Cyber fraud: ୩.୮୪ କୋଟିର ସାଇବର ଠକେଇ ନେଟ୍ୱର୍କ ଠାବ: ‘ମ୍ୟୁଲ୍’ ବ୍ୟାଙ୍କ୍ ଆକାଉଣ୍ଟ ଯୋଗାଣ ଅଭିଯୋଗରେ ୩ ଗିରଫ
"ଭୁବନେଶ୍ୱର: ସାଇବର ଠକେଇ ପାଇଁ "ମ୍ୟୁଲ୍" ବ୍ୟାଙ୍କ ଆକାଉଣ୍ଟ ଖୋଲି ଯୋଗାଉଥିବା ଏକ ଆପରାଧିକ ନେଟ୍ୱର୍କକୁ ଠାବ କରିଛି ଭୁବନେଶ୍ୱର ସାଇବର ଥାନା।
ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି।
ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲାର ସର୍ବେଶ୍ୱର ମହାନ୍ତି(୪୬), କେନ୍ଦ୍ରାପଡ଼ାର ପ୍ରଦୀପ କୁମାର ଷଡ଼ଙ୍ଗୀ(୩୨) ଏବଂ ବାଲେଶ୍ୱରର ସୁମନ୍ତ ମହାଳିକ(୪୧)।
ସେମାନଙ୍କ ନିକଟରୁ ଚେକ୍ବୁକ୍, ପାସ୍ବୁକ୍, ଡେବିଟ୍ କାର୍ଡ, ମୋବାଇଲ୍ ଫୋନ୍, ଲାପ୍ଟପ୍ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ କରାଯାଇଛି।
ଅଭିଯୋଗ ଅନୁଯାୟୀ, ୩ ସାଇବର ଅପରାଧୀ ଏକ ମ୍ୟୁଲ୍ କମ୍ପାନି ଖୋଲି ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପ୍ରାୟ ୩.୮୪ କୋଟି ଟଙ୍କା କାରବାର ମାଧ୍ୟମରେ ସାଇବର ଠକେଇ କରିଛନ୍ତି।
ଏନେଇ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୨୩ଟି ସାଇବର ଠକେଇ ଅଭିଯୋଗ ହୋଇଛି।Advertisment Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ ପୁଲିସ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ସର୍ବେଶ୍ୱର ଏହି ନେଟ୍ୱର୍କର ମୁଖ୍ୟ ଭାବେ ମ୍ୟୁଲ୍ ଆକାଉଣ୍ଟ୍ ସଂଗ୍ରହ କରି ସାଇବର ଠକଙ୍କୁ ବିକ୍ରି କରୁଥିଲା।
ଅନ୍ୟ ଦୁଇ ଅଭିଯୁକ୍ତ ଶ୍ରମିକ ତଥା ଗରିବ ଲୋକଙ୍କ ନାଁରେ ଆକାଉଣ୍ଟ ଖୋଲିବା ଓ ପରିଚାଳନାରେ ସହଯୋଗ କରୁଥିଲେ।
ପରେ ଅଭିଯୁକ୍ତମାନେ ତ୍ରିଶୂଳିଆରେ ତ୍ରିଦିପ୍ ଟ୍ରେଡର୍ସ ଓ ତ୍ରିଦିପ୍ ଟେକ୍ନୋଲୋଜି ନାଁରେ ଏକ ନକଲି କମ୍ପାନି ଖୋଲିଥିଲେ।
ପରେ କମ୍ପାନି ଅଧୀନରେ କରେଣ୍ଟ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଥିଲା।
ଏଥିପାଇଁ ଜାଲ୍ ବ୍ୟବସାୟିକ ଓ ଠିକଣା ସମ୍ବନ୍ଧୀୟ ଦଲିଲ ବ୍ୟବହାର ହୋଇଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି।
ଅପରପକ୍ଷେ, ରାଜଧାନୀର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅନଲାଇନ୍ ଟ୍ରେଡିଂରେ ଦ୍ବିଗୁଣା ଲାଭ ଦେବାକୁ ଲୋଭ ଦେଖାଇ ପ୍ରାୟ ୬୩ଲକ୍ଷ ଟଙ୍କା ଠକେଇ ହୋଇଥିଲା।
ଆଉ ଏଥିରୁ ପ୍ରାୟ ୧୫ଲକ୍ଷ ଟଙ୍କା ସର୍ବେଶ୍ବର ଦ୍ବାରା ଖୋଲାଯାଇଥିବା ତ୍ରିଦିପ୍ କମ୍ପାନିର ମ୍ୟୁଲ୍ ଆକାଉଣ୍ଟକୁ ଯାଇଥିବା ସାଇବର ଥାନା ସ୍ପଷ୍ଟ କରିଛି।
ତେଣୁ ଏହି କମ୍ପାନି ବିରୋଧରେ ଭୁବନେଶ୍ୱର ସାଇବର ଥାନାରେ ଦୁଇଟି ମାମଲା ରହିଥିବା ପୁଲିସ କହିଛି।
Neglect: ଚିକିତ୍ସାଳୟରେ ଆମ୍ବୁଲାନ୍ସ ବ୍ୟାହତ, ଚିନ୍ତାରେ ରୋଗୀ ଓ ସମ୍ପର୍କୀୟ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।