Rescued Orangutan Babies ନନ୍ଦନକାନନରେ ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

Sep 27, 2026 - 21:22
Rescued Orangutan Babies ନନ୍ଦନକାନନରେ ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

"ଭୁବନେଶ୍ବର: ବାଲେଶ୍ବରର ଜଙ୍ଗଲରୁ ଉଦ୍ଧାର ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥାରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Advertisment Orangutans: ଓରାଂଉଟାନ୍‌ ରହସ୍ୟ ‌ଖୋଲିପାରୁନି ତଦନ୍ତକାରୀ ଟିମ୍‌: ୮ ଦିନ ବିତିଲା, ଏସ୍‌ଟିଏଫ୍‌ ହାତ ଖାଲି ମିଳିଥିବା ସୂଚନାନୁସାରେ, ଆଜି (ରବିବାର) ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା ଓ ପିସିସିଏଫ୍ (ବନ୍ୟପ୍ରାଣୀ) ପି.

କେ.

ଝା ନନ୍ଦନକାନନ ଗସ୍ତ କରିଛନ୍ତି।

ହ୍ୟାଣ୍ଡ ରିୟରିଂ ସେଣ୍ଟର (Hand Rearing Centre)ରେ ଉଦ୍ଧାର କରାଯାଇଥିବା ଚିକିତ୍ସାଧୀନ ଓରାଂଉଟାନ୍‌ (Orangutans) ଗୁଡ଼ିକର ସ୍ୱାସ୍ଥ୍ୟ ଓ ସାମଗ୍ରିକ ସ୍ଥିତିର ସମୀକ୍ଷା କରିଛନ୍ତି।

Orangutan: ଓରାଂଉଟାନ୍‌ ଉଦ୍ଧାର ଘଟଣା: ଲମ୍ବୁଛି ସନ୍ଦିଗ୍ଧଙ୍କ ତାଲିକା, ହୋଟେଲ୍‌ ମାଲିକଙ୍କ ପତ୍ନୀ, ଝିଅଙ୍କୁ ୫ ଘଣ୍ଟା ଜେରା ମୁଖ୍ୟ ଶାସନ ସଚିବ ସେମାନଙ୍କ ଯତ୍ନ ଓ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିବା ସହ ନିରନ୍ତର ନଜର ରଖିବା, ସର୍ବୋତ୍ତମ ପଶୁଚିକିତ୍ସା ସେବା ଯୋଗାଇଦେବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନନ୍ଦନକାନନ ଉପନିର୍ଦ୍ଦେଶକ କହିଛନ୍ତି, ପ୍ରଶିକ୍ଷିତ ଟିମ୍ ଦ୍ୱାରା ସମସ୍ତ ୫ଟି ଶିଶୁ ଓରାଂଉଟାନ୍‌ଙ୍କୁ ନିୟମିତ ଭାବେ ନଜର ରଖାଯାଉଛି।

ସେମାନଙ୍କ ଆଚରଣକୁ ସକ୍ରିୟ କରିବା ପାଇଁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଉପକରଣ/ପରିବେଶ (enrichments) ବେଶ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଛି, ଏବଂ M3 (୩ପୁରୁଷ ଶାବକ) ଓ F2 (୨ ସ୍ତ୍ରୀ ଶାବକ) ସମେତ ସମସ୍ତଙ୍କ ସକ୍ରିୟତା ସ୍ତରରେ ସୁଧାର ଆସୁଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।