Crocodile Sighting Sparks Panic in Kendrapara: କେନ୍ଦ୍ରାପଡା ସହରରେ କୁମ୍ଭୀର ! ନଦୀକୁ ନଯିବାକୁ ସଚେତନ କରୁଛି ପ୍ରଶାସନ
କେନ୍ଦ୍ରାପଡା ସହରକୁ ପଶି ଆସିଲେଣି କୁମ୍ଭୀର l ସହରର ଭାସ୍କର ସିନେମା ପଛପାଖ ଗୋବରୀ ନଦୀରେ ଏକ କୁମ୍ଭୀର ଦେଖା ଯାଇଥିବା ନେଇ ଚର୍ଚ୍ଚା ହେଉଛି l କୁମ୍ଭୀରର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି l ବନ୍ୟା ପାଣିରେ କୁମ୍ଭୀରଟି ଉପରମୁଣ୍ଡକୁ ଚାଲିଆସିଥିବା କୁହାଯାଉଛି l ଗୋବରୀ ନଦୀର ତଳ ଅଞ୍ଚଳ ଗଣ୍ଡାଖିଆରେ ଏକାଧିକ କୁମ୍ଭୀର ଠାବ ହୋଇଥିଲେ।
ପ୍ରଥମ ଥର ପାଇଁ କେନ୍ଦ୍ରାପଡା ସହର ଦେଇ ଯାଇଥିବା ଗୋବରୀ ନଦୀରେ କୁମ୍ଭୀର ଦେଖା ଯାଇଥିବା ନେଇ ଆଲୋଚନା ହେଉଛି l ଏ ନେଇ ମ୍ୟୁନିସିପାଲିଟି ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇ ସଚେତନ କରାଯାଇଛି l କେନ୍ଦ୍ରାପଡା ଟାଉନ୍ ବାସିନ୍ଦା, କପାଳେଶ୍ବର ଓ ଗୁଲୁନଗର ପଞ୍ଚାୟତର ବାସିନ୍ଦାଙ୍କୁ ଗୋବରୀ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି l ....
କେନ୍ଦ୍ରାପଡା ସହର ଭିତରେ କୁମ୍ଭୀର !
ଗୋବରୀ ନଦୀରେ କୁମ୍ଭୀର ଦେଖାଦେବା ନେଇ ଚର୍ଚ୍ଚା
ବନ୍ୟା ପାଣିରେ ଉପରମୁଣ୍ଡକୁ କୁମ୍ଭୀର ଚାଲିଆସିଥିବା ଚର୍ଚ୍ଚା
ଗୋବରୀ ନଦୀକୁ ନଯିବାକୁ ପ୍ରଶାସନ କରୁଛି ସଚେତନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।