Cross-Border Tensions Rise After Fresh Pakistani Airstrikes: ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ତିକ୍ତତା, ପୁଣି ଏୟାରଷ୍ଟ୍ରାଇକ୍
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ । କୁନାର ପ୍ରଦେଶରେ ପାକିସ୍ତାନୀ ବିମାନ ବୋମାମାଡ଼ କରିଥିବା ସୂଚନା ମିଳିଛି । ଏହାସହ ପୂର୍ବ ଆଫଗାନିସ୍ତାନର ପକ୍ତିକାରେ ମଧ୍ୟ ଆକ୍ରମଣ ହୋଇଥିବା ଦାବି କରାଯାଇଛି। ରାତି ପ୍ରାୟ ସାଢ଼େ ୩ଟା ସମୟରେ କୁନାରର ନୁର୍ଗଲ ଜିଲ୍ଲାର ପତଙ୍ଗ ଅଞ୍ଚଳରେ ଏହି ଏୟାରଷ୍ଟ୍ରାଇକ୍ ହୋଇଥିବା ସୂଚନା । ଏୟାରଷ୍ଟ୍ରାଇକ୍ ପରେ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖାଦେଇଛି। ଅନେକ ସାଧାରଣ ନାଗରିକ ଆହତ ହୋଇଥିବା ଖବର ଆସିଛି।
ନୁର୍ଗଲ ଅଞ୍ଚଳରେ ନୁର୍ ମହମ୍ମଦ ନାମକ ଜଣେ ସାଧାରଣ ନାଗରିକଙ୍କ ଘର ଉପରେ ବୋମାମାଡ଼ ହୋଇଥିବା ଦାବି କରାଯାଇଛି। ଆକ୍ରମଣ ପରେ ଘରଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସସ୍ତୂପରେ ପରିଣତ ହୋଇଥିବା କୁହାଯାଇଛି। ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଉଦବେଗଜନକ ସ୍ଥିତି ଲାଗି ରହିଛି । ସୀମାପାର ଆତଙ୍କବାଦକୁ ନେଇ ଦୁଇ ଦେଶ ପରସ୍ପର ଉପରେ ଅଭିଯୋଗ ଆଣିଆସୁଛନ୍ତି । ଏହି ପରିସ୍ଥିତିରେ କୁନାର ଓ ପକ୍ତିକାରେ ପାକିସ୍ତାନୀ ବିମାନର ଆକ୍ରମଣ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି । ତେବେ ଆକ୍ରମଣରେ ମୋଟ କେତେ କ୍ଷୟକ୍ଷତି ହୋଇଛି, ସେନେଇ ସ୍ପଷ୍ଟ ତଥ୍ୟ ଏଯାଏଁ ମିଳିନାହିଁ ।
ଆଫଗାନିସ୍ତାନରେ ପାକ୍ ର ଏୟାରଷ୍ଟ୍ରାଇକ୍
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍
କୁନାର ପ୍ରଦେଶରେ ବୋମାମାଡ଼ କରିଥିବା ସୂଚନା
ପୂର୍ବ ଆଫଗାନିସ୍ତାନର ପକ୍ତିକାରେ ମଧ୍ୟ ଆକ୍ରମଣ
ଏୟାରଷ୍ଟ୍ରାଇକ୍ ପରେ ଅଞ୍ଚଳରେ ଆତଙ୍କର ବାତାବରଣ
ଅନେକ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା
ଆକ୍ରମଣରେ ଗୋଟିଏ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ସୂଚନା
ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଲାଗି ରହିଛି ଉତ୍ତେଜନା
ଆକ୍ରମଣରେ କେତେ କ୍ଷୟକ୍ଷତି ହୋଇଛି ସ୍ପଷ୍ଟ ହୋଇନାହିଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।