College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା

Oct 17, 2026 - 01:02
College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା

"କାଳିଆପାଣି (ରବି ନାରାୟଣ କର): ୧୯୭୯ ମସିହାରେ ସୁକିନ୍ଦା ସଦର ମହକୁମାରେ ପ୍ରତିଷ୍ଠା କରାଯାଇଥିବା ସୁକିନ୍ଦା କ‌ଲେଜ ଏଯାବତ୍ ସଫଳ ଛାତ୍ରନେତା ଗଢ଼ିପାରି ନାହିଁ।

ନିଜସ୍ବ ଉଦ୍ୟମରେ ସୁକିନ୍ଦା କଲେଜରେ ଛାତ୍ର ସଂସଦ ନିର୍ବାଚନ ଲଢ଼ି ସଫଳତା ସାଉଁଟିଥିବା ଛାତ୍ରନେତାମାନେ ଏବେ ରାଜନୀତିରୁ ଦୂରେଇ ଯାଇଛନ୍ତି।

ପରିସ୍ଥିତି ଚାପରେ ସେମାନଙ୍କ ରାଜନୈତିକ ଭବିଷ୍ୟତ ଭୀଷଣ ଭାବେ ପ୍ରଭାବିତ ହୋଇଛି।

Advertisment ୧୯୯୦-୯୧ ମସିହାରେ ସୁକିନ୍ଦା କଲେଜରେ ଅନୁଷ୍ଠିତ ପ୍ରଥମ ଛାତ୍ର ସଂସଦ ନିର୍ବାଚନରେ ବିମଳେନ୍ଦୁ ବେହୁରା(ବୁବୁ) ସଭାପତି ନିର୍ବାଚିତ ହୋଇଥିଲେ।

୨୦୧୨ ମସିହାରେ ସେ ସୁକିନ୍ଦାଗଡ଼ ସରପଞ୍ଚ ପାଇଁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।

ସାମ୍ବାଦିକତା ଅତିରିକ୍ତ ବିଭିନ୍ନ ସଂଗଠନ ସହ ଜଡ଼ିତ ହୋଇ ସୁକିନ୍ଦାର ସ୍ବାଭିମାନ ପାଇଁ ସେ ଉଦ୍ୟମ କରିଆସୁଛନ୍ତି।

ହେଲେ ରାଜନୀତିରେ ସେ ସଫଳ ହୋଇପାରିନାହାନ୍ତି।

୧୯୯୧-୯୨ ରେ ଛାତ୍ର ସଂସଦ ସଭାପତି ନିର୍ବାଚିତ ହୋଇଥିବା ଯଖପୁରା ଗାଁର ଅଜିତ କୁମାର ବ୍ରହ୍ମ(ବାବି) ୧୦ ବର୍ଷ ତଳୁ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି।

୧୯୯୨-୯୩ ମସିହାରେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିବା ସ୍ବାଭିମାନୀ ସତ୍ୟ ନାରାୟଣ ବେହୁରା(ବୁଟୁ) ଏବେ ରାଜନୀତିରୁ ବହୁ ଦୂରରେ।

ସୁକିନ୍ଦାଗଡ଼ ଛାଡ଼ି ଭୁବନେଶ୍ବରରେ ରହି ବ୍ୟବସାୟ କରି ପରିବାର ଚଳାଉଛନ୍ତି।

ନୀଳାଚଳ ଇସ୍ପାତ ନିଗମରେ ଅଧିକାରୀ ୧୯୯୩-୯୪ର ଛାତ୍ର ସଂସଦ ସଭାପତି ଶିବ ପ୍ରସାଦ ରାଉତ ଏବେ ନୀଳାଚଳ ଇସ୍ପାତ ନିଗମରେ ଅଧିକାରୀ ଭାବେ କାର୍ଯ୍ୟରତ।

୧୯୯୪-୯୫ ମସିହାରେ ଛାତ୍ରସଂସଦ ନିର୍ବାଚନକୁ ନେଇ ରାଜନୈତିକ ହିଂସାକାଣ୍ଡ ଓ ଦଙ୍ଗା ପରିସ୍ଥିତି ଉପୁଜିବାରୁ ନିର୍ବାଚନ ବାତିଲ କରାଯାଇଥିଲା।

