼ିଛି। ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅଧୀନ ଦକ୍ଷିଣପୁର ଗାଁ ପୋଖରୀରେ ୪ଟି କୁମ୍ଭୀର ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ଘୋଡ଼ାହାଡ଼ ଡ୍ୟାମରୁ ୯ ନମ୍ବର କେନାଲ ଦେଇ ପାଣି ଛଡ଼ାଯାଇଥିବା ବେଳେ ସେହି ପାଣି ସହ କୁମ୍ଭୀରଗୁଡ଼ିକ ଭାସି ଆସି ପୋଖରୀରେ ପହଞ୍ଚିଥିବା ସନ୍ଦେହ କରାଯାଉଛି। ପୋଖରୀରେ କୁମ୍ଭୀର ଦେଖିଥିବା ନେଇ ସ୍ଥାନୀୟ ଲୋକେ ଦିଗପହଣ୍ଡି ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଯାଞ୍ଚ କରିଛନ୍ତି। ଘଟଣା ସମ୍ପର୍କରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ପୋଖରୀରେ କୁମ୍ଭୀର ଥିବା ଅଭିଯୋଗକୁ ରେଞ୍ଜର ଖଣ୍ଡନ କରିଛନ୍ତି।
ତେବେ ଗ୍ରାମବାସୀଙ୍କ ଅଭିଯୋଗ ଏବଂ ବନ ବିଭାଗର ମତ ମଧ୍ୟରେ ଭିନ୍ନତା ଦେଖାଦେଇଛି। କୁମ୍ଭୀର ଥିବା ନେଇ ଆଶଙ୍କା ଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ପୋଖରୀରେ ପ୍ରକୃତରେ କୁମ୍ଭୀର ଅଛି କି ନାହିଁ, ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।