ଭାରତ ପାଇଁ ଟ୍ରମ୍ପଙ୍କ ବଡ ଘୋଷଣା…

Oct 17, 2026 - 10:51
ଭାରତ ପାଇଁ ଟ୍ରମ୍ପଙ୍କ ବଡ ଘୋଷଣା…

ନନ୍ଦିଘୋଷ ବ୍ୟୁରୋ: ମାର୍କୋ ରୁବିଓଙ୍କ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା । ଭାରତ ସମେତ ୫ଟି ଦେଶ ଋଷରୁ ତେଲ ଏବଂ ଗ୍ୟାସ କିଣିବା ପାଇଁ ଶୁଳ୍କ ଲାଗୁ କରିବ ନାହିଁ ଆମେରିକା । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଭାରତ ଏବଂ ଅନ୍ୟ ୪ଟି ଦେଶ ରୁଷରୁ ତେଲ ଏବଂ ଗ୍ୟାସ କିଣିବା ପାଇଁ କୌଣସି ଶୁଳ୍କର ସମ୍ମୁଖୀନ ହେବେ ନାହିଁ । ଏଭଳି ନିଷ୍ପତ୍ତି ପଛରେ ଆମେରିକାର ରାଷ୍ଟ୍ରୀୟ ହିତ ନିହିତ ଥିବା ସେ ସ୍ପଷ୍ଟ କରିଛନ୍ତି ।

ପ୍ରକୃତରେ, ସେପ୍ଟେମ୍ବର ୧୯ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ. ଗ୍ରାହାମ ୨୦୨୬ର ଋଷ ଏବଂ ଇରାନକୁ ସୀମିତ କରିବା ଆଇନ ନାମକ ଏକ ବିଲରେ ସ୍ୱାକ୍ଷର କରିଥିଲେ। ଏହି ବିଲ୍ ଋଷରୁ ସର୍ବାଧିକ ଅଶୋଧିତ ତେଲ କିଣୁଥିବା ୫ଟି ଦେଶକୁ ଟାର୍ଗେଟ କରେ । ଯେଉଁଥିରେ ଚୀନ୍, ଭାରତ, ସ୍ଲୋଭାକିଆ, ହଙ୍ଗେରୀ ଏବଂ ଆଜରବାଇଜାନ ଅନ୍ତର୍ଭୁକ୍ତ । ଏହି ବିଲ୍ ଗତ ଅଗଷ୍ଟରେ ୮୬-୧୧ ଭୋଟରେ ଆମେରିକା ସିନେଟରେ ଗୃହୀତ ହୋଇଥିଲା । କିନ୍ତୁ, ଏବେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଭାରତ ସମେତ ପାଞ୍ଚଟି ଦେଶ ଋଷର ତେଲ କିଣିବା ପାଇଁ କୌଣସି ଶୁଳ୍କର ସମ୍ମୁଖୀନ ହେବେ ନାହିଁ ।

ଏହି ନିଷ୍ପତ୍ତି ଏବେ ଭାରତକୁ ବଡ ଆଶ୍ବସ୍ତି ଦେଇଛି । କାରଣ ଭାରତ ଋଷରୁ ଅଶୋଧିତ ତୈଳ କିଣିଥାଏ । ଆଉ ଯଦି ଆମେରିକା ଭାରତୀୟ ସାମଗ୍ରୀ ଉପରେ ଭାରୀ ଶୁଳ୍କ ଲାଗୁ କରେ, ତେବେ ଏହା ଭାରତୀୟ ରପ୍ତାନିକାରୀ ଏବଂ ଆମେରିକା ବଜାରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକୁ ପ୍ରଭାବିତ କରିପାରେ । ତେଣୁ ବର୍ତ୍ତମାନ ଛାଡ ଦ୍ବାରା ଏହି ଟାରିଫ୍ ବିପଦକୁ ଏଡାଇ ଦିଆଯାଇଛି, କିନ୍ତୁ ଯଦି ଭବିଷ୍ୟତରେ ଆମେରିକାର ନୀତି ପରିବର୍ତ୍ତନ ହୁଏ, ତେବେ ଭାରତ ପୁଣି ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ ।

କହିରଖୁଛୁ ଯେ, ଆମେରିକାର ଏହି ଆଇନର ଉଦ୍ଦେଶ୍ୟ ୟୁକ୍ରେନ ବିରୁଦ୍ଧରେ ଋଷର ଯୁଦ୍ଧ ଜାରି ରଖିବାକୁ ସାହାର୍ଯ୍ୟ କରୁଥିବା ଆର୍ଥିକ ମୋର୍ଚ୍ଚା ଉପରେ ଚାପ ପକାଇବା ଥିଲା । ଏହା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅତିରିକ୍ତ ଟାରିଫ୍ ଲଗାଇବାର ମଧ୍ୟ ଅଧିକାର ଦେଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।