Team India Ready For T20 Battle: ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପରେ ଆଜି ଟି-୨୦ ମିଶନ୍ ଆରମ୍ଭ କରିବ ଭାରତ
ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ବିଜୟ ପରେ ଏବେ ଟିମ୍ ଇଣ୍ଡିଆର ନଜର ଟି-୨୦ ମିଶନ୍ ଉପରେ। ଆଜିଠୁ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ଲଢ଼େଇ। ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ ର ପ୍ରଥମ ମୁକାବିଲା ପାଇଁ ପ୍ରସ୍ତୁତ ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମ। ଆଜି ସନ୍ଧ୍ୟା ୭ଟାରେ ମଇଦାନକୁ ଓହ୍ଲାଇବେ ଦୁଇ ଦଳ। ଗୋଟିଏ ପଟେ ଘରୋଇ ପରିବେଶରେ ଆତ୍ମବିଶ୍ୱାସରେ ଭରପୂର ଟିମ୍ ଇଣ୍ଡିଆ, ଅନ୍ୟପଟେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍। ଟି-୨୦ ସିରିଜ୍ ରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର।
ଏହି ସିରିଜ୍ ରେ ଯୁବ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ସହ ଦଳୀୟ ସନ୍ତୁଳନ ଉପରେ ରହିବ ନଜର। ପ୍ରଥମ ମ୍ୟାଚ୍ ରେ ବିଜୟ ସହ ସିରିଜ୍ ଆରମ୍ଭ କରିବାକୁ ଚାହିଁବ ଟିମ୍ ଇଣ୍ଡିଆ। ତେବେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଭାରତକୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ। ତେଣୁ ଆଜି ଏକାନାରେ ଦେଖିବାକୁ ମିଳିବ ରୋମାଞ୍ଚକର ଟି-୨୦ ଟକ୍କର।
ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ଲଢ଼େଇ
ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ଲଢ଼େଇ
ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମ ପ୍ରଥମ ମୁକାବିଲା
ସନ୍ଧ୍ୟା ୭ଟାରେ ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା
୫ ମ୍ୟାଚ୍ ସିରିଜର ଆଜି ପ୍ରଥମ ମୁକାବିଲା ଖେଳାଯିବ
ବିଜୟରୁ ସିରିଜ୍ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ବିଜୟ ପରେ ଟି-୨୦ ଉପରେ ନଜର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।