Cyber Fraud Case ୨ କୋଟିର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ୩ବର୍ଷ ସଶ୍ରମକାରାଦଣ୍ଡ

Oct 07, 2026 - 20:50
Cyber Fraud Case ୨ କୋଟିର ସାଇବର ଠକେଇ ମାମଲା, ଅଭିଯୁକ୍ତକୁ ୩ବର୍ଷ ସଶ୍ରମକାରାଦଣ୍ଡ

"ନବରଙ୍ଗପୁର(ସୁରେଶ ନାଇଡ଼ୁ): ପ୍ରାୟ ୨ କୋଟି ଟଙ୍କାର ଏକ ସାଇବର ଠକେଇ ମାମଲାର ଆଜି (ବୁଧବାର) ରାୟ ପ୍ରକାଶ ପାଇଛି।

ନବରଙ୍ଗପୁର ଏସଡିଜେମ ସୌମ୍ୟଶଙ୍କର ମହନ୍ତ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଏହାସହ ୧୦ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି, ଅର୍ଥ ଅନାଦେୟରେ ଅତିରିକ୍ତ ୧ ମାସ ଜେଲ୍‌ଦଣ୍ଡ ଭୋଗିବେ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି।

ଆସାମୀ ଜଣକ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ରିସ୍ରା ଥାନାର ସେରମପୁରର ଅଜୟକୁମାର ପାଉଲ।

Advertisment Cyber Fraud ସାଇବର ଠକେଇ: ନିବେଶ ନାମରେ କୋଟିଏ ଠକି ନେଇଥିବା ଦମ୍ପତି ଗିରଫ ସରକାରୀ ଆଇନଜୀବୀ ରାମଚନ୍ଦ୍ର ନାୟକଙ୍କ ସୂଚନା ଅନୁଯାୟୀ, ୨୦୨୫ରେ ତେନ୍ତୁଳିଖୁଣ୍ଟି ଗାଁର ଭି.ପ୍ରଶାନ୍ତ କୁମାର କଟକ କ୍ରାଇମବ୍ରାଞ୍ଚରେ ୧ କୋଟି ୯୪ ଲକ୍ଷ ୬୨ହଜାର ୩୧୦ ଟଙ୍କା ସାଇବର ଠକେଇର ଶିକାର ହୋଇଥିବା ନେଇ ଏତଲା ଦେଇଥିଲେ।

ଏତଲାରେ ଜଣେ ଅଜଣା ବ୍ୟକ୍ତିଙ୍କ ପାଖରୁ ଫୋନ୍ କଲ୍ ଆସିଥିଲା।

ଗ୍ଲୋବିକ୍ସଭଲ୍ଟ ନାମକ ଏକ ଟ୍ରେଡିଙ୍ଗ ପ୍ଲାଟଫର୍ମରେ ଟଙ୍କା ନିବେଶ କରିବାକୁ କହିଥିଲେ।

ନିବେଶ ପରେ ୩ରୁ ୪ଗୁଣା ଲାଭ ହେବ ବୋଲି ପ୍ରଲୋଚନ ଦେଖାଇଥିଲେ।

ସମ୍ପୃକ୍ତ ବ୍ୟକ୍ତିର କଥାରେ ପଡି ପ୍ରଥମେ ୨୫ ହଜାର ୧୦୦ ଟଙ୍କା ଓ ପରେ ୩୫ ହଜାର ଟଙ୍କା ନିବେଶ କରିଥିଲେ।

ନିବେଶର ଲାଭାଂଶ ୮ ହଜାର ପରେ ୬୩ ହଜାର ଲାଭ ଟଙ୍କାକୁ ତାଙ୍କ ପ୍ଲାଟଫର୍ମ ଆକାଉଣ୍ଡରେ ପ୍ରଦର୍ଶିତ କରାଯାଇଥିଲା।

ଏଭଳି ଭାବେ ଅଧିକ ଲୋଭରେ ପଡ଼ିଥିଲେ।

Cyber ​​fraudsters: ସାଇବର ଠକଙ୍କ ନୂଆ ଅସ୍ତ୍ର "ଭିବିଏସ୍‌ ଫାଇଲ୍": ମେଲ୍, ହ୍ବାଟ୍ସଆପ୍ ଓ ଟେକ୍ସଟ୍ ମେସେଜ୍ ଯାଉଛି କୋଟିପତି ହେବା ଆଶାରେ ପ୍ରଶାନ୍ତ ଗତ ନଭେମ୍ବର ମଧ୍ୟରେ ମୋଟ ୧ କୋଟି ୯୪ଲକ୍ଷ ୬୨ହଜାର ଟଙ୍କା ଜମା କରିଥିଲେ।

ଟଙ୍କା ଜମା ପରେ ପ୍ଲାଟଫର୍ମରେ ମୋଟ ଟ୍ରେଣ୍ଡିଂ ଲାଭ ୫ କୋଟି ୧୫ ଲକ୍ଷ ୧୭ ହଜାର ୫୮ ଟଙ୍କା ରହିଥିବା ୱାଲେଟ୍‌ରେ ଉଲ୍ଲେଖ ରହିଥିଲା।

ପ୍ରଶାନ୍ତ ଉକ୍ତ ଟଙ୍କା ଉଠାଇବାକୁ ଅନୁରୋଧ କରିବାରୁ ତାଙ୍କୁ ଆପ୍ଲିକେସନ୍ ଅପଗ୍ରେଡ ପାଇଁ ପୁଣି ୬୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ ।

ଟଙ୍କା ଜମା କରିବାକୁ ପ୍ରଶାନ୍ତ ମନା କରିଦେବାରୁ ତାଙ୍କୁ ଡ଼ାଇନାମୋଶ ୱାଟ୍ସଆପ ଗ୍ରୁପରୁ ହଟାଯାଇଥିଲା।

ଫୋନ୍ କଲେ ମଧ୍ୟ କେହି ଆଉ ଉଠାଇ ନଥିଲେ।

ଶେଷରେ ଠକାମୀର ଶିକାର ହୋଇଥିବା ଜାଣି ସେ କଟକ କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ।

କ୍ରାଇମବ୍ରାଞ୍ଚ ପୁଲିସ ତଦନ୍ତ କରି ସାଇବର ଠକର ଚେର ପଶ୍ଚିମବଙ୍ଗରେ ଥିବା ଜାଣିବାକୁ ପାଇଥିଲା।

ଏକି ଟିମ୍ ପଞ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ରିସ୍ରା ଥାନା ଅର୍ନ୍ତଗତ ସେରମପୁରରୁ ପହଞ୍ଚି ସାଇବର ଠକ ଅଜୟଙ୍କୁ ଗତ ଜାନୁଆରିରେ ଗିରଫ କରି କୋର୍ଟରେ ହାଜର କରିଥିଲା।

ଜାମିନ ନାମଞ୍ଜୁର ହେବା ପରେ ଦୋଷୀକୁ ନବରଙ୍ଗପୁର ଜେଲକୁ ପଠାଇ ଦିଆଯାଇଥିଲା।

ଏହି ମାମଲାର ବିଚାର କରି ଏସ୍‌ଡିଜେମ୍ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଥିବା ଆଇନଜୀବୀ ଶ୍ରୀ ନାୟକ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।