Crocodile sighting: ମହେନ୍ଦ୍ରତନୟାରେ କୁମ୍ଭୀର ଦୃଶ୍ୟମାନ! ଅନ୍ୟ ନଦୀରୁ ଆସିଥିବା ନେଇ ଚର୍ଚ୍ଚା

Sep 27, 2026 - 21:22
Crocodile sighting: ମହେନ୍ଦ୍ରତନୟାରେ କୁମ୍ଭୀର ଦୃଶ୍ୟମାନ! ଅନ୍ୟ ନଦୀରୁ ଆସିଥିବା ନେଇ ଚର୍ଚ୍ଚା

"ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ନିକଟ ମହେନ୍ଦ୍ରତନୟା ନଦୀରେ କୁମ୍ଭୀର ଦେଖାଯିବା ନେଇ ଚର୍ଚ୍ଚା ଜୋର ଧରିଛି।

ଗତ ଦୁଇ-ତିନି ଦିନ ହେଲା ନଦୀରେ ଏକ ବଡ଼ କୁମ୍ଭୀର ଦେଖାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଥିବା ବେଳେ ଆଜି ସନ୍ଧ୍ୟାରେ ନଦୀର ଗାଧୁଆ ତୋଠ ନିକଟରେ ପୁଣି କୁମ୍ଭୀର ଦେଖିଥିବା କେତେକ ଲୋକ କହିଛନ୍ତି।

Advertisment କୁମ୍ଭୀରର ଫଟୋ ମଧ୍ୟ ମୋବାଇଲ୍‌ରୁ ମୋବାଇଲ୍‌ ଘୁରି ବୁଲୁଛି।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀକୂଳରେ ଖୋଜାଖୋଜି କରିବା ସହ ଲୋକଙ୍କୁ ନଦୀକୁ ଯିବା ସମୟରେ ସତର୍କ ରହିବାକୁ କହିଛନ୍ତି।

ଗତ କିଛି ଦିନ ଧରି ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଓ ଜଳାଶୟରେ ଜଳସ୍ତର ବୃଦ୍ଧି ପାଇଥିଲା।

ଏହି ସମୟରେ ଅନ୍ୟ କୌଣସି ନଦୀ କିମ୍ବା ଜଳାଶୟରୁ ପାଣିର ପ୍ରଖର ସୁଅରେ କୁମ୍ଭୀରଟି ଭାସି ଆସି ମହେନ୍ଦ୍ରତନୟାରେ ପହଞ୍ଚି ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଅନୁମାନ କରାଯାଉଛି।

ତେବେ ଏହା କେବଳ ଏକ ଅନୁମାନ ହୋଇଥିବା ବେଳେ କୁମ୍ଭୀରଟି କେଉଁଠାରୁ ଆସିଲା, ସେନେଇ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ନଦୀରେ ମିଶୁଛି କୁଢ଼କୁଢ଼ ଆବର୍ଜନା: ପ୍ରଦୂଷିତ ମହେନ୍ଦ୍ରତନୟା ତେବେ ମହେନ୍ଦ୍ରତନୟାରେ ପ୍ରକୃତରେ କୁମ୍ଭୀର ଅଛି କି ନାହିଁ।

ସେନେଇ ବନ ବିଭାଗ ପକ୍ଷରୁ ଏଯାଏଁ ସ୍ପଷ୍ଟ କରାଯାଇନାହିଁ।

କୁମ୍ଭୀରଟି ପୁଣି ନଜରକୁ ଆସିବା କିମ୍ବା ବନ ବିଭାଗ ଦ୍ୱାରା ଠାବ ହେବା ପରେ ହିଁ ଘଟଣାର ସତ୍ୟତା ସ୍ପଷ୍ଟ ହେବ।

ତେବେ ଗାଧୁଆ ତୋଠ ନିକଟରେ କୁମ୍ଭୀର ଦେଖାଯିବା ଚର୍ଚ୍ଚା ପରେ ନଦୀକୁ ଯାଉଥିବା ଲୋକଙ୍କ ମଧ୍ୟରେ ଭୟ ଓ ସତର୍କତା ବଢ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।