District Collector Breaks Silence After Being Trolled: ଝିଅ ସହ ଫଟୋକୁ ନେଇ ଜିଲ୍ଲାପାଳଙ୍କୁ ଟ୍ରୋଲ୍, ପ୍ରତିକ୍ରିୟା ରଖି ମର୍ମାହତ ବୋଲି କହିଲେ

Aug 18, 2026 - 16:33
District Collector Breaks Silence After Being Trolled: ଝିଅ ସହ ଫଟୋକୁ ନେଇ ଜିଲ୍ଲାପାଳଙ୍କୁ ଟ୍ରୋଲ୍, ପ୍ରତିକ୍ରିୟା ରଖି ମର୍ମାହତ ବୋଲି କହିଲେ

ନିଜ ଝିଅ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାପରେ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ନୃପରାଜ ଲେଖିଛନ୍ତି, ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମର ଜଣେ ପ୍ରତିନିଧି ଗତ ଅଗଷ୍ଟ 15 ତାରିଖ ଦିନ ମୋ ଝିଅ ମୋ କାନ୍ଧରେ ହାତରଖି ଉଠେଇଥିବା ଫଟୋକୁ ନେଇ ମତ ରଖିଥିଲେ l ସେଥିରେ ମୋ ଝିଅକୁ ଜଣେ ଯୁବତୀ ବୋଲି ସେ ଲେଖିଛନ୍ତି, ଯାହା ମୋତେ ଆଘାତ ଦେଇଛି।

ଜିଲ୍ଲାପାଳ ଆହୁରି ମଧ୍ୟ ଲେଖିଛନ୍ତି, ସେଦିନ ମୋର ଜନ୍ମଦିନ ଥିଲା l ଅଫିସରୁ ଘରକୁ ଠିକ୍ ସମୟରେ ଆସିପାରିଲିନି ବୋଲି ମୋ ଝିଅ ଅଫିସ୍ ଯାଇ ମୋ ସହିତ ଖୁସିରେ ଫଟୋ ଉଠେଇଲା l ଗୋଟେ ଝିଅର ଅଧିକାର ଏବଂ ବାପ ପ୍ରତି ଶ୍ରଦ୍ଧାକୁ କୌଣସି ବାପା ବୋଧେ ଆଡେଇ ଦେଇ ପାରିବେନି l କିଛି ବନ୍ଧୁ ଏହାକୁ ଆହୁରି କଦର୍ଥ କରି ପ୍ରତକ୍ରିୟା ରଖିଛନ୍ତି l ତେବେ ବହୁ ସଂଖ୍ୟକ ବନ୍ଧୁ ବାପା ଆଉ ଝିଅର ପବିତ୍ର ସଂପର୍କ ବୋଲି କହିଛନ୍ତି l.... 

  ଟ୍ରୋଲର ଶିକାର ପରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁଙ୍କ ପ୍ରତିକ୍ରିୟା
‘ଏହା ଆଦୌ ଠିକ୍ ନୁହେଁ'
'ସମ୍ବେଦନଶୀଳ ବ୍ୟକ୍ତି ହିସାବରେ ଅତ୍ୟନ୍ତ ମର୍ମାହତ’
‘ସ୍ୱାଧୀନତା ଦିବସ ଦିନ ମୋ ଜନ୍ମଦିନ ଥିଲା'
'ଅଫିସରୁ ଫେରିବାରେ ବିଳମ୍ବ ହୋଇଥିଲା’
‘ମୋ ଝିଅ ଅଫିସକୁ ଆସି ମୋତେ ଶୁଭେଚ୍ଛା ଜଣାଇଥିଲା’
‘ମୋ କାନ୍ଧ ଉପରେ ହାତ ରଖି ଫଟୋ ନେଇ ନିଜ ଫେସବୁକରେ ଛାଡ଼ିଥିଲା’
‘ଏହାକୁ ନେଇ ଜଣେ ମିଡିଆ ବନ୍ଧୁ ବିକୃତ କରି ମତ ଦେଇଥିଲେ’
‘ଏହା ଆଦୌ ଠିକ୍ ନୁହେଁ, ପରୀକ୍ଷା ନିରୀକ୍ଷା କରି କହିବା ଉଚିତ୍’
‘ମୁଁ ଜଣେ ସମ୍ବେଦନଶୀଳ ବ୍ୟକ୍ତି'
'ପାରିବାରିକ ଓ ମାନବିକ ସଂପର୍କକୁ ଗୁରୁତ୍ୱ ଦିଏ’
‘ଏଭଳି ଘଟଣା କଷ୍ଟ ଦେଇଛି, ପସନ୍ଦଯୋଗ୍ୟ ନୁହେଁ ’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।