04 SEPTEMBER 2026

Welcome!

Unlock your personalized experience.
Sign Up

Crocodile: ଏଆଇ ପ୍ରସ୍ତୁତ କୁମ୍ଭୀର ଫଟୋ ଛାଡ଼ି ଦୁଇଭାଇ ଗିରଫ

Sep 03, 2026 - 05:02
Crocodile: ଏଆଇ ପ୍ରସ୍ତୁତ କୁମ୍ଭୀର ଫଟୋ ଛାଡ଼ି ଦୁଇଭାଇ ଗିରଫ

ବୋରିଗୁମ୍ମା: ଫଟୋ ଭାଇରାଲ୍‌ କଲେ, ବଡ଼ପଡ଼ା ନଦୀରେ ବୁଲୁଛି ୧୦ ଫୁଟର କୁମ୍ଭୀର। କୋରାପୁଟଜିଲ୍ଲା ‌ବୋରିଗୁମ୍ମା ଥାନା ଜୟନ୍ତୀଗିରି ନିକଟ ମାଲଦା ଗାଁରେ ଆତଙ୍କ ଖେଳିଯାଇଥିଲା। ଲୋକେ ନଦୀ ସହିତ ଚାଷକାମରେ ଯିବାକୁ ଭୟ କଲେ। ବନବିଭାଗ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଯାଞ୍ଚ କରିବାରୁ ଭାଇରାଲ୍‌ ଫଟୋ ଏଆଇରେ ପ୍ରସ୍ତୁତ ବୋଲିି ଜଣାପଡ଼ିଲା। ବଡ଼ପଡ଼ା ଗାଁର ଦୁଇ ଭାଇ ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ପଚରାଉଚରା କରି ସତ୍ୟତା ଜାଣିବା ପରେ ବନ ବିଭାଗର ଏତଲା କ୍ରମେ ପୁଲିସ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

Elephant: କନ୍ଧମାଳରେ ଦନ୍ତା ହାତୀ ଉପଦ୍ରବ; ନଷ୍ଟ କଲେ ଫସଲ

ମଙ୍ଗଳବାର ଏହି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଜୟପୁର ଏସିଏଫ୍ ଅମିତ କୁମାର ନାୟକଙ୍କ ନେତୃତ୍ୱରେ ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ଡମ୍ବୁରୁଧର ଗମାଙ୍ଗ ଓ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଟୋରେ ଦେଖା ଯାଉଥିବା କୁମ୍ଭୀର ଫଟୋ ସହ ନଦୀର ପାରିପାର୍ଶ୍ବିକ ଚିତ୍ର ମେଳ ଖାଉନଥିବା ଜାଣିପାରିଲେ। ଏହା ପରେ ବନ ବିଭାଗ ଟିମ୍‌ ପୂର୍ଣ୍ଣ ଓ ସୁରେନ୍ଦ୍ରଙ୍କ ଘରେ ପହଞ୍ଚି ଉଭୟଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ନେଇଥିଲେ। ପଚରାଉଚରା ସମୟରେ ସୁରେନ୍ଦ୍ର ଏଆଇ ସାହାଯ୍ୟରେ ନକଲି ଫଟୋ ପ୍ରସ୍ତୁତ କରି ଭାଇରାଲ୍‌ କରିଥିବା ସ୍ବୀକାର କରିଥିଲା। ଭବିଷ୍ୟତରେ କେବେ ଏଭଳି ଭୁଲ ହେବ ନାହିଁ ବୋଲି ଲିଖିତ ଭାବେ ରେଞ୍ଜରଙ୍କୁ ଦେଇଥିଲେ। ବନ ବିଭାଗର ଅଭିଯୋଗ ମୁତାବକ ‌ବୋରିଗୁମ୍ମା ପୁଲିସ ଦୁଇ ଭାଇଙ୍କୁ ଗିରଫ କରିଛି। ବୋରିଗୁମ୍ମା ଫରେଷ୍ଟର ମନୋଜ କୁମାର ମହାପାତ୍ର, ଟୁକୁନା କୋଟିଲିଙ୍ଗା, ଫରେଷ୍ଟ ଗାର୍ଡ ବିରେନ୍ଦ୍ର କିଷାନ, ପ୍ରିୟାଶ୍ରୀ ପାଢ଼ୀ, ସୋମା ମିଞ୍ଜ, ବିକ୍ରମ ବେହେରା, ଶିବ କୁମାର ନାୟକ ପ୍ରମୁଖ କୁମ୍ଭୀରର ସତ୍ୟତା ଯାଞ୍ଚରେ ନିୟୋଜିତ ହୋଇଥିଲେ।

Sukinda chrome mines: କ୍ରୋମ୍‌ ପରିବହନକୁ ଭରସା ୫୦ ବର୍ଷର ସଡ଼କ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।