ଗଭର୍ଣ୍ଣିଂ ବଡିର ସୁପାରିସ ବିନା ସୁକିନ୍ଦା କଲେଜରେ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ସେତେବେଳେ ନିଆଯାଇଥିବା ନିଷ୍ପତ୍ତି ଏଯାବତ୍ କାଏମ୍‌ ରହିଛି।

ଦ୍ବିତୀୟତଃ ୧୯୮୦ ମସିହା ପର ଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରାଜ୍ୟର ଏକ ପ୍ରମୁଖ ନିର୍ବାଚନୀ କ୍ଷେତ୍ର ଭା‌ବେ ଗଣାହୋଇ ଆସିଛି।

ଏଠାରୁ ୪ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ଜନତା ଦଳ, ବିଜେଡି ଓ ବିଜେପିରୁ ବିଧାୟକମାନେ ମନ୍ତ୍ରୀ ଭାବେ ରାଜ୍ୟରେ ପତିଆରା ଜାହିର କରିଆସୁଛନ୍ତି।

ଶରତ ରାଉତ, ଡ.

ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଇଂ ପ୍ରୀତିରଞ୍ଜନ ଘଡ଼ାଇ ଓ ଡ.

ପ୍ରଦୀପ ବଳସାମନ୍ତ ରାଜନୀତିର ପାହାଚ ଚଢ଼ି ସଫଳତାର ସହ ମନ୍ତ୍ରୀ ପଦ ଭାର ତୁଲାଇଆସିଛନ୍ତି।

Students elected a leader: ନେତା ବାଛିଲେ ଛାତ୍ରଛାତ୍ରୀ: ଛାତ୍ର ସଂସଦ ନିର୍ବାଚନ; ଏବିଭିପି-୭, ବିସିଜେଡି-୧ ରାଜନୀତିର ସଫଳ ନେତାସେହିପରି ସୁକିନ୍ଦା ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା ଭାବେ ସ୍ବର୍ଗତ ଜୟକୃଷ୍ଣ ବେହୁରା, ସ୍ବର୍ଗତ ବିପିନି ବିହାରୀ ଦେଓ, ସସ୍ମିତା ନାୟକ, ପ୍ରଶାନ୍ତ କୁମାର ପାତ୍ର, ବିଶ୍ବଜିତ ଦାସ, ଭଗବତୀ ମହାନ୍ତ, ପଦ୍ମାବତୀ ଜେନା ଓ ଦିବ୍ୟରଞ୍ଜନ ବରାଳ ରାଜନୀତିରେ ସଫଳତା ସାଉଁଟିଛନ୍ତି।

ହେଲେ ୪୬ ବର୍ଷ ଧରି ସୁକିନ୍ଦାର ବିଧାୟକ ପଦବି ମାଡ଼ି ବସିଥବା ଉକ୍ତ ୪ ରାଜନେତା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିବା ୮ ରାଜନେତା ସୁକିନ୍ଦା କଲେଜରେ ପଢ଼ିନାହାନ୍ତି।

ତୃତୀୟତଃ ୩ ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ସୁକିନ୍ଦାରେ ଛାତ୍ର ସଂଗଠନକୁ ଆଦୌ ଗୁରୁତ୍ବ ଦେଉନଥିବା ଦେଖାଯାଉଛି।

ଯାହାକି ଛାତ୍ରନେତା ସୃଷ୍ଟିରେ ଅନ୍ତରାୟ ହୋଇରହିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଏଥର ସୁକିନ୍ଦା କଲେଜରେ ନିର୍ବାଚନ ପ୍ରକ୍ରିୟା ବନ୍ଦକୁ ନେଇ କୌଣସି ଛାତ୍ର ପ୍ରତିବାଦ କରିନଥିଲେ କିମ୍ବା ନିର୍ବାଚନୀ ବାତାବରଣ ସୃଷ୍ଟି କରିବା ପାଇଁ ଅନୁରୋଧ କରିନଥିଲେ ବୋଲି ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ବିବେଦୀ କହନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।