Encounter: ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶକୁ ଏନକାଉଣ୍ଟର କଲା ପୁଲିସ
"ଖଇରା: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡ଼ା ଛକ ନିକଟରେ ସିମୁଳିଆ ପୁଲିସରଏନକାଉଣ୍ଟର ।
ଗତକାଲି ବିଳମ୍ବିତ ରାତିରେ ରାଣୀତାଲ-କୁପାରୀ ରୋଡରେ ଅଡା ନିକଟରେ ବିଭିନ୍ନ ମାମଲାରେ ରାଜ୍ୟ ଓ ରାଜ୍ୟ ବାହାର ମାମଲା ଥିବା ଲୋକେଶ ଓ ତାଙ୍କ ସହଯୋଗୀ କୌଣସି ଷଡଯନ୍ତ୍ର କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା l Advertisment ଆହୁରି ପଢନ୍ତୁ: Workers Rescued: ତ୍ରିଶୂଳୀ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ରାସ୍ତାରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା।
ପୁଲିସକୁ ଦେଖି ଦୁର୍ବୃତ୍ତମାନେ ପ୍ରଥମେ ଗୁଳି ଚଳାଇଥିବା ଜଣାପଡିଛି।
ପାଲଟା ଜବାବରେ ପୁଲିସ ମଧ୍ୟ ଗୁଳି ଚଳାଇଥିଲା।
ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶର ଗୋଡରେ ଗୁଳି ବାଜିଛି।
ଆହତ ଲୋକେଶକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ ଘଟଣାସ୍ଥଳରୁ ଅନ୍ୟ ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଛି।
ଫେରାର ଅପରାଧୀକୁ ଧରିବା ପାଇଁ ପୁଲିସ ପକ୍ଷରୁ ତଲାସି ଜାରି ରହିଛି ।
ଘଟଣାସ୍ଥଳରେ ପୁଲିସ ମୁତୟନ ଥିବା ବେଳେ ଏନକାଉଣ୍ଟର ଘଟଣାକୁ ନେଇ ତଦନ୍ତ ଚାଲିଛି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।