17 OCTOBER 2026

Welcome!

Unlock your personalized experience.
Sign Up

Cuttack ITI Cluster: କଟକ ଆଇଟିଆଇ କ୍ଲଷ୍ଟରର ଉନ୍ନତି ପାଇଁ ୨୪୦.୫ କୋଟି ଅନୁମୋଦନ

Oct 17, 2026 - 03:10
Cuttack ITI Cluster: କଟକ ଆଇଟିଆଇ କ୍ଲଷ୍ଟରର ଉନ୍ନତି ପାଇଁ ୨୪୦.୫ କୋଟି ଅନୁମୋଦନ

ନୂଆଦିଲ୍ଲୀ: ଓଡ଼ିଶାରେ ଶିଳ୍ପଭିତ୍ତିକ ଦକ୍ଷତା ବିକାଶ ଓ ଯୁବକଯୁବତୀଙ୍କ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ କଟକ ଆଇଟିଆଇ କ୍ଲଷ୍ଟରର ଉନ୍ନତି ନିମନ୍ତେ ୨୪୦.୫ କୋଟି ଟଙ୍କାର ଯୋଜନା ମଞ୍ଜୁର ହୋଇଛି। ଏହି ଯୋଜନା ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ସହଯୋଗରେ କାର୍ଯ୍ୟକାରୀ ହେବ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏମ୍‌-ସେତୁର ଷଷ୍ଠ ଜାତୀୟ ପରିଚାଳନା କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି। ବୈଠକରେ ମନ୍ତ୍ରାଳୟର ସଚିବ ଦେବଶ୍ରୀ ମୁଖାର୍ଜୀ ଅଧ୍ୟକ୍ଷତା କରିଥିଲେ। ଶୁକ୍ରବାର ଅନୁଷ୍ଠିତ ବୈଠକରେ ମହାରାଷ୍ଟ୍ର, ଓଡ଼ିଶା ଓ ଜମ୍ମୁ-କଶ୍ମୀରର ୫ଟି ଆଇଟିଆଇ କ୍ଲଷ୍ଟର ପାଇଁ ମୋଟ ୧,୧୯୪.୯୨ କୋଟି ଟଙ୍କାର ଯୋଜନା ମଞ୍ଜୁର କରାଯାଇଛି। ଏହା ଫଳରେ ପିଏମ୍‌-ସେତୁ ଯୋଜନାରେ ଏପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ମୋଟ ନିବେଶ ୩,୬୮୭ କୋଟି ଟଙ୍କାରେ ପହଞ୍ଚିଛି।

Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ

କଟକ ଆଇଟିଆଇ କ୍ଲଷ୍ଟରରେ ସରକାରୀ ଆଇଟିଆଇ କଟକକୁ ମୁଖ୍ୟ କେନ୍ଦ୍ର ଭାବେ ରଖାଯିବ। ମଧୁସୂଦନ ସରକାରୀ ଆଇଟିଆଇ ଚୌଦ୍ୱାର, ସରକାରୀ ଆଇଟିଆଇ ପାରାଦୀପ, ସରକାରୀ ଆଇଟିଆଇ ଯାଜପୁର ଓ ସରକାରୀ ଆଇଟିଆଇ ଢେଙ୍କାନାଳକୁ ସହଯୋଗୀ କେନ୍ଦ୍ର ଭାବେ ଯୋଡ଼ାଯିବ। ଏହି ପ୍ରକଳ୍ପରେ ଆଇଟିଆଇଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରିବା, ନୂତନ ଯୁଗର ଦକ୍ଷତାଭିତ୍ତିକ ପାଠ୍ୟକ୍ରମ ଆରମ୍ଭ କରିବା ଓ ଶିଳ୍ପ ସଂସ୍ଥାଗୁଡ଼ିକ ସହ ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ଆଞ୍ଚଳିକ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷ ମାନବସମ୍ବଳ ତିଆରି କରିବା ସହ ଯୁବପିଢ଼ିର ନିଯୁକ୍ତି ଯୋଗ୍ୟତା ବଢ଼ାଇବା ଲକ୍ଷ୍ୟ ରହିଛି। ଏହି ଯୋଜନା ରାଜ୍ୟ ସରକାର, ଶିଳ୍ପ ସହଯୋଗୀ ଓ ସମ୍ପୃକ୍ତ ଆଇଟିଆଇଗୁଡ଼ିକର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବ। ଏଥିସହ ପିଏମ୍‌-ସେତୁ ଯୋଜନାର ପ୍ରଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅକ୍ଟୋବର ୨୦୨୬ ସୁଦ୍ଧା ୩,୭୪୪ ଜଣ ପ୍ରଶିକ୍ଷକଙ୍କୁ ତାଲିମ ଦିଆଯାଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।