Cuttack Gears Up for 36th Ravan Podi Festival: କଟକରେ ଆଜି ରାବଣ ପୋଡ଼ି ଉତ୍ସବ, ୮୦ ଫୁଟ୍ ରାବଣ ପ୍ରତିକୃତିରେ ଲାଗିବ ନିଆଁ

Oct 21, 2026 - 11:25
Cuttack Gears Up for 36th Ravan Podi Festival: କଟକରେ ଆଜି ରାବଣ ପୋଡ଼ି ଉତ୍ସବ, ୮୦ ଫୁଟ୍ ରାବଣ ପ୍ରତିକୃତିରେ ଲାଗିବ ନିଆଁ

କଟକରେ ଜମିବ ରାବଣ ପୋଡ଼ି ଉତ୍ସବ । ଆଜି ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ୩୬ତମ ରାବଣ ପୋଡ଼ି ଉତ୍ସବ । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ହେବାକୁ ଥିବା ଏହି ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବେ ରାବଣ ଦହନ କରାଯିବ । ଆଜି ରାତି ୧୨ଟାରେ ପ୍ରାୟ ୮୦ ଫୁଟ୍ ଉଚ୍ଚତାର ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯିବ। ଉତ୍ସବରେ ପ୍ରାୟ ୧୦ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି।

ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହା ସହ ଆକର୍ଷଣୀୟ ଆତସବାଜି ଦର୍ଶକଙ୍କ ମନ ମୋହିବ । ଚଳିତ ବର୍ଷ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି।

ଦଶମୀପୂଜା ଅବସରରେ ଆଜି ମାଆଙ୍କ ପାଖରେ ଦହି ପଖାଳ ଲାଗି କରାଯିବ। ମହିଷାସୁରକୁ ବଧ କରିବା ପରେ ମାଙ୍କ ଉଗ୍ରରୂପକୁ ଶାନ୍ତ କରିବା ପାଇଁ ଦହିପଖାଳ ଭୋଗ କରାଯିବାର ବିଧି ରହିଛି । ଭୁବନେଶ୍ୱରରେ ଆଜି ପାଳନ ହେବ ରାବଣ ପୋଡ଼ି ଉତ୍ସବ। ରାବଣ ଦହନ ସାଙ୍ଗକୁ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯିବ। ରାବଣ ଦହନ ସହ ଆକାଶରେ ବିଭିନ୍ନ ରଙ୍ଗର ଆତସବାଜି ଦେଖିବାକୁ ମିଳିବ।

ଏଥର ରାଜଧାନୀରେ ରାବଣପୋଡ଼ି ପାଇଁ ୯ଟି ସ୍ଥାନକୁ ଅନୁମତି ଦିଆଯାଇଛି। ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  

କଟକରେ ଆଜି ୩୬ତମ ରାବଣ ପୋଡ଼ି ଉତ୍ସବ
ତଳ ବାଲିଯାତ୍ରା ପଡ଼ିଆରେ ୮୦ ଫୁଟ୍ ର ରାବଣ ଦହନ
ରାତି ୧୨ଟାରେ ରାବଣ ପୋଡ଼ି, ଅଧର୍ମ ଉପରେ ଧର୍ମର ବିଜୟ
୧୦ ହଜାର ଦର୍ଶକଙ୍କ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆତସବାଜିର ଆକର୍ଷଣ
ମୁଖ୍ୟ ଅତିଥି ଭାବେ ଯୋଗଦେବେ ବିଜେପି ରାଜ୍ୟ ମୁଖ୍ୟ ମନମୋହନ ସାମଲ
ଉତ୍ସବ ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ଜୋରଦାର ପ୍ରସ୍ତୁତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